ETV Bharat / state

ସମ୍ବଲପୁର ଛାତ୍ର ତିଆରି କଲେ ଆଣ୍ଟି ସ୍ଲିପ ଆଲାର୍ମ ଚଷମା, ଆଖି ବନ୍ଦ ହେଲେ ବାଜିବ ଆଲାର୍ମ - ANTI SLEEP GLASSES

ଆଖି ବନ୍ଦ ହେଲେ ବାଜିବ ଆଲାର୍ମ । ଆଣ୍ଟି ସ୍ଲିପ ଆଲାର୍ମ ଚଷମା ତିଆରି କରିଛନ୍ତି ନବମ ଶ୍ରେଣୀର ଛାତ୍ର ।

anti sleep glasses
anti sleep glasses (ETV Bharat Odisha)
author img

By ETV Bharat Odisha Team

Published : Nov 9, 2024, 8:57 PM IST

ସମ୍ବଲପୁର: ସମଗ୍ର ଦେଶରେ ସଡ଼କ ଦୁର୍ଘଟଣା ମୁଣ୍ଡବିନ୍ଧାର କାରଣ ସାଜିଛି । ଦିନକୁ ଦିନ ବଢ଼ୁଥିବା ଦୁର୍ଘଟଣା ଫଳରେ ହଜାର ହଜାର ଜୀବନ ହାନୀ ହେଉଛି । ପ୍ରାୟତଃ ରାତି ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବା ନିଦ ହେବାରୁ ଅନେକ ଗାଡି ଦୁର୍ଘଟଣା ହେଉଥିବା ନଜରକୁ ଆସେ । ଆଖି ଲାଗିଯିବା କାରଣରୁ ହେଉଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ନବମ ଶ୍ରେଣୀର ଛାତ୍ର ତିଆରି କରିଛନ୍ତି ଆଣ୍ଟି ସ୍ଲିପ ଆଲାର୍ମ ଚଷମା । ଏହି ଚଷମାକୁ ଏପରି ତିଆରି କରାଯାଇଛି, ଯଦି କୌଣସି ବ୍ୟକ୍ତି ଏହାକୁ ପିନ୍ଧିଥିବା ବେଳେ ଆଖି ବନ୍ଦ କରେ ବା ଶୋଇପଡେ ତେବେ ଚଷମାରୁ ଏକ ଲାଇଟ ଜଳିବା ସହ ଆଲାର୍ମ ବାଜିବ । ଫଳରେ ନିଦ ଭାଙ୍ଗିଯିବ । ଆଉ ମାତ୍ର ମାତ୍ର ୪୦୦ ଟଙ୍କା ଖର୍ଚ୍ଚ କରି ଏହି ଚଷମାକୁ ତିଆରି କରାଯାଇ ପାରିବ ।

ନିଦ ଭାଙ୍ଗିଦେବ ଚଷମା:

anti sleep glasses (ETV Bharat Odisha)

ସମ୍ବଲପୁର ବୁଢାରଜା ସରକାରୀ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ତନ୍ମୟ ଦାସ । ତନ୍ମୟ ଏକ ଆଣ୍ଟି ସ୍ଲିପ ଆଲାର୍ମ ଚଷମା ତିଆରି କରିଛନ୍ତି । ଏହାର ବିଶେଷତ୍ୱ ହେଉଛି ଏହି ଚଷମା ପିନ୍ଧିଥିବା ବ୍ୟକ୍ତିର ଆଖି ପତା ବନ୍ଦ ହେଉ ହେଉ ବ୍ଲିଙ୍କ କରି ଏକ ଶବ୍ଦ ସୃଷ୍ଟି କରିବ । ଯାହାଦ୍ୱାରା ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି ନିଦରୁ ଚେଇଁ ଉଠିବ । ଯଦି କୌଣସି ବ୍ୟକ୍ତିର ଶୁଣିବାରେ ସମସ୍ୟା ଥିବ ଅର୍ଥାତ ଶ୍ରବଣ ଶକ୍ତି ନ ଥିବ, ସେମାନେ ବି ଏହାକୁ ବ୍ୟବହାର କରିପାରିବେ । କାରଣ ଚଷମାରେ ଲାଗି ପାରିବ ଭାଇବ୍ରେଟ ମୋଟର । ଏହି ମୋଟର ଲଗେଇଲେ ଆଖି ପରଦା ପଡ଼ୁପଡ଼ୁ ଏହା ଭାଇବ୍ରେଟ କରିବ । ଫଳରେ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି ଚେଇଁ ଉଠିବ । ଡ୍ରାଇଭରମାନେ ଏହି ଚଷମା ପିନ୍ଧି ଗାଡ଼ି ଚଲାନ୍ତି, ତେବେ ରାତି ସମୟରେ ନିଦ ଲାଗିବା କାରଣରୁ ହେଉଥିବା ଦୁର୍ଘଟଣାରୁ ବର୍ତ୍ତି ପାରିବେ । କେବଳ ସେତିକି ନୁହେଁ ପାଠ ପଢ଼ୁଥିବା ସମୟରେ ନିଦ ଲାଗୁଥିଲେ ଏହି ଚଷମାକୁ ବ୍ୟବହାର କରିହେବ ।

ଏଭଳି ତିଆରି ହୋଇଛି ଚଷମା:

anti sleep glasses
anti sleep glasses (ETV Bharat Odisha)

ମାତ୍ର ୪୦୦ ଟଙ୍କା ଖର୍ଚ୍ଚ କରି ଏହି ଚଷମା ତିଆରି କରିଛନ୍ତି ତନ୍ମୟ । ଏଥିପାଇଁ ସେ ଲୋକାଲ ମାର୍କେଟରୁ କିଛି ଜିନିଷ କିଣିଥିବା ବେଳେ କେବଳ ଆଇ ବ୍ଲିଙ୍କ ସେନ୍ସର ଅନଲାଇନରୁ ମଗେଇ ଥିଲେ । ଏହାସହ ଏଥିରେ ଏକ ବଜର, ଏକ ବ୍ୟାଟେରୀ ଆଉ କିଛି ୱେର ବ୍ୟବହାର ହୋଇଛି ଯାହାକୁ ସେ ଲୋକାଲ ମାର୍କେଟରୁ କିଣିଥିଲେ l ଏହି ପ୍ରୋଜେକ୍ଟ ତିଆରି ପାଇଁ ତନ୍ମୟ ନିଜେ ଚିନ୍ତା କରିଥିବା ବେଳେ ସ୍କୁଲ ଶିକ୍ଷକ ତାଙ୍କୁ ଏଥିରେ ଗାଇଡ କରିଥିଲେ । ଏହାକୁ ମାତ୍ର ୨ ଦିନରେ ତିଆରି କରି ସେ ସ୍କୁଲରେ ଅନୁଷ୍ଠିତ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ପ୍ରଦର୍ଶନ କରିଛନ୍ତି । ତନ୍ମୟଙ୍କ ଏଭଳି ଅଭିନବ ଚିନ୍ତିକୁ ଏବେ ସବୁଠି ପ୍ରଶଂସା ମିଳୁଛି ।

ନୂତନ ଜିନଷ ଆରି କରିବାରେ ଆଗ୍ରହୀ ତନ୍ମୟ:

anti sleep glasses
anti sleep glasses (ETV Bharat Odisha)

ସମ୍ବଲପୁର ବୁଢାରଜା ସରକାରୀ ହାଇସ୍କୁଲର ଛାତ୍ର ତନ୍ମୟ ଦାସ । ତନ୍ମୟ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ତାଙ୍କ ବାପା ଜଣେ ସିକ୍ୟୁରିଟି ସୁପରଭାଉଜର ଓ ମାଆ ଗୃହିଣୀ ଅଟନ୍ତି । ତାଙ୍କ ପରିବାର ସହ ସମ୍ବଲପୁର ମୁଦିପଡା ଅଞ୍ଚଳରେ ରୁହନ୍ତି ତନ୍ମୟ । ତେବେ ତନ୍ମୟ ଛୋଟ ବେଳୁ ଏହିଭଳି ନୂତନ ଜିନଷ ତିଆରି କରିବାରେ ଆଗ୍ରହ ପ୍ରକାଶ କରି ଆସୁଥିଲେ । ଗତ ବର୍ଷ ସେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ ଏକ ସେନ୍ସର ଷ୍ଟିକ ତିଆରି କରିଥିଲେ ବୋଲି ପ୍ରଧାନ ଶିକ୍ଷକ ସୁମିତା ପତ୍ରି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଚାଷ ଜମିକୁ ସୁରକ୍ଷା ଦେବ ଝଟକା ତାର ବାଡ, ଜୀବଜନ୍ତୁ ନଷ୍ଟ କରିପାରିବେନି ଫସଲ - Shock wire fence

ଏହା ମଧ୍ୟ ପଢ଼ନ୍ତୁ...ଟ୍ରେନରେ ମଦ ନେଇ ଯାଇପାରିବେ କି ? ଜାଣନ୍ତୁ କ'ଣ ରହିଛି ନିୟମ...

ଦୁର୍ଘଟଣାକୁ କମ୍‌ କରିବ ଚଷମା:

anti sleep glasses
anti sleep glasses (ETV Bharat Odisha)

ଏନେଇ ଛାତ୍ର ତନ୍ମୟ ଦାସ କୁହିଛନ୍ତି, "ଏହି ଚଷମା ରାସ୍ତାରେ ହେଉଥିବା ଦୁର୍ଘଟଣାକୁ କମ କରିପାରିବ । ବେଳେବେଳ ଡ୍ରାଇଭର ରାତିରେ ଗାଡ଼ି ଚଳାଇବା ସମୟରେ ଶୋଇ ପଡିବା ଯୋଗୁଁ ଦୁର୍ଘଟଣା ଘଟିଥାଏ । ସେହିପରି ରାତିରେ ପାଠ ପଢିବା ସମୟରେ ପିଲାମାନେ ଅଜାଣତରେ ଶୋଇପଡ଼ୁଛନ୍ତି । ଏସବୁ ସମସ୍ୟାକୁ ଦେଖି ମୁଁ ଏହି ଚଷମା ତିଆରି କରିଛି । ଏହି ଚଷମାରେ ଆଖି ବନ୍ଦ କରୁ କରୁ ବ୍ଲିଙ୍କ ହେଉଛି । ଯାହାଦ୍ୱାରା ଡ୍ରାଇଭରମାନେ ରାତି ଶୋଇପଡିଲେ ଲାଇଟ ବ୍ଲିଙ୍କ ହେବ । ଯଦି ସେ ଡ୍ରାଇଭରଙ୍କର ଶ୍ରବଣ ଶକ୍ତି ମଧ୍ୟ ନଥାଏ ତେବେ ଏଥିରେ ଆଡ଼ଭାନ୍ସ ଟେକନୋଲୋଜି ଲଗେଇ ପାରିବେ । ଭାଇବ୍ରେଟ ମୋଟର ଲଗାଇବା ଦ୍ୱାରା ଶ୍ରବଣ ଶକ୍ତି ନ ଥିଲେ ବି କାନ ପାଖରେ ଭାଇବ୍ରେଟ ହେବ । ଫଳରେ ସେ ଜାଣି ପାରିବେ ଯେ ତାଙ୍କ ଆଖି ଲାଗିଯାଇଛି ।" ଅନ୍ୟପଟେ ଏହି ପ୍ରୋଜେକ୍ଟକୁ ବିଦ୍ୟାଳୟ ପକ୍ଷରୁ ବ୍ଲକ ସ୍ତରକୁ ପଠେଇବାକୁ ଚୟନ କରାଯାଇଛି ବୋଲି କହିଛନ୍ତି ବୁଢାରଜା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁମିତା ପତ୍ରି ।

anti sleep glasses
anti sleep glasses (ETV Bharat Odisha)
ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.