ETV Bharat / bharat

କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପାଳନ, ବିଶ୍ୱ ଦେଖିଲା ଭାରତର ଶକ୍ତି - REPUBLIC DAY 2025

ଦିଲ୍ଲୀ କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି, ବିଶ୍ୱ ଦେଖିଲା ଦେଶର ପ୍ରତିରକ୍ଷା ଶକ୍ତି, ୩୧ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ

Republic day 2025
Republic day 2025 (ETV Bharat)
author img

By ETV Bharat Odisha Team

Published : Jan 26, 2025, 1:49 PM IST

ନୂଆଦିଲ୍ଲୀ: ଦେଶର ସାହିତ୍ୟ, ସଂସ୍କୃତି, ପ୍ରଥା ପରମ୍ପରା, ପ୍ରତିରକ୍ଷା, ବିଭିନ୍ନତାରେ ଏକତାକୁ ସାରା ବିଶ୍ୱବାସୀଙ୍କୁ ଦେଖାଇଛି କର୍ତ୍ତବ୍ୟ ପଥ । ଜାତୀୟ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପାଳନ ହୋଇଛି ୭୬ ତମ ସାଧାରଣତନ୍ତ୍ର ଦିବସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ସାମିଲ ହୋଇଛନ୍ତି ।

କର୍ତ୍ତବ୍ୟ ପଥରେ ଉଡିଲା ତ୍ରିରଙ୍ଗା:

ଆଜି ଦେଶ ପାଳୁଛି 76ତମ ସାଧାରଣତନ୍ତ୍ର ଦିବସ । ନୂଆଦିଲ୍ଲୀ ସ୍ଥିତ କର୍ତ୍ତବ୍ୟ ପଥରେ ଜାତୀୟ ସ୍ତରୀୟ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ । ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି । ୨୧ ତୋପର ସଲାମୀ ସହ ଆରମ୍ଭ ହୋଇଥିଲା ଗଣତନ୍ତ୍ର ଦିବସର ପାଳନ । ଏହି ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋଓ୍ବୋ ସୁବିଆଣ୍ଟୋ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ସାମିଲ ହୋଇଛନ୍ତି । ହଜାର ହଜାର ଜନତା କର୍ତ୍ତବ୍ୟ ପଥରେ ଭାରତର ସଂସ୍କୃତି, ପରାକ୍ରମ, ବୀରତ୍ୱର ସାକ୍ଷୀ ବନିଛନ୍ତି ।

କର୍ତ୍ତବ୍ୟ ପଥରୁ ବିଶ୍ୱ ଦେଖିଲା ଭାରତର ସୈନ୍ୟ ଶକ୍ତି ଓ ପରାକ୍ରମର ଝଲକ:

ଆଜି ସକାଳ ୧୦.୩୦ରେ କର୍ତ୍ତବ୍ୟ ପଥରୁ ଲାଲକିଲ୍ଲା ପର୍ଯ୍ୟନ୍ତ ପରେଡ ପ୍ରଦର୍ଶନ ହୋଇଥିଲା ।ଏଥିରେ ଦେଶର ଉଭୟ ସାଂସ୍କୃତିକ ସମୃଦ୍ଧି ଓ ପ୍ରତିରକ୍ଷା ଶକ୍ତି ପ୍ରଦର୍ଶିତ ହୋଇଥିଲା । ପାଖାପାଖି ୧୦ ହଜାର ନିମନ୍ତ୍ରିତ ଅତିଥି କର୍ତ୍ତବ୍ୟ ପଥରେ ପରେଡ ଦେଖିଥିଲେ । ଏଥିରେ ସଶସ୍ତ୍ର ବଳ, ପାରା-ମିଲିଟାରୀ ଫୋର୍ସ, ସିଭିଲ ଫୋର୍ସ, ଏନସିସି,ଏଏସଏସ ସଦସ୍ୟ ସାମିଲ ହୋଇଥିଲେ । ଇଣ୍ଡୋନେସିଆ ମିଲିଟାରୀ ଏକାଡେମୀର ମିଲିଟାରୀ ବ୍ୟାଣ୍ଡ୍, ୩୦୦- ଜଣିଆ କଳାକାର, ଗହଓ୍ବାଲ ରାଇଫଲ ରେଜିମେଣ୍ଟ, ଭାରତୀୟ ବାୟୁସେନା ବ୍ୟାଣ୍ଡ୍, ୧୪୮- ମହିଳା ସିଆରପିଏଫ ଟିମ୍, ଇଣ୍ଡୋନେସିଆ ଜାତୀୟ ସଶସ୍ତ୍ର ବଳ (TNI), ଭାରତୀୟ ନୌସେନା ପ୍ରମୁଖ ପରେଡ ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷର ପରେଡର ଥିମ ରହିଛି, "ସ୍ୱର୍ଣ୍ଣିମ ଭାରତ: ବିରାସତ(ଐତିହ) ଓ ବିକାଶ ।"

ଆକାଶରୁ ପୁଷ୍ପବର୍ଷା:

୧୨୯ ହେଲିକପ୍ଟର ୟୁନିଟର Mi-17 IV ହେଲିକପ୍ଟର ଆକାଶ ମାର୍ଗରେ ଜାତୀୟ ପତାକା ଓ ନୌସେନା, ବାୟୁସେନା ଓ ସ୍ଥଳସେନାର ପତାକା ଉଡାଇ କର୍ତ୍ତବ୍ୟ ପଥରେ ପୁଷ୍ପ ବର୍ଷା କରିଥିଲା । ଏଥିସହ ୩୦୦ କଳାକାରଙ୍କ ସହ ଆରମ୍ଭ ହୋଇଥିଲା ଗଣତନ୍ତ୍ର ଦିବସର ପରେଡ ପ୍ରଦର୍ଶନ । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ୩୦୦ କଳାକାରଙ୍କ ଦ୍ୱାରା ସ୍ୱଦେଶୀ ବାଦ୍ୟଯନ୍ତ୍ର ବଜାଯାଇଥିଲା । ପରେଡରେ ଇଣ୍ଡୋନେସିଆ ସୈନ୍ୟବଳ ମଧ୍ୟ ସାମିଲ ହୋଇଥିଲେ ।

ଅନ୍ୟପଟେ ଭାରତୀୟ ସେନା କର୍ତ୍ତବ୍ୟ ପଥରେ ନିଜ ପ୍ରତିରକ୍ଷା ଶକ୍ତି ପ୍ରଦର୍ଶନ କରିଥିଲେ । ସ୍ୱଦେଶୀ ଜ୍ଞାନକୌଶଳ ଓ ଆଡଭାନ୍ସ ଟେକ୍ନୋଲୋଜିରେ ନିର୍ମିତ ସୁପର ସୋନିକ ମିସାଇଲ 'ବ୍ରହ୍ମୋସ', ପିନାକ ରକେଟ ସିଷ୍ଟମ, ଆକାଶ ବାୟୁ ପ୍ରତିରକ୍ଷା ସିଷ୍ଟମ ପ୍ରଦର୍ଶିତ ହୋଇଥିଲା । ସେନାର ଯୁଦ୍ଧ ନିରୀକ୍ଷଣ ସିଷ୍ଟମ ସଞ୍ଜୟ ଓ ଡିଆରଡିଓର ପ୍ରଳୟ ମିସାଇଲ ମଧ୍ୟ ପରେଡରେ ପ୍ରଦର୍ଶନ ହୋଇଥିଲା । T-90 ଭୀଷ୍ମ ଟ୍ୟାଙ୍କ୍, ପରିବହନ ଗାଡି ସାରଥ, ନାଗ ମିସାଇଲ ସିଷ୍ଟମ ପ୍ରମୁଖ କର୍ତ୍ତବ୍ୟ ପଥରୁ ଦେଶର ସାମରିକ ଶକ୍ତିକୁ ପ୍ରଦର୍ଶନ କରିଥିଲେ ।

ଏହାମଧ୍ୟ ପଢନ୍ତୁ...

ବାଲୁକା କଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ବାର୍ତ୍ତା ଦେଲେ ସୁଦର୍ଶନ

ଗାନ୍ଧୀ ମାର୍ଗରେ ଉଡିଲା ତ୍ରିରଙ୍ଗା, ପ୍ରଜ୍ଞାପନ ମେଢରେ ଉତ୍କଳୀୟ ଐତିହ୍ୟ ସଂସ୍କୃତି ଝଲକ

୭ ଜଣଙ୍କୁ ପଦ୍ମବିଭୂଷଣ, ୧୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

‘ଏକକ ନିର୍ବାଚନ ସୁଶାସନର ପରିଭାଷା ହେବ’: ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

୩୧ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ:

ଅନ୍ୟପଟେ କର୍ତ୍ତବ୍ୟ ପଥରେ ସର୍ବମୋଟ ୩୧ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯାଇଥିଲା ।ସେଥିମଧ୍ୟରୁ ୧୬ଟି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଏବଂ ୧୫ଟି କେନ୍ଦ୍ରୀୟ ବିଭାଗ ଓ ସଂଗଠନର ଥିଲା । ଚଳିତ ବର୍ଷ ପ୍ରଜ୍ଞାପନ ମେଢଗୁଡିକର ଥିମ ଥିଲା "ସ୍ୱର୍ଣ୍ଣିମ ଭାରତ: ବିରାସତ ଓ ବିକାଶ ।"ବାଇକ ଷ୍ଟଣ୍ଡ୍ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶନକଙ୍କୁ ବେଶ ଆକୃଷ୍ଟ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.