ETV Bharat / bharat

ଦିଲ୍ଲୀରେ ଆଜି ସରୁଛି ପ୍ରଚାର: ବୁଧବାର ଭୋଟ, ଏକଜିଟ୍‌ ପୋଲ ଉପରେ କଟକଣା - DELHI ASSEMBLY ELECTION

ଆଜି ଶେଷ ଦିନରେ ପ୍ରଚାର ମୈଦାନରେ କେଜ୍ରିଓ୍ବାଲ, ରାଜନାଥ ଓ ପ୍ରିୟଙ୍କା । 5 ତାରିଖରେ ସମସ୍ତ 70 ଆସନରେ ଭୋଟିଂ ଓ 8 ରେ ଜନାଦେଶ ।

ଦିଲ୍ଲୀରେ ଆଜି ସରୁଛି ପ୍ରଚାର, ବୁଧବାର ଭୋଟ, ଏକଜିଟ୍‌ ପୋଲ ଉପରେ କଟକଣା
ଦିଲ୍ଲୀରେ ଆଜି ସରୁଛି ପ୍ରଚାର, ବୁଧବାର ଭୋଟ, ଏକଜିଟ୍‌ ପୋଲ ଉପରେ କଟକଣା (ETV Bharat Odisha)
author img

By ETV Bharat Odisha Team

Published : Feb 3, 2025, 11:16 AM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଆଜି ଶେଷ ହେଉଛି ପ୍ରଚାର । ଆଜି ଅନ୍ତିମ ଦିନରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକମାନେ ପ୍ରଚାରରେ ଲାଗିଛନ୍ତି । ଆଜି ‘ଆପ’ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ, ବିଜେପି ପକ୍ଷରୁ ରାଜନାଥ ସିଂଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତା ଓ କଂଗ୍ରେସର ଚର୍ଚ୍ଚିତ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

  • ସଂଧ୍ୟାରେ ପ୍ରଚାର ଶେଷ

ନିର୍ବାଚନ ଆଚରଣ ବିଧି ଅନୁସାରେ, ସଂଧ୍ୟା 5ଟାରେ ପ୍ରଚାର ଶେଷ ହେବ । କେବଳ ସ୍ଥାନୀୟ ନେତାଙ୍କୁ ଛାଡିଲେ ଅନ୍ୟ ବଡ଼ ନେତାମାନେ ନିଜ ନିର୍ବାଚନ ମଣ୍ଡଳୀକୁ ଫେରିଯିବେ । ଆସନ୍ତାକାଲି ଡ୍ରାଏ ଡେ’ ଥିବା ବେଳେ ବୁଧବାର (5 ତାରିଖ) ବିଧାନସଭା ନିର୍ବାଚନ ପାଇଁ ସମସ୍ତ 70 ଆସନରେ ଏକକାଳୀନ ଭୋଟ ପଡିବ । ଏଥିପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ସମସ୍ତ ବ୍ୟବସ୍ଥା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶାସନରେ ଥିବା ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି ଓ କେନ୍ଦ୍ରରେ ଶାସନରେ ଥିବା ‘ଭାରତୀୟ ଜନତା ପାର୍ଟି’ ମଧ୍ୟରେ ଏଥର କଡା ପ୍ରତିଦ୍ବନ୍ଦ୍ବିତା ଆଶା କରାଯାଉଛି । ତେବେ ‘ଆପ’ରୁ ଏକକାଳୀନ 7 ବିଧାୟକଙ୍କ ଇସ୍ତଫା ପରେ ଦଳ ସାମାନ୍ୟ ଦୁର୍ବଳ ପଡିଥିବା ମଧ୍ୟ ଦୃଶ୍ୟମାନ ହେଉଛି ।

  • ଶେଷ ଦିନରେ ପ୍ରଚାର ମୈଦାନରେ କେଉଁମାନେ

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କସ୍ତୁରବା ନଗର ବିଧାନସଭାର କୋଟଲା ମୁବାରକପୁରରେ ନିର୍ବାଚନୀ ପ୍ରଚାର କରିବେ । ଏକାଧିକ ରାଲିକୁ ସମ୍ବୋଧିତ କରିବା ସହ ପ୍ରିୟଙ୍କାଙ୍କ ଏକ ରୋଡ୍ ଶୋ’ କାର୍ଯ୍ୟକ୍ରମ ରହିଛି । ସେହିପରି ଶାସକ ଦଳ ‘ଆମ ଆଦମୀ ପାର୍ଟି’ ପକ୍ଷରୁ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଛତରପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ କାଲକାଜିରେ ରୋଡ୍ ଶୋ’ କରିବେ । କେଜ୍ରିଓ୍ବାଲଙ୍କ ବ୍ୟତୀତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ଆଦର୍ଶ ନଗର, ଶାଲିମାର ବାଗ ଏବଂ ୱାଜିରପୁରରେ ଏରିଆରେ ରୋଡ୍ ଶୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଦଳୀୟ ସାଂସଦ ସଞ୍ଜୟ ସିଂହ ରିଥାଲାରେ ରୋଡ୍ ଶୋ’ କରିବେ ।

  • ଶେଷଦିନରେ BJPରୁ ଏହି ନେତା କରୁଛନ୍ତି ପ୍ରଚାର

ଅନ୍ୟପକ୍ଷରେ, ବିଜେପି ଶିବିରରୁ ଅନ୍ୟତମ ଶୀର୍ଷ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏକାଧିକ ସ୍ଥାନରେ ନିର୍ବାଚନୀ ସଭା କରିବେ । ଛତରପୁର ଏବଂ ମୋତି ନଗରରେ ରାଜନାଥଙ୍କ ରୋଡ୍ ଶୋ’ କାର୍ଯ୍ୟକ୍ରମ ରହିଛି । ଗେରୁଆ ଦଳରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଉତ୍ତର ପ୍ରଦେଶର ଉପଃମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଓ କେଶବ ପ୍ରସାଦ ମୌର୍ଯ୍ୟ, ଲୋକସଭା ସାଂସଦ ଅନୁରାଗ ଠାକୁର, ମନୋଜ ତିୱାରୀ, ରବି କିଶନ ଓ ଦିନେଶ ଲାଲ ଯାଦବ ପ୍ରମୁଖ ଏକାଧିକ ସ୍ଥାନରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସହ ରୋଡ ଶୋ’ କରିବେ ।

ଏହା ମଧ୍ୟ ପଢନ୍ତୁ:-

କେଜ୍ରିୱାଲଙ୍କୁ ଝଟ୍‌କା, ନିର୍ବାଚନ ପୂର୍ବରୁ ଆପ୍‌ ଛାଡିଲେ 7 ବିଧାୟକ

ଦିଲ୍ଲୀବାସୀଙ୍କୁ କେଜ୍ରିୱାଲଙ୍କ ୧୫ ଗ୍ୟାରେଣ୍ଟି: ମହିଳାଙ୍କୁ ୨୧୦୦, ବୟସ୍କଙ୍କ ପାଇଁ ସଞ୍ଜୀବନୀ

  • ଏକଜିଟ ପୋଲ ଉପରେ କଟକଣା:-

5 ତାରିଖରେ ଭୋଟିଂ ଶେଷ ହେବାକୁ ଥିବା ବେଳେ 8 ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ଭୋଟିଂ ଦିନ ଏକଜିଟ୍‌ ପୋଲ ବା ବୁଥବାହୁଡା ଜନମତ ପ୍ରକାଶନ କିମ୍ବା ପ୍ରଶାରଣ ଉପରେ କଟକଣା ଜାରି କରିଛନ୍ତି ନିର୍ବାଚନ ଆୟୋଗ । ପୂର୍ବାହ୍ନ 7ଟାରୁ ସଂଧ୍ୟା ସାଢେ 6 ମଧ୍ୟରେ ଏକଜିଟ୍‌ ପୋଲ ଉପରେ ନିଷେଧାଦେଶ ରହିଛି । ଏହାର ଉଲ୍ଲଂଘନ ସ୍ଥଳେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ।

  • ଯମୁନା ପାଣି ନିର୍ବାଚନ ମୁଦ୍ଦା

ସରକାରୀ ଦଳ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଚାରର ମଙ୍ଗ ଧରିଥିବା ବେଳେ ବିଜେପି କ୍ୟାମ୍ପରୁ ପ୍ରଧାନମନ୍ତ୍ରୀ ମୋଦି ନିଜେ ନିର୍ବାଚନୀ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ଦୁଇନେତାଙ୍କ ମଧ୍ୟରେ ଯମୁନା ନଦୀର ଜଳ ପ୍ରଦୂଷଣ ନେଇ ନିର୍ବାଚନୀ ବୟାନବାଜୀ ମଧ୍ୟ ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଥିଲା । ଯମୁନାର ଉପରମୁଣ୍ଡରେ ଥିବା ହରିୟାଣା ଯୋଗୁଁ ଯମୁନା ନଦୀର ଜଳ ଦୂଷିତ ହେଉଛି ଓ ଦିଲ୍ଲୀବାସୀ ପ୍ରଭାବିତ ହେଉଛନ୍ତି ବୋଲି କେଜ୍ରିଓ୍ବାଲ ଅଭିଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି କେଜ୍ରିଓ୍ବାଲଙ୍କ ଏହି ମନ୍ତବ୍ୟକୁ ହରିୟାଣାବାସୀଙ୍କ ପ୍ରତି ଅପମାନ ବୋଲି ଦର୍ଶାଇ ନିର୍ବାଚନୀ ମଞ୍ଚରେ ବର୍ଷିଥିଲେ । ଏହାରି ମଧ୍ୟରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ ମଧ୍ୟ ନଦୀଘାଟରେ ଯମୁନା ଜଳ ପାନ କରିଥିଲେ । ଏହି ପ୍ରସଙ୍ଗ ନିର୍ବାଚନୀ ରାଜନୀତି ଓ ଆରୋପ ପ୍ରତ୍ୟାରୋରକୁ ତୀବ୍ର କରିଥିଲା ।

ଇଟିଭି ଭାରତ, ବ୍ୟୁରୋ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.