ETV Bharat / state

ଜିଲ୍ଲା ବିଜେପିର ନବକଳେବର, ଫୋକସ ୨୦୨୭ ପଞ୍ଚାୟତ-ପୌର ନିର୍ବାଚନ - BJP ANNOUNCES DISTRICT PRESIDENT

ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟ ବିଜେପି । ନିଯୁକ୍ତ ହେଲେ ୨୩ ନୂଆ ଜିଲ୍ଲା ସଭାପତି ।

BJP ANNOUNCES DISTRICT PRESIDENT
BJP ANNOUNCES DISTRICT PRESIDENT (ETV Bharat Odisha)
author img

By ETV Bharat Odisha Team

Published : Jan 26, 2025, 12:24 PM IST

ଭୁବନେଶ୍ବର: ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ବିଜେପି ସଭାପତିଙ୍କ ନାମ ଘୋଷଣା ହୋଇଛି । ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ କିପରି ଆହୁରି ମଜଭୁତ କରିବା ପାଇଁ ଅଣ୍ଟା ଭିଡ଼ିଛି ବିଜେପି । ଗତକାଲି (ଶନିବାର) ବହୁ ମାନସ ମନ୍ଥନ ପରେ ୨୩ଟି ସଂଗଠନୀୟ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ବିଜେପି ସାଙ୍ଗଠନିକ ନିୟମ ଅନୁସାରେ ଯେଉଁ ପାର୍ଥୀମାନେ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ,ସେଥି ମଧ୍ୟରୁ ଜିଲ୍ଲା ସଭାପତି ଚୟନ କରାଯାଇଛି ।

ଗଞ୍ଜାମ:

ଗଞ୍ଜାମରେ ଭାରତୀୟ ଜନତା ପାର୍ଟି ଦିନକୁ ଦିନ ମଜବୁତ ହେବାରେ ଲାଗିଛି । ସରକାର ଆସିଲା ପରେ ବିଜେପି ପ୍ରଥମ ଥର ପାଇଁ ସାଂଗଠନିକ ସ୍ତରରେ ପରିବର୍ତ୍ତନ କରିଛି । ତେବେ ଗଞ୍ଜାମରେ ବିଜେପିର ୩ଟି ସାଙ୍ଗଠନିକ ଜିଲ୍ଲା ରହିଥିବାବେଳେ ୩ ଜଣ ନୂଆ ସଭାପତିଙ୍କ ନାଁ ଘୋଷଣା କରିଛି ଦଳ । ବ୍ରହ୍ମପୁର ପାଇଁ ସରୋଜ ସାବତ, ଆସିକା ପାଇଁ ବିଜୟ ସ୍ବାଇଁ ଏବଂ ଘୁମୁସର ପାଇଁ ନୀଳମାଧବ ପାତ୍ରଙ୍କ ନାଁ ଘୋଷଣା ହୋଇଛି ।

BJP ANNOUNCES DISTRICT PRESIDENT
BJP ANNOUNCES DISTRICT PRESIDENT (ETV Bharat Odisha)

କଟକ:

ବିଜେପିର କଟକ ସାଂଗଠନିକ ଜିଲ୍ଲାର ନୂଆ ସଭାପତି ହେଲେ ସୁକାନ୍ତ କୁମାର ବିଶ୍ଵାଳ । ଆଇନ ମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନ ଆନୁଷ୍ଠାନିକ ଭାବରେ ନାଁ ଘୋଷଣା କଲେ । ନିଆଳି,କଟକ ସଦର,ଚୌଦ୍ଵାର କଟକ, ବାରବାଟୀ କଟକ ଏବଂ ବାଙ୍କୀ ନିର୍ବାଚନ ମଣ୍ଡଳୀକୁ ନେଇ ନୂଆ କରି ଗଠନ କରାଯାଇଛି କଟକ ସାଂଗଠନିକ ଜିଲ୍ଲା । ଗତ ସାଧାରଣ ନିର୍ବାଚନରେ ଏହି ୫ ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଗୋଟିଏ କଂଗ୍ରେସ ,୨ଟି ବିଜେଡି ଏବଂ ଅନ୍ୟ ୨ଟି ନିର୍ବାଚନ ମଣ୍ଡଳୀରେ ବିଜେପିର ବାଜିମାତ ହୋଇଛି । ତେଣୁ ନୂଆ ସଭାପତି ଓ ତାଙ୍କ ଟିମ ପାଇଁ ଅନେକ ଆହ୍ବାନ ରହିବ ।

ବଲାଙ୍ଗୀର:

ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ହେଲେ ଶ୍ରୀବଚ୍ଛ ବେହେରା । ସାମ୍ବାଦିକତା, କ୍ରୀଡ଼ା ପରେ ଏବେ ସମ୍ବାଳିବେ ବିଜେପି ଜିଲ୍ଲା ଦାୟିତ୍ବ । ଆଗକୁ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ବିଜେପିକୁ ସଫଳ କରିବା ଓ ସଙ୍ଗଠନକୁ ତୃଣମୂଳସ୍ତରରୁ ମଜବୁତ କରିବାର ଲକ୍ଷ୍ୟ ବୋଲି କହିଛନ୍ତି ନୂତନ ଜିଲ୍ଲା ସଭାପତି । ଶ୍ରୀବଚ୍ଛ ବେହେରା ଜଣେ ସାମ୍ବାଦିକ, ରାଜ୍ୟସ୍ତରୀୟ ଫୁଟବଲ ରେଫରୀ ଭାବରେ ବେଶ୍ ପରିଚିତ । ସେ ପୂର୍ବରୁ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦାୟିତ୍ବ ତୁଲାଇ ଥିଲେ । ତେବେ ଚଳିତଥର ବଲାଙ୍ଗୀର ଜିଲ୍ଲାରୁ ଚାରି ଜଣ ଜିଲ୍ଲା ବିଜେପି ସଭାପତି ପାଇଁ ନାମାଙ୍କନ ଭରିଥିଲେ ।

କେଉଁ କେଉଁ ସଂଗଠନୀୟ ଜିଲ୍ଲା ସଭାପତି ଘୋଷଣା ହୋଇଛି ?

୧. ଗଞ୍ଜାମ - ସରୋଜ ସାବତ

୨. ବଲାଙ୍ଗୀର - ଶ୍ରୀବତ୍ସ ବେହେରା

୩. ଢେଙ୍କାନାଳ - ରାସ ବିହାରୀ ବେହେରା

୪. ସୁନ୍ଦରଗଡ - ଗିରିଶ ସାହୁ

୫. କେନ୍ଦ୍ରାପଡ଼ା - ଶଶାଙ୍କ ଶେଖର ସେଠୀ

୬. ବାଲେଶ୍ବର - ଈଶ୍ବର ଚନ୍ଦ୍ର ବେହେରା

୭. କଟକ - ସୁକାନ୍ତ ବିଶ୍ଵାଳ

୮. ପୁରୀ - ଡ.ଦେବେନ୍ଦ୍ର ନାଥ ତରାଇ୯. କଳାହାଣ୍ଡି - ଯୁଗଳ ପୋଢ଼

୧୦. ବରଗଡ଼ - ଡ. ଅରୁପାନନ୍ଦ ସାହୁ

୧୧. ଘୁମୁସର (ଭଞ୍ଜନଗର) - ନୀଳମାଧବ ପାତ୍ର

୧୨. ପଶ୍ଚିମ ମୟୂରଭଞ୍ଜ (ରାଇରଙ୍ଗପୁର) - ଜୁରୀଲାଲ ମହନ୍ତ

୧୩. ଦେବଗଡ଼ - ଅରୁଣ କୁମାର ସାହୁ

୧୪. ଆସିକା - ବିଜୟ ସ୍ଵାଇଁ

୧୫. ନବରଙ୍ଗପୁର - କୁଞ୍ଜବିହାରି ଦାସ

୧୬. ପ୍ରତାପ ମିଶ୍ର - ଜଗତସିଂହପୁର

୧୭. ବୌଦ୍ଧ - ପ୍ରେମାନନ୍ଦ ମିଶ୍ର

୧୮.ମୟୂରଭଞ୍ଜ ପୂର୍ବ - ନିହାର ମୋଦୀଙ୍କ

୧୯. କଟକ ଗ୍ରାମୀଣ - ରାମ ନାରାୟଣ ମହାନ୍ତି

୨୦. କେନ୍ଦୁଝର - ଶୁକଦେବ ମହାନ୍ତ

୨୧. ମାଲକାନଗିରି - ଅଶୋକ କୁମାର ପରିଡ଼ା

୨୨. ଉତ୍ତର ବାଲେଶ୍ବର - ପ୍ରଦୀପ କୁମାର ପଣ୍ଡା

୨୩. ସୁନ୍ଦରଗଡ଼ - ଗିରୀଶ ଚନ୍ଦ୍ର ସାହୁ

ପୁରୀ:

ବିଜେପି ନେତା ଡଃ ଦେବେନ୍ଦ୍ର ନାଥ ତରାଇଙ୍କୁ ମିଳିଲା ଗୁରୁ ଦାୟିତ୍ବ । ପୁରୀ ଜିଲ୍ଲା ବିଜେପି ନୂତନ ସଭାପତି ଭାବେ ଦାୟିତ୍ବ ନେଲେ ଡଃ ଦେବେନ୍ଦ୍ର ନାଥ । ପୂର୍ବରୁ ସେ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ତୁଲାଉଥିଲେ । ବିଜେପିକୁ ସୁଦୃଢ଼ ଓ ଅଧିକ ଶକ୍ତିଶାଳୀ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବେ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...BJD ର ନୂଆ ମୁଖିଆ କି’ଏ ? ଏମିତି କହିଲେ ବରିଷ୍ଠ ନେତା - BJD ORGANISATIONAL ELECTION

ଏହା ମଧ୍ୟ ପଢନ୍ତୁ...ସଂସଦ ବଜେଟ ଅଧିବେଶନ: NDA କୁ ଏକଜୁଟ ହୋଇ ଘେରିବ INDIA ମେଣ୍ଟ - BUDGET SESSION

ଏହା ମଧ୍ୟ ପଢନ୍ତୁ...ନୀତି ଆୟୋଗ ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କରେ ଓଡ଼ିଶା ପ୍ରଥମ, ନବୀନଙ୍କ ସୁଶାସନକୁ ଶ୍ରେୟ ଦେଲା BJD - NITI AAYOG FISCAL HEALTH INDEX 2025

କେନ୍ଦୁଝର:

କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ହେଲେ ଶୁକଦେବ ମହାନ୍ତ । କେନ୍ଦୁଝର ଜିଲ୍ଲା ପାଇଁ 11 ଜଣ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ବାଜି ମାରିଛନ୍ତି ଶୁକଦେବ । ଗତକାଲି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଉପସ୍ଥିତିରେ ରାଜ୍ୟ ପଦାଧିକାରୀ ଆଶୁତୋଷ ପରିଡ଼ା ଶୁକଦେବ ମହାନ୍ତଙ୍କ ନାମ ଘୋଷଣା କରିଥିଲେ । ଶୁକଦେବ ମହାନ୍ତ ବିଜେପିରେ କାର୍ଯ୍ୟ କରିବା ପୂର୍ବରୁ ମୂଳ ସଙ୍ଗଠନ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଭାଗ କାର୍ଯ୍ୟବାହ ଭଳି ଗୁରୁ ଦାୟିତ୍ଵ ନିର୍ବାହ କରି ସାରିଛନ୍ତି । ଏହାସହ ଦୀର୍ଘ ସମୟ ଧରି ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ଵ ବହନ କରିଥିଲେ ।

କେନ୍ଦ୍ରାପଡା:

ଶେଷ ହୋଇଛି କେନ୍ଦ୍ରାପଡା ଜିଲ୍ଲା ବିଜେପି ସାଙ୍ଗଠନିକ ନିର୍ବାଚନ । ଏଥର ଦଳର ମଙ୍ଗ ଧରିଛନ୍ତି ପୂର୍ବତନ ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସେଠୀ । ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ଗୁରୁଦାୟିତ୍ବ ପ୍ରଦାନ କରିଛି। ଆଳି ବ୍ଲକ ବେଲସରପୁର ଗାଁର ହେଉଛନ୍ତି ଶଶାଙ୍କ ଶେଖର ସେଠୀ । ହାଇସ୍କୁଲ ପର୍ଯ୍ୟନ୍ତ ସେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ପଢିଥିବାବେଳେ ଭୁବନେଶ୍ବରର ବିଜେବି କଲେଜରେ ଯୁକ୍ତ ୨ ଓ ଆଳି ମହାବିଦ୍ୟାଳୟରେ ଯୁକ୍ତ 3 ସମାପ୍ତ କରିଥିଲେ । ଛାତ୍ର ଜୀବନରୁ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ରେ ସାମିଲ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.