ETV Bharat / state

ଶୀତଋତୁରେ ଶୀତ ଉଭାନ, କେବେଠୁ ପଡ଼ିବ ଥଣ୍ଡା ? - ODISHA WEATHER UPDATE

କିଛି ଦିନ ପରେ କାର୍ତ୍ତିକ ମାସ ସରିବ । ରାଜ୍ୟକୁ ଏଯାଏଁ ଛୁଇଁ ନାହିଁ ଶୀତ । ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ହେଲେ ଓଡ଼ିଶା ଉପରେ ପ୍ରଭାବ ପଡିବ ନାହିଁ ।

Odisha Weather Forecast
Odisha Weather Forecast (Getty)
author img

By ETV Bharat Odisha Team

Published : Nov 9, 2024, 7:35 PM IST

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଆଉ ଏକ ଘୂର୍ଣ୍ଣିବଳୟ । କିନ୍ତୁ ରାଜ୍ୟ ଉପରେ ଏହାର ପ୍ରଭାବ ନଥିବା ବେଳେ ଦକ୍ଷିଣ ଭାରତରେ ଏହାର ପ୍ରଭାବ ରହିବ । ତେଣୁ ବର୍ତ୍ତମାନ ରାଜ୍ୟରେ ୭ ଦିନ ପର୍ଯ୍ୟନ୍ତ କୌଣସି ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ । ରାଜ୍ୟର କାଁଭାଁ ସ୍ଥାନରେ ମାତ୍ରାଧିକ ଆର୍ଦ୍ରତା ଯୋଗୁଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ସେହିପରି କାର୍ତ୍ତିକ ମାସ ଶେଷ ହେବାକୁ ବସିଥିବା ବେଳେ ଏପର୍ଯ୍ୟନ୍ତ ଶୀତର ଦେଖା ନାହିଁ ।

୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି ତାପମାତ୍ରା:

ତେବେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ଶୀତା ଅନୁଭୂତ ହେଉଥିବା ବେଳେ ଉପକୂଳରୁ ଶୀତକୁ ଉଡାଇ ନେଇଛି ବାତ୍ୟା 'ଦାନା' । ସ୍ବାଭାବିକ ଦିନଠାରୁ ଶୀତକୁ ଏକ ମାସ ପଛକୁ ଠେଲି ନେଇଛି ବାତ୍ୟା । ନଭେମ୍ବର ୧୫ ତାରିଖ ଭିତରେ ଶୀତ ପଡିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାରଣ ଏବେ ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ପବନ ବହୁଛି । ପ୍ରଭାବରେ ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ନଭେମ୍ବର ଶେଷ ଆଡକୁ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ବଢିଲେ ଶୀତ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Odisha Weather Forecast
Odisha Weather Forecast (IMD)

ତାପମାତ୍ରା କମିଲେ ହିଁ ଶୀତ ଅନୁଭବ ହେବ:

ସେପଟେ ବର୍ତ୍ତମାନ ପଶ୍ଚିମା ଝଡର ବି ପ୍ରଭାବ ନାହିଁ । ବାତ୍ୟା ପରେ ମାତ୍ର ଗୋଟିଏ ପଶ୍ଚିମାଝଡ ସୃଷ୍ଟି ହୋଇଛି । ଆଗକୁ ଧିରେ ଧିରେ ତାପମାତ୍ରା କମିବ । କିନ୍ତୁ ହଠାତ୍ ଶୀତ ହେବନାହିଁ । ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଏହାସହ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଛି । ଦିନର ତାପମାତ୍ରା ସ୍ବାଭାବିକକୁ ଫେରୁଛି । ସ୍ୱାଭାବିକ ସ୍ଥିତିରେ ଏବେ ବି ଦିନ ତାପମାତ୍ରାର ରହୁଥିବା ବେଳେ ଶୀତ ଅନୁଭବ ହେଉନାହିଁ ବୋଲି ବିଭାଗ କହିଥିବା ବେଳେ ଆଗକୁ ଦିନର ତାପମାତ୍ରା କମିଲେ ହିଁ ଶୀତ ଅନୁଭବ ହେବ ବୋଲି ବିଭାଗ ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ଓଡ଼ିଶାରେ ପଡିବ କି ପ୍ରଭାବ ? ଶୀତ ଉଭାନ

ଏହା ମଧ୍ୟ ପଢ଼ନ୍ତୁ...୯ ଜିଲ୍ଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ସମ୍ଭାବନା, ରାଜ୍ୟରୁ ଶୀତ ଉଭାନ

ଶୀତ ବଦଳରେ ଗରମ:
ସେପଟେ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୭.୦୦ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବର ଦିନର ତାପମାତ୍ରା ୩୨.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୨.୩ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି କଟକରେ ଦିନର ତାପମାତ୍ରା ୩୦.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୧.୫ ଡିଗ୍ରୀ ରେକର୍ଡ ହୋଇଛି । ବର୍ତ୍ତମାନ ତାପମାତ୍ରା ସହ ଆର୍ଦ୍ରତା ୭୦ରୁ ୯୯ ପ୍ରତିଶତ ରହୁଛି । ଫଳରେ ଶୀତ ପରିବର୍ତ୍ତେ ଗରମ ଏବଂ ଗୁଳୁଗଳି ଅନୁଭୁତ ହେଉଛି । ଆର୍ଦ୍ରତା କମିବା ସହ ଶୁଷ୍କତା ବଢିଲେ ଶୀତ ଆସିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.