ETV Bharat / politics

ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ଦେବାରେ ମୋହନ ସରକାର ବିଫଳ କହିଲା BJD, ଜବାବ ରଖିଲା BJP - BJD TARGETS ODISHA GOVERNMENT

ଆମ୍ୱ ଟାକୁଆ ଖାଇ ମୃତ୍ୟୁ, ଆଦିବାସୀ ଯୁବତୀଙ୍କୁ ଅସଦାଚାରଣ ଓ ଛୁଆ ବିକ୍ରି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା BJD । ଏଭଳି ଉତ୍ତର ଦେଲା BJP ।

BJD Targets Odisha Government
BJD Targets Odisha Government (ETV Bharat Odisha)
author img

By ETV Bharat Odisha Team

Published : Nov 21, 2024, 8:40 PM IST

ଭୁବନେଶ୍ବର: ବିଭିନ୍ନ ଘଟଣାକୁ ନେଇ ଶାସକ ଦଳକୁ ଘୋରିଛି ବିରୋଧୀ ବିଜେଡି । ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କରିବାରେ ରାଜ୍ୟ ସରକାର ବିଫଳ । ଆମ୍ୱ ଟାକୁଆ ଖାଇ ୩ ମୃତ୍ୟୁ ପରେ ପିଲା ବିକ୍ରି ପରି ଲଜ୍ଜାଜନକ ଘଟଣା । ଆଦିବାସୀ ଯୁବତୀଙ୍କୁ ବିଷ୍ଠା ଖୁଆଇବା ଭଳି ଅମାନବୀୟ ଘଟଣା । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ଆଣିଛନ୍ତି ବିଜେଡିର ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଓ ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର । ସେପଟେ ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।

ନୀରବ ରହିଛନ୍ତି ରାଜ୍ୟ ସରକାର:

BJD Targets Odisha Government (ETV Bharat Odisha)

ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ କହିଛନ୍ତି, "ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲରେ ଜଣେ ଆଦିବାସୀ ମହିଳା ଜନ୍ମକଲା ପିଲାକୁ ବିକ୍ରି କରିଥିବା ଭଳି ଏକ ଅଭାବନୀୟ ଖବର ଆସିଛି । ଯାହା ରାଜ୍ୟ ପାଇଁ ଏକ ଲଜ୍ଜାଜନକ ଘଟଣା । ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନିଜ ନିର୍ବାଚନ ମଣ୍ଡଳୀର ଏହି ଘଟଣା ଦେଖିବାକୁ ମିଳିଛି । କିନ୍ତୁ ରାଜ୍ୟ ସରକାର ନୀରବରେ ରହିଛନ୍ତି । ଖାଦ୍ୟ ଅଭାବ କାରଣରୁ ଆମ୍ୱ ଟାକୁଆ ଜାଉ ଖାଇ କନ୍ଧମାଳ ଜିଲ୍ଲାରେ ୩ ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଥିଲା । ସମଗ୍ର ରାଜ୍ୟ ପାଇଁ ଏହି ଘଟଣା ଲଜ୍ଜା ଆଣିଛି । ଘଟଣାସ୍ଥଳକୁ ନ ଯାଇ ଆମ୍ୱ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ବୋଲି ସରକାର ମନ୍ତ୍ରୀ ସମ୍ୱେଦନହୀନ ମନ୍ତବ୍ୟ ଦେଇଛନ୍ତି ।"

ବଙ୍ଗୋମୁଣ୍ଡା ଘଟଣାରେ ବିଜେପିକୁ ଟାର୍ଗେଟ:

ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ନଭେମ୍ୱର ୧୬ ତାରିଖ ଦିନ ଜଣେ ଆଦିବାସୀ ଯୁବତୀ ଗାଧୋଇ ସାରି ଘରକୁ ଫେରିବା ସମୟରେ ଅଭୟ ବାଗ ନାମକ ଏକ ଯୁବକ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହା ସହିତ ଜାତିଆଣ ଆକ୍ଷେପ କରିବା ସହ ବିଷ୍ଠା ଖୁଆଇ ଦେଇଥିଲେ । ଯୁବତୀଙ୍କ ବଡ଼ ମାଆ ଘଟଣାସ୍ଥଳରେ ପହଞ୍ଚି ଯୁବକର ଅତ୍ୟାଚାରରୁ ଯୁବତୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ଯୁବକ ଜଣକ ତାଙ୍କ ତଣ୍ଟିକୁ ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏଭଳି ସ୍ପର୍ଶକାତର ଓ ଅମାନବୀୟ ଘଟଣା ଘଟିବାର ୬ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଗିରଫ ହୋଇନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ଫୋକସରେ ଆଦିବାସୀ ଭୋଟବ୍ୟାଙ୍କ, ବିକାଶକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ନିଦାବିଷ୍ଣୁ ସାଜିଛନ୍ତି ସରକାର :

ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି, "ଟିଟିଲାଗଡ଼ ବିଧାୟକଙ୍କ ବିରୋଧରେ ଦଳିତ ମହିଳାଙ୍କୁ ଅତ୍ୟାଚାରର ଅଭିଯୋଗ ଆସିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏହି ଘଟଣା ଗୁଡିକରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇଯାଇଥିବା ସ୍ପଷ୍ଟ ହେଉଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଆଦିବାସୀ, ମହିଳା ଓ ଶିଶୁଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବାରେ ସରକାର ବିଫଳ ହୋଇଛନ୍ତି । ଆଇନ କଡାକଡି ଲାଗୁ ନହେବାରୁ ରାଜ୍ୟରେ ଅପରାଧୀଙ୍କ ସାହସ ବଢ଼ୁଛି । ପ୍ରତୀକାତ୍ମକ ଭାବେ ଆଦିବାସୀଙ୍କ ସ୍ୱାର୍ଥରକ୍ଷା ନାମରେ ଜଣେ ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବସାଯାଇଛି । କିନ୍ତୁ ଆଦିବାସୀଙ୍କୁ ଶୋଷଣ, ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡୁଛି । ସରକାର ନିଦାବିଷ୍ଣୁ ସାଜି ବସିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଗନ୍ଧମାର୍ଦ୍ଦନ-ଆଦାନୀ ଜମି କିଣା ପ୍ରସଙ୍ଗ: ସ୍ପଷ୍ଟୀକରଣ ଲୋଡିଲା ବିଜେଡି, ଜବାବ ରଖିଲା ବିଜେପି

ଏହା ମଧ୍ୟ ପଢ଼ନ୍ତୁ...ଆମ୍ବ ଟାକୁଆ ଟ୍ରାଜେଡି: SCBରେ ଆଉ ଜଣଙ୍କ ମୃତ୍ୟୁ, BJD ଦୋହରାଇଲା ମନ୍ତ୍ରୀଙ୍କ ଇସ୍ତଫା

ବିଜେଡି ପାଖରେ ପ୍ରସଙ୍ଗ ନାହିଁ:
ବିଜେଡିର ଅଭିଯୋଗ ଉପରେ ଜବାବ ରଖିଛି ବିଜେପି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ବିଜେଡି ପାଖରେ ପ୍ରସଙ୍ଗ ନାହିଁ । ତେଣୁ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବିଜେଡି । ମିଛକୁ ଯୋଡ଼ି ନୀତି ଦିନ ବିବୃତି ଦେବା ବିଜେଡିର ଅଭ୍ୟାସ ହୋଇଗଲାଣି । ବର୍ଷେ ତଳେ ନଗଡା, ପରୀ ଓ ପିହୁ ଘଟଣାରେ ଲେଖାଶ୍ରୀ କରୁଥିବା ସାମ୍ବାଦିକ ସମ୍ମିଳନୀ ଦେଖିଲେ ତାହାର ଉତ୍ତର ସେ ନିଜେ ପାଇଯିବେ । ବିଲେଇ ଏବେ ଶୁଖୁଆ ଛାଡ଼ି ଦେଇଛି ବୋଲି କହିବା ଯାହା, ବିଜେଡି ନୀତି ଦିନ ମିଛ କଥା କହିବା ସେଇୟା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.