ଓଡିଶା

odisha

ETV Bharat / snippets

ଅଗଷ୍ଟ ୧୫ ପୂର୍ବରୁ ରାଜଧାନୀରୁ ISIS ଆତଙ୍କବାଦୀ ଗିରଫ

ଅଗଷ୍ଟ ୧୫ ପୂର୍ବରୁ ରାଜଧାନୀରୁ ISIS ଆତଙ୍କବାଦୀ ଗିରଫ
ଅଗଷ୍ଟ ୧୫ ପୂର୍ବରୁ ରାଜଧାନୀରୁ ISIS ଆତଙ୍କବାଦୀ ଗିରଫ (ETV Bharat Odisha)

By ETV Bharat Odisha Team

Published : Aug 9, 2024, 12:38 PM IST

ନୂଆଦିଲ୍ଲୀ:ସ୍ବାଧୀନତା ଦିବସର କେଇ ଦିନ ପୂର୍ବରୁ ଦିଲ୍ଲୀରୁ ଧରାପଡିଛି ଆଇଏସଆଇଏସ ଆତଙ୍କବାଦୀ । ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଜଣେ ୱାଣ୍ଟେଡ ଆତଙ୍କବାଦୀକୁ ଗିରଫ କରିଛି । ତାର ନାଁ ରିଜୱାନ ଅଲ୍ଲୀ ଏବଂ ସେ ଦୀର୍ଘ ଦିନ ହେବ NIA ରାଡାରରେ ଥିଲା । ସେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ପାଇଁ କାମ କରୁଥିଲା । ତା' ମୁଣ୍ଡ ଉପରେ ୩ ଲକ୍ଷ ଟଙ୍କା ଘୋଷଣା କରିଥିଲା NIA । ରିଜୱାନର ଘର ଦିଲ୍ଲୀ ଦରିଆଗଞ୍ଜ ଅଞ୍ଚଳରେ । ଆଉ ୬ ଦିନ ପରେ ସ୍ବାଧୀନତା ଦିବସ ଥିବାବେଳେ କାଲି ରାତିରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଦିଲ୍ଲୀ ପୋଲିସ ଆତଙ୍କବାଦୀ ରିଜୱାନକୁ ଗିରଫ କରିଛି । ତା' ନିକଟରୁ ଗୋଟିଏ ପିସ୍ତଲ, ୩ଟି ଅଫୁଟା ଗୁଳି, ଦୁଇଟି ଫୋନ ଜବତ କରାଯାଇଛି ।

ABOUT THE AUTHOR

...view details