ETV Bharat / state

ବରଗଡ଼ ଜଙ୍ଗଲରୁ ଉଦ୍ଧାର ଯୁବତୀଙ୍କ ସହ ହୋଇନି ଦୁଷ୍କର୍ମ, ସ୍ପଷ୍ଟ କଲେ ଡାକ୍ତର - BARGARGH WOMAN ATTACK

ଜଙ୍ଗଲରୁ କ୍ଷତାକ୍ତ ଅବସ୍ଥାରେ ହୋଇଥିଲେ ଉଦ୍ଧାର । ଦୁଷ୍କର୍ମ ସହ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଥିଲେ ପରିବାର । ଦୁଷ୍କର୍ମ ହୋଇନଥିବା ସ୍ପଷ୍ଟ କଲେ ଡାକ୍ତର ।

ବରଗଡ଼ ଜଙ୍ଗଲରୁ ଉଦ୍ଧାର ଯୁବତୀଙ୍କ ସହ ହୋଇନି ଦୁଷ୍କର୍ମ, ସ୍ପଷ୍ଟ କଲେ ଡାକ୍ତର
ବରଗଡ଼ ଜଙ୍ଗଲରୁ ଉଦ୍ଧାର ଯୁବତୀଙ୍କ ସହ ହୋଇନି ଦୁଷ୍କର୍ମ, ସ୍ପଷ୍ଟ କଲେ ଡାକ୍ତର (ETV Bharat Odisha)
author img

By ETV Bharat Odisha Team

Published : Jan 20, 2025, 9:11 PM IST

ସମ୍ବଲପୁର: ବରଗଡ଼ ଜିଲ୍ଲାର କୁର୍ଲା ଜଙ୍ଗଲରୁ କ୍ଷତାକ୍ତ ଅବସ୍ଥାରେ ଜଣେ ଯୁବତୀ ଉଦ୍ଧାର ହେବା ଘଟଣାରେ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ପାରିପାର୍ଶ୍ବିକ ସ୍ଥିତି ଓ ପୀଡିତାଙ୍କ ପରିବାର ସଦସ୍ୟ ଏହା ଏକ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣା ବୋଲି ଅଭିଯୋଗ କରିଥିଲେ । ହେଲେ ସମ୍ପୃକ୍ତ ଯୁବତୀଙ୍କ ସହ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ହୋଇନଥିଲା ମେଡିକାଲ ରିପୋର୍ଟ କହୁଛି । ଏନେଇ ବୁର୍ଲା ମେଡିକାଲ ଅଧୀକ୍ଷକ ଲାଲ ମୋହନ ନାୟକ ସ୍ପଷ୍ଟ କରିଛନ୍ତି ।

  • 'ଦୁଷ୍କର୍ମ ହୋଇନାହିଁ'

ବରଗଡ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଯାଇଥିଲେ ଯୁବତୀ । ଏହି ଘଟଣାରେ ଆଜି ବରଗଡ଼ ପୋଲିସ ବୁର୍ଲା ଭୀମସାର ମେଡିକାଲରୁ ରିପୋର୍ଟ ସଂଗ୍ରହ କରିଛି । ତେବେ ମେଡିକାଲ ରିପୋର୍ଟ ଆସିବା ପରେ ବୁର୍ଲା ମେଡିକାଲ ଅଧୀକ୍ଷକ ଲାଲ ମୋହନ ନାୟକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ଯୁବତୀଙ୍କ ସହ କୌଣସି ଦୁଷ୍କର୍ମ କି ଗଣଦୁଷ୍କର୍ମ ହୋଇନଥିବା ଡାକ୍ତରୀ ମାଇନା ପରେ ଜଣାପଡିଛି । ପୀଡିତାଙ୍କ ପ୍ରାଇଭେଟ ପାର୍ଟରେ କୌଣସି କ୍ଷତ ଚି଼ହ୍ନ ନାହିଁ l ବର୍ତ୍ତମାନ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ।"

ବରଗଡ଼ ଜଙ୍ଗଲରୁ ଉଦ୍ଧାର ଯୁବତୀଙ୍କ ସହ ହୋଇନି ଦୁଷ୍କର୍ମ, ସ୍ପଷ୍ଟ କଲେ ଡାକ୍ତର (ETV Bharat Odisha)
  • ଯୁବତୀ ସୁସ୍ଥ:

ବୁର୍ଲା ମେଡିକାଲ ଅଧୀକ୍ଷକ ଆହୁରି କହିଛନ୍ତି," ପୀଡିତାଙ୍କ ମୁଣ୍ଡରେ ଥିବା କ୍ଷତଟି ଭଲ ହୋଇଗଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହୋଇଯିବ ବୋଲି ଆଶା କରୁଛୁ । ପୀଡିତାଙ୍କ ସମସ୍ତ କ୍ଲିନିକାଲ ରୁଟିନ୍‌ ଟେଷ୍ଟ କରାଯାଇଛି । ଏଚଆଇଭି, ଭିଡିଆରଏଲ ଆଦି ଟେଷ୍ଟ କରାଯାଇଛି । ଏହାସହ ସିଟିସ୍କାନ ମଧ୍ୟ ଠିକ ବାହାରିଛି । ଯୁବତୀଙ୍କୁ ନିୟୁରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ଜେନରାଲ ସର୍ଜରୀ, ଗାଇନୋକଲୋଜି ବିଭାଗର ଡାକ୍ତରୀ ଟିମ୍‌ ଚିକିତ୍ସା କରିଛନ୍ତି l ସେ ବର୍ତ୍ତମାନ କଥାବାର୍ତ୍ତା ମଧ୍ୟ କରି ପାରୁଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ବହୁ ଉନ୍ନତି ଆସିଛି । ମହିଳା ତାକ୍ତରମାନେ ମଧ୍ୟ ତାଙ୍କୁ କାଉନସିଲିଂ କରିଛନ୍ତି । ଶଖୀ ସେଣ୍ଟରର ସଦସ୍ୟମାନେ ମଧ୍ୟ ତାଙ୍କୁ ଦେଖା କରି କଥାବାର୍ତ୍ତା କରିଛନ୍ତି ।"

ଏହା ବି ପଢନ୍ତୁ...ଧନୁଯାତ୍ରାରୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ! ଗୁରୁତର ଅବସ୍ଥାରେ ଜଙ୍ଗଲରୁ ଯୁବତୀ ଉଦ୍ଧାର - BARGARH WOMAN ASSAULT CASE

ଏହା ବି ପଢନ୍ତୁ...କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଦୋଷୀ ସଞ୍ଜୟ ରାୟକୁ ଆଜୀବନ ଜେଲ୍‌

  • କ'ଣ ଥିଲା ପୂରା ଘଟଣା ?

ଅଭିଯୋଗ ଅନୁସାରେ, ବରଗଡ଼ ସହର ଉପକଣ୍ଠ ଏକ ଗ୍ରାମର ଜଣେ 24 ବର୍ଷୀୟା ଯୁବତୀ ଗତ ରବିବାର ଦିନ 12 ତାରିଖ ଅପରାହ୍ନ 4ଟା ସମୟରେ ଧନୁଯାତ୍ରା ଦେଖିବା ପାଇଁ ଆସି ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ରାତ୍ରି 10ଟା 30 ସମୟରେ ଫୋନ ମାଧ୍ୟମରେ ସୂଚନା ପାଇଥିଲେ ଯେ, ତାଙ୍କ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ କୁର୍ଲା ଜଙ୍ଗଲ ମଧ୍ୟରେ ପଡ଼ିରହିଛି । ଖବର ପାଇବା ପରେ ପରିବାର ଲୋକେ ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ସହିତ ଘଟଣାସ୍ଥଳରେ ଅନେକ ଖୋଜାଖୋଜି କରିଥିଲେ ବି ପାଇନଥିଲେ । ପରଦିନ ଆଉ ଏକ ଅଜଣା ଫୋନ କଲ ପାଇବା ପରେ ନର୍ଲା ଜଙ୍ଗଲରୁ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଦୁର୍ବୃତ୍ତ ଯୁବତୀଙ୍କୁ ଦୁଷ୍କର୍ମ ସହ ହତ୍ୟା ଉଦ୍ୟମ କରି ଜଙ୍ଗଲକୁ ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ହେଲେ ଡାକ୍ତରୀ ମାଇନା ପରେ ଦୁଷ୍କର୍ମ ହୋଇନଥିବା ସୂଚନା ଦେଇଛନ୍ତି ଡାକ୍ତର ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.