ETV Bharat / lifestyle

ଘରେ ଝଗଡ଼ା ଲାଗି ରହୁଛି କି ? ଆପଣାନ୍ତୁ ଏହି ବାସ୍ତୁ ଉପାୟ - VASTU TIPS FOR HOME

ଘରେ କଳହ ସୃଷ୍ଟି କରିପାରେ ବାସ୍ତୁ ଦୋଷ । ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଉପଚାର ଆପଣାଇଲେ ଘରେ ସୁଖ ଓ ଶାନ୍ତି ବଢ଼ିଥାଏ ।

Vastu Remedies
Vastu Remedies (getty images)
author img

By ETV Bharat Odisha Team

Published : Feb 3, 2025, 11:36 AM IST

ହାଇଦ୍ରାବାଦ: ଯେତେବେଳେ କେହି ନୂଆ ଘର ତିଆରି କରନ୍ତି, ସେତେବେଳେ ପ୍ରତ୍ୟେକ ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ କରିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ, ଘରର ପ୍ରତ୍ୟେକ ଜିନିଷରେ ଉର୍ଜା ବା ଶକ୍ତି ମିଳିଥାଏ । ଯାହା ପରିବାର ସଦସ୍ୟଙ୍କ ଉପରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ । ଯଦି ଆମେ ଘରର ବାସ୍ତୁରେ କୌଣସି ଭୁଲ କରନ୍ତି କିମ୍ବା, ପ୍ରତ୍ୟେକ ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ ସଠିକ ସ୍ଥାନରେ ନ ରଖନ୍ତି, ତେବେ ବାସ୍ତୁ ଦୋଷ ବୃଦ୍ଧି ପାଏ । ଯାହାଫଳରେ ଘରେ ସର୍ବଦା କଳି, ଝଗଡ଼ା ଏବଂ ଦ୍ବନ୍ଦ୍ବ ଲାଗି ରହିଥାଏ ।

ବାସ୍ତୁଦୋଷ ଘରେ ସୃଷ୍ଟି କରିପାରେ ଏହି ସମସ୍ୟା:

  • ଘରେ ଟଙ୍କାର ଅଭାବ କିମ୍ବା କ୍ରମାଗତ ଆର୍ଥିକ କ୍ଷତି ହେବା ।
  • ପରିବାର ସଦସ୍ୟଙ୍କ ମଧ୍ୟରେ ସବୁବେଳେ ଉତ୍ତେଜନା ଏବଂ ଝଗଡ଼ା ଲାଗି ରହିବା ।
  • ପରିବାରର କେହି ନା କେହି ସଦସ୍ୟ ସବୁବେଳେ ଅସୁସ୍ଥ ରହିବା ।
  • ଘରେ ସବୁବେଳେ ନକାରାତ୍ମକ ଉର୍ଜାର ବାତାବରଣ ରହିଥାଏ ।

ସୂର୍ଯ୍ୟାସ୍ତ ପରେ କରନ୍ତୁନି ଏହି କାମ; ହୋଇଥାଏ ଅଶୁଭ, ଘରୁ ହଜିଯାଏ ସୁଖ-ଶାନ୍ତି - VASTU TIPS

ତୁଳସୀ ଗଛ ସହ ଜଡିତ ଏସବୁ ନିୟମକୁ କରନ୍ତୁ ନାହିଁ ଅଣଦେଖା - IMPORTANT FACTS ABOUT TULASI TREE

ଏହି ଉପାୟ ଦ୍ୱାରା ସମସ୍ୟାର ହେବ ସମାଧାନ :

ଯଦି ଆପଣଙ୍କ ଘରେ ଏପରି କୌଣସି ସମସ୍ୟା ଅଛି, ତେବେ ଏହା ବାସ୍ତୁଦୋଷ ହୋଇପାରେ । ତେବେ ଏହି ସମସ୍ୟା ଦୂର କରିବା ପାଇଁ ବାସ୍ତୁଶାସ୍ତ୍ରରେ କିଛି ଉପଚାର ଦିଆଯାଇଛି । ଯାହା ସାହାଯ୍ୟରେ ଘରେ ଥିବା ବିବାଦକୁ ଦୂର କରିପାରିବେ ଏବଂ ସୁଖ ଏବଂ ଶାନ୍ତି ପାଇପାରିବେ ।

Vastu Remedies
Vastu Remedies (Getty)
  • ପ୍ରତିଦିନ ସକାଳେ ଘରର ଠାକୁର ଘରେ ଧୂପ ଜଳାନ୍ତୁ ଏବଂ କିଛି ପାଣିରେ ହଳଦୀ ମିଶାଇ ସେହି ପାଣିକୁ ଘରର ମୁଖ୍ୟ ଦ୍ବାରରେ ସିଞ୍ଚନ କରନ୍ତୁ । ଏହାପରେ, ଦ୍ବାରର ଉଭୟ ପାର୍ଶ୍ବରେ ସଫା ପାଣି ଢାଳନ୍ତୁ । ଏହା କରିବା ଦ୍ବାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ କମିବା ସହ ସକାରାତ୍ମକ ଶକ୍ତି ସଂଚାରିତ ହୋଇଥାଏ । ତେବେ ଘର ସର୍ବଦା ସଫା ରହିବା ଉଚିତ, ଫଳରେ ଘର ଉପରେ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବା ସହ ଆର୍ଥିକ ସମସ୍ୟା ରହେ ନାହିଁ ।
  • ଯଦି ଘରେ ବାରମ୍ବାର ଝଗଡ଼ା ହେଉଛି, ତେବେ ରାତିରେ ଶୋଇବା ପୂର୍ବରୁ ଏକ ପିତ୍ତଳ ପାତ୍ରରେ କର୍ପୁର ଜାଳି ସାରା ଘର ବୁଲାନ୍ତୁ । ଏହା କରିବା ଦ୍ବାରା ଘରୋଇ ସମସ୍ୟା ଦୂର ହୁଏ ଏବଂ ଘରେ ଶାନ୍ତି ବଜାୟ ରହିଥାଏ ।
  • ଯଦି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥାଏ, ତେବେ ରାତିରେ ଶୋଇବା ସମୟରେ ତକିଆ ତଳେ କିଛି କର୍ପୁର ରଖନ୍ତୁ ଏବଂ ସକାଳେ ଏହାକୁ ଜଳାନ୍ତୁ । ଏହାପରେ, ଏହାର ପାଉଁଶକୁ କୌଣସି ଜଳାଶୟରେ ପ୍ରଭାହିତ ପାଣିରେ ପକାଇ ଦିଅନ୍ତୁ । ଏହି ଉପାୟ କରିବା ଦ୍ବାରା, ପରସ୍ପର ମଧ୍ୟରେ ଭଲପାଇବା ବୃଦ୍ଧି ପାଏ ଏବଂ ଘରେ ଶାନ୍ତି ବଜାୟ ରହେ।
  • ଘରର ବିବାଦ ଦୂର କରିବା ପାଇଁ, ଘର ମାଲିକ ଅଶ୍ବତଥ ଗଛର ଯତ୍ନ ନେବା ସହ ପୂଜା କରିବା ଉଚିତ । ଏହା ପ୍ରଭାବରେ ପରିବାର ସଦସ୍ୟଙ୍କ ଉପରେ ଦେବାଦେବୀଙ୍କ ଆଶୀର୍ବାଦ ରହିଥାଏ ।

ଏହା ମଧ୍ୟ ପଢ଼ନ୍ତୁ..

ଲଭ୍ ନା ଆରେଞ୍ଜ ମ୍ୟାରେଜ ? କେମିତି ହେବ ବିବାହ, ହାତ ରେଖାରୁ ଜାଣନ୍ତୁ..

ମହିଳାମାନେ ଏହି ୩ ଦିନ କେଶ ଧୋଇବା ଅନୁଚିତ, ହେଇପାରେ ଅଶୁଭ..

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ, ବାସ୍ତୁଶାସ୍ତ୍ର ଏବଂ ବିଦ୍ୱାନମାନଙ୍କ ମତ ଉପରେ ଆଧାରିତ । ETV Bharat ବ୍ୟକ୍ତିଗତ ଭାବରେ କୌଣସି ଦାବିକୁ ସମର୍ଥନ କରେନାହିଁ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.