ETV Bharat / snippets

ବଜେଟ ଉପସ୍ଥାପନ ପୂର୍ବରୁ କାହିଁକି ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆନ୍ତି ରାଷ୍ଟ୍ରପତି ?

author img

By ETV Bharat Odisha Team

Published : Jul 23, 2024, 2:26 PM IST

ବଜେଟ ଉପସ୍ଥାପନ ପୂର୍ବରୁ କାହିଁକି ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆନ୍ତି ରାଷ୍ଟ୍ରପତି ?
ବଜେଟ ଉପସ୍ଥାପନ ପୂର୍ବରୁ କାହିଁକି ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆନ୍ତି ରାଷ୍ଟ୍ରପତି ? (ETV Bharat odisha)

ନୂଆଦିଲ୍ଲୀ: ମହାନ ସଂସ୍କୃତି ଓ ପରମ୍ପରାର ଦେଶ ଭାରତ । ଆତ୍ମନିର୍ଭର ଭାରତ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇ ଅନେକ ନୂତନତ୍ୱର ଆରମ୍ଭ କରୁଛି ସତ କିନ୍ତୁ ଏହାର ମହାନ ପରମ୍ପରା ଓ ସଂସ୍କୃତିକୁ ସେ କେବେ ଭୁଲିଯାଇନାହିଁ । ଏହାର ନିଚ୍ଛକ ଉଦାହରଣ ହେଉଛି ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀଙ୍କୁ ରାଷ୍ଟ୍ରପତି ନିଜ ହାତରେ ଦହି ଚିନି ଖୁଆଇବା । ଭାରତୀୟ ପରମ୍ପରା ଅନୁଯାୟୀ, ଦହି ଚିନି ହେଉଛି ଶୁଭର ପ୍ରତୀକ । କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରିବାକୁ ଯାଉଥିଲେ ସାଧାରଣତଃ ଘରର ବଡମାନେ ନିଜ ହାତରେ ଦହି ଚିନି ଖୁଆଇ ଶୁଭକାମନା ଜଣାଇଥାନ୍ତି । ସେହି ପରମ୍ପରା ଅନୁଯାୟୀ ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ ପୂର୍ବରୁ ଦହି ଚିନି ଖୁଆଇ ଶୁଭକାମନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.