ETV Bharat / state

ଲଣ୍ଡନରୁ ଫେରିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, କହିଲେ 'ପର୍ଯ୍ୟଟନରେ ସୃଷ୍ଟି ହେବ ନୂଆ ଅଧ୍ୟାୟ' - NEW ERA TOURISM

7 ଦିନିଆ ଲଣ୍ଡନ ଗସ୍ତ ସାରି ନିଜ ମାଟିକୁ ଫେରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଯୋଗ ପାଇଁ ଲଣ୍ଡନ ଯାତ୍ରା କରିଥିଲେ ।

PRAVATI PARIDA RETURNED TO ODISHA
PRAVATI PARIDA RETURNED TO ODISHA (ETV Bharat Odisha)
author img

By ETV Bharat Odisha Team

Published : Nov 9, 2024, 9:08 PM IST

ଭୁବନେଶ୍ବର: ଓଡ଼ିଶା ଫେରିଲେ ଉପମୁଖ୍ୟମନ୍ତ୍ରୀ । 7 ଦିନିଆ ଲଣ୍ଡନ ଗସ୍ତ ସାରି ଓଡିଶା ଫେରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଯୋଗ ପାଇଁ ଲଣ୍ଡନ ଯାତ୍ରା କରିଥିଲେ ସେ । ଆଜି (ଶନିବାର) ମଧ୍ୟାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ସେ । ଏହି ଅବସରରେ ଓଡିଶା ପର୍ଯ୍ୟଟନରେ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି କହିଛନ୍ତି ।

'ପର୍ଯ୍ୟଟନ କ୍ଷେତ୍ରରେ ସୃଷ୍ଟି ହେବ ନୂଆ ଅଧ୍ୟାୟ':

PRAVATI PARIDA RETURNED TO ODISHA (ETV Bharat Odisha)

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,"ଓଡିଶା ପର୍ଯ୍ୟଟନରେ ସୃଷ୍ଟି ହେବ ନୂଆ ଅଧ୍ୟାୟ । ଓଡିଶାକୁ ଛୁଟିବ ପର୍ଯ୍ୟଟକଙ୍କୁ ସୁଅ । ଓଡିଶାର ଆଇକନିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇଁ ଓଡିଶା ଆସିବେ ବିଦେଶୀ ନିବେଷକ । କ'ଣ ଭିତ୍ତିଭୂମି ଅଛି ଏହାକୁ ଆମେ ଲଣ୍ଡନରେ ଉପସ୍ଥାନ କରିଛୁ । ଖୁବଶୀଘ୍ର ନିବେଶକ ମାନେ ଆସିବେ । ଆମ ଆଇକନିକ ସାଇଟ୍ କୋଣାର୍କ,480କିମି ବେଳାଭୂମି,ଚିଲିକା ଲେକ୍,ଶିମିଳିପାଳ,ଦେବ୍ରିଗଡ଼,ଦେଓମାଳୀର ପ୍ରଚାର ପ୍ରଶାପ ପାଇଁ ଆମେ ଆଲୋଚନା କରିଛୁ ।"

'ଓଡ଼ିଶା ଆସିବେ ବିଦେଶୀ ନିବେଶକ':

PRAVATI PARIDA RETURNED TO ODISHA
PRAVATI PARIDA RETURNED TO ODISHA (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି,"ୱାର୍ଲଡ ଟୁରିଜିମ ମାର୍ଟରେ ଓଡ଼ିଶାର ପ୍ରଦର୍ଶନ ବହୁତ ଉତ୍କୃଷ୍ଟ ଥିଲା । ଓଡିଶା ତରଫରୁ ଷ୍ଟଲ ଥିଲା । ଭାରତ ସରକାରଙ୍କ ଷ୍ଟଲରେ ଦେଶର 14 ପ୍ରଦେଶ ସାମିଲ ହୋଇଥିଲେ । ସେଠି ଆମେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଭେଟି ଓଡିଶାର ପଡିରହିଥିବା ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛୁ । ଲଣ୍ଡନରେ ବାସ କରୁଥିବା ଓଡିଶା ପର୍ଯ୍ୟଟନ ସହିତ ସ୍ୱତଃପ୍ରବୃତ୍ତ ଭାବେ ଜଡିତ ଥିବା ପ୍ରବାସୀଙ୍କ ସହ ତିନି ରାଉଣ୍ଡ କଥା ହେଇଛୁ । ଲଣ୍ଡନର ହାଇକମିଶନଙ୍କ ସହ କଥା ହେଇଛୁ । ଅନେକ ଟୁର ଅପରେଟର, ଟୁରିଷ୍ଟ ଗାଇଡ଼ ବହୁତ କମ ଦିନ ଭିତରେ ଓଡିଶା ଆସି ଟୁରିଜିମ ପାଇଁ ଗୋଟେ ନୂଆ ଅଧ୍ୟାୟ ସୃଷ୍ଟି କରିବେ । ଅନେକ ବିଦେଶୀ ନିବେଶକ ମାନଙ୍କ ସହ କଥା ହୋଇଛୁ । ପ୍ରମୋଦ ମିତ୍ତଲଙ୍କୁ ଭେଟିଛୁ । ବହୁତ ଶୀଘ୍ର ଆମର ପ୍ରାକୃତିକ ସମ୍ପଦ ବିକାଶ ପାଇଁ ନିବେଷକ ଆସିବେ ।"

ଏହା ମଧ୍ୟ ପଢନ୍ତୁ...7 ଦିନିଆ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଦେବେ ଯୋଗ

ଏହା ମଧ୍ୟ ପଢନ୍ତୁ...ଏଥର ଲଣ୍ଡନରେ ହେବ ବାଲିଯାତ୍ରା; ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

'ପାଳନ ହେବ ପ୍ରବାସୀ ଭାରତୀୟ ଦିବସ':

"ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି । ସେଥିରେ ଯୋଗ ଦେବାକୁ ଆମେ ସମସ୍ତ ପ୍ରବାସୀଙ୍କୁ ନିମନ୍ତ୍ରଣ କରିଛୁ । ବହୁତ ଜଲଦି ଆମ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସହିତ ପର୍ଯ୍ୟଟକ ନୂଆ ଲୁକ ଦେବାରେ ଏହି ଲଣ୍ଡନ ଗସ୍ତ ସଫଳ ହେବ । ଓଡ଼ିଶାରେ ପର୍ଯ୍ୟଟନର ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି । କିନ୍ତୁ ପର୍ଯ୍ୟଟନର ପ୍ରଚାର ପ୍ରସାର ଅଭାବରୁ ତାହା ଆଗକୁ ଯାଇପାରୁ ନାହିଁ । ପ୍ରଧାନମନ୍ତ୍ରୀଙ୍କ 'ଚାଲୋ ଆପନା ଦେଶ' ସ୍ଲୋଗାନ ଆଧାରରେ ବିଦେଶରେ ରହୁଥିବା ଓଡ଼ିଆ ଲୋକଙ୍କ ସହ ଦେଶର କୋଣାନୁକୋଣରୁ ବିଦେଶରେ ରହୁଥିବା ଲୋକଙ୍କ ଶହ ଆଲୋଚନା କରି ଭବିଷ୍ୟତରେ କିଭଳି ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ମାନେ ଆସିବେ ସେନେଇ ବିଭିନ୍ନ ପଦକ୍ଷେପ ନେବା ଦିଗରେ ସରକାର କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.