ETV Bharat / bharat

ଆଦାନୀ ଲାଞ୍ଚ ମାମଲା: ଭିତ୍ତିହୀନ କହିଲା ଗ୍ରୁପ, ଝଟ୍‌କା ଦେଲା କେନିଆ - BASELESS AND DENIED

ଗୌତମ ଆଦାନୀ ଲାଞ୍ଚ ଅଭିଯୋଗ । ପ୍ରତିକ୍ରିୟା ରଖିଲା ଗ୍ରୁପ । ସେପଟେ ଆଦାନୀଙ୍କ ଦୁଇଟି ପ୍ରକଳ୍ପକୁ ବାତିଲ କଲା କେନିଆ ।

GAUTAM ADANI
GAUTAM ADANI (ETV Bharat)
author img

By ETV Bharat Odisha Team

Published : Nov 21, 2024, 10:05 PM IST

Updated : Nov 21, 2024, 10:15 PM IST

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଉପରେ ଏକ ଗମ୍ଭୀର ଆରୋପ ଲଗାଇଛି ଆମେରିକା । ଆମେରିକାରେ ତାଙ୍କ କମ୍ପାନୀକୁ କଣ୍ଟ୍ରାକ୍ଟ ଦେବା ପାଇଁ 265 ମିଲିୟନ ଡଲାର ବା 1750 କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ଆସିଛି । ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ଏହି ଅଭିଯୋଗ ଆଣିଛି । ସେପଟେ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ଆଣିଥିବା ଲାଞ୍ଚ ଅଭିଯୋଗକୁ ଭିତ୍ତିହୀନ କହିବା ସହ ଏହାକୁ ଅସ୍ବୀକାର କରିଛି ଆଦାନୀ ଗ୍ରୁପ ।

ଅଭିଯୋଗକୁ ଭିତ୍ତିହୀନ କହିଲା ଆଦାନୀ ଗ୍ରୁପ:

ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନର ଅଭିଯୋଗକୁ ଅସ୍ବୀକାର କରିବା ସହ ଏହାକୁ ଭିତ୍ତିହୀନ କହିଛି ଆଦାନୀ ଗ୍ରୁପ । ଆମେ ଆଇନକୁ ପାଳନ କରୁଥିବା ସଂସ୍ଥା ଅଟୁ । ଗ୍ରୁପର ମୁଖ୍ୟପାତ୍ର ଏକ ବିବୃତ୍ତିରେ କହିଛନ୍ତି କି, ୟୁସ ଡିପାର୍ଟମେଣ୍ଟ ଅଫ୍‌ ଜଷ୍ଟିସ ଓ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ଆଣିଥିବା ଅଭିଯୋଗ ଭିତ୍ତିହୀନ ଅଟେ । ଏଥିପାଇଁ ଆଇନଗତ ସମସ୍ତ କାର୍ଯ୍ୟାନୁଷ୍ଠାନ ଆମେ ଗ୍ରହଣ କରିବୁ । ସେ ଆହୁରି କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଲଗାଯାଇଥିବା ଅଭିଯୋଗ ସାବ୍ୟସ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ଦୋଷୀ ଭାବେ ଗଣାଯାଏ ନାହିଁ ।

GAUTAM ADANI
GAUTAM ADANI (ETV Bharat)

‘ଆଦାନୀ ଗ୍ରୁପ ସର୍ବଦା ଏହାର କାର୍ଯ୍ୟର ସମସ୍ତ ପ୍ରାଧୀକରଣ ମଧ୍ୟରେ ସର୍ବୋଚ୍ଚ ଶାସନ, ସ୍ବଚ୍ଛତା ଏବଂ ନିୟାମକ ମାନ୍ୟତା ବଜାୟ ରଖିବା ପାଇଁ ଦୃଢ ପ୍ରତିବଦ୍ଧ ଅଟେ । ଆମର ହିତାଧିକାରୀ, ଭାଗିଦାରୀ ଓ କର୍ମଚାରୀଙ୍କୁ ନିଶ୍ଚିତ କରୁଛୁ, ଆମେ ଆଇନ ପାଳନ କରୁଥିବା ସଂଗଠନ ଅଟୁ । ଆମେ ଆଇନ ସମ୍ପୂର୍ଣ୍ଣ ଭାବେ ପାଳନ କରୁଛୁ ।

ଆଦାନୀଙ୍କୁ କେନିଆ ଝଟ୍‌କା:

ଲାଞ୍ଚ ମାମଲା ଆସିବା ପରେ ଗୌତମ ଆଦାନୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଆମେରିକା ଗମ୍ଭୀର ଅଭିଯୋଗ ଆଣିବା ପରେ କେନିଆରେ ଚାଲିଥିବା ଆଦାନୀଙ୍କ ପ୍ରକଳ୍ପ ଗୁଡିକୁ ରଦ୍ଦ କରିଛନ୍ତି କେନିଆ ସରକାର । ପ୍ରକଳ୍ପକୁ ବାତିଲ କରିବାକୁ ଘୋଷଣା କରିଛନ୍ତି । କେନିଆ ରାଷ୍ଟ୍ରପତି ଆଦାନୀ ଗ୍ରୁପ ସହ ଜଡିତ 2ଟି ପ୍ରମୁଖ ପ୍ରକଳ୍ପକୁ ବାତିଲ ଘୋଷଣା କରିଛନ୍ତି । ପ୍ରକଳ୍ପ ଦୁଇଟି ହେଲା ନାଇରୋବିରେ ପ୍ରସ୍ତାବିତ ଏୟାରପୋର୍ଟ ଓ ଶକ୍ତି ପ୍ରକଳ୍ପ ।

ଆଦାନୀଙ୍କ ଗିରଫ ଦାବି କଲେ ରାହୁଲ:

ଆଦାନୀଙ୍କୁ ଉପରେ ଲାଞ୍ଚ ଅଭିଯୋଗ ଆସିବା ପରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ଶିଳ୍ପପତି ଗୌତମ ଆଦାନୀଙ୍କୁ ଗିରଫ ଦାବି କରିଛନ୍ତି । ସେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି, ଏହି ଶିଳ୍ପପତି ଆମେରିକାରେ ଆଇନକୁ ଭାଙ୍ଗିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ଆଣିଛନ୍ତି ।

ପୂର୍ବରୁ ହିଣ୍ଡନବର୍ଗ ରିପୋର୍ଟରେ ଚର୍ଚ୍ଚାରେ ଥିଲେ ଆଦାନୀ:

ପୂର୍ବରୁ ଗତ 2023 ଜାନୁଆରୀ ମାସରେ ଆଦାନୀ ଗ୍ରୁପ ଷ୍ଟକ ଜାଲିଆତିକୁ ନେଇ ହିଣ୍ଡନବର୍ଗ ଏକ ରିପୋର୍ଟ ପ୍ରକାଶ କରିଥିଲା । ଏଥିରେ ରିପୋର୍ଟରେ ହିଣ୍ଡେନବର୍ଗ ଦର୍ଶାଇଥିଲା କି, ଆଦାନୀ ଗ୍ରୁପ କମ୍ପାନୀ ଆକାଉଣ୍ଟିଂ ଓ ଷ୍ଟକ ଜାଲିଆତି କରୁଛି । ଏହି ରିପୋର୍ଟ ଆସିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ ସେୟାର ଦ୍ରୁତ ଗତିରେ ହ୍ରାସ ପାଇବା ସହ ବିପୁଳ କ୍ଷତି ସହିଥିଲା ଗ୍ରୁପ ।

ଏହା ମଧ୍ୟ ପଢନ୍ତୁ:

ବଢିଲା ମାଧବୀଙ୍କ ଅଡୁଆ: ହିଣ୍ଡେନବର୍ଗ-ଆଦାନୀ ମାମଲାର ଯାଞ୍ଚ ଶେଷ କରିବାକୁ ସୁପ୍ରିମକୋର୍ଟରେ ନୂଆ ମାମଲା - Hindenburg Adani issue

ହିଣ୍ଡେନବର୍ଗ ଟାର୍ଗେଟରେ ସେବି ମୁଖ୍ୟ; ଆଦାନୀ ସ୍କାମରେ ଲିଙ୍କ୍ ନେଇ ଆଣିଲା ସାଂଘାତିକ ଅଭିଯୋଗ - New Hindenburg Report

ଅମ୍ବାନି-ଆଦାନୀଙ୍କଠୁ କେତେ ମାଲ୍ ନେଇଛନ୍ତି ଶେହଜାଦା: ପ୍ରଧାନମନ୍ତ୍ରୀ - Modi Accuses Rahul

ଅଦାନୀ-ହିଣ୍ଡେନବର୍ଗ ମାମଲା, ଏମିତି କହିଲେ ଆଇନଜୀବୀ...

Last Updated : Nov 21, 2024, 10:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.