ETV Bharat / state

IAS ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ କେଉଁ ବିଭାଗ ଦାୟିତ୍ବ - IAS RESHUFFLE

ଆଇଏଏସ ସ୍ତରରେ ଅଦଳବଦଳ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଗୁହା ପୁନମ ତାପସ କୁମାରଙ୍କୁ ଆଉ ୨ଟି ବିଭାଗର ଅତିରିକ୍ତ ଦାୟିତ୍ୱ ।

IAS Reshuffle In Odisha
IAS Reshuffle In Odisha (ETV Bharat Odisha)
author img

By ETV Bharat Odisha Team

Published : Nov 9, 2024, 9:22 PM IST

ଭୁବନେଶ୍ବର: ଆଇଏଏସ(IAS) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବଦଳିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି ଓ ଶକ୍ତି ବିଭାଗର ସଚିବ । କନ୍ଧମାଳ ଆମ୍ବ ଟାକୁଆ ବିବାଦ ପରେ ବଦଳିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ । ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବେ ବରିଷ୍ଠ ଆଇଏଏସ ସଞ୍ଜୟ କୁମାର ସିଂହ । ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ହେମନ୍ତ ଶର୍ମାଙ୍କୁ ବଦଳାଇଛନ୍ତି ସରକାର । ବିଶାଲ କୁମାର ଦେବ ନିଜ ଦାୟିତ୍ୱ ସହ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ । ମୋହନ ସରକାର ଗୁହା ପୁନମ ତାପସ କୁମାରଙ୍କ ଉପରେ ଭରସା କରି ଏକାଧିକ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ।

ବିଶାଲ ଦେବଙ୍କୁ ଶକ୍ତି ବିଭାଗ ଅତିରିକ୍ତ ଦାୟିତ୍ୱ:

ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଘାସିରାମ ମୁର୍ମୁଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ ସିଂଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ଓଡ଼ିଶା ବନ ନିଗମ ଅଧ୍ୟକ୍ଷ ଭାବେ ୧୯୯୩ ବ୍ୟାଚର ଅଧିକାରୀ ଦେଓରଞ୍ଜନଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ସେ ସ୍ୱତନ୍ତ୍ର ରିଲିଫ କମିଶନ ଭାବେ ମଧ୍ୟ କାର୍ଯ୍ୟ କରିବେ । ବିଜ୍ଞପ୍ତି ପୂର୍ବରୁ ଓଡ଼ିଶା ବନ ନିଗମ ଅଧ୍ୟକ୍ଷ ଭାବେ ୧୯୯୬ ବ୍ୟାଚର ବିଶାଲ କୁମାର ଦେବ କାର୍ଯ୍ୟ କରୁଛନ୍ତି । ବିଶାଲ ଦେବଙ୍କୁ ବର୍ତ୍ତମାନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସାଧାରଣ ନିର୍ବାଚନ ପୂର୍ବେ ସେ ଶକ୍ତି ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ । ନୂଆ ସରକାର ଆସିବା ପରେ ଅର୍ଥ ଓ ଶକ୍ତି ବିଭାଗରୁ ବଦଳି କରାଯାଇ ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ ସହ ଓକାକରେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ । ପୁନର୍ବାର ସରକାର ତାଙ୍କୁ ଶକ୍ତି ବିଭାଗ ଦେଇଛନ୍ତି ।

ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱରୁ ବଦଳିଲେ ହେମନ୍ତ ଶର୍ମା:

ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିଲେ ହେମନ୍ତ କୁମାର ଶର୍ମା । ହେମନ୍ତ ଶର୍ମା ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆଗକୁ ରହିଛି ମୋହନ ମାଝୀ ସରକାରଙ୍କ ବଡ଼ ଶିଳ୍ପ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ସହ ଅନ୍ୟାନ୍ୟ ଦେଶ ଗସ୍ତ କରିବେ । ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି କାର୍ଯ୍ୟକ୍ରମ ହାତକୁ ନେବେ । ସେହିପରି ଆସନ୍ତାବର୍ଷ ଜାନୁଆରୀରେ ଉତ୍କର୍ଷ ଓଡିଶା: ମେକ ଇନ ଓଡିଶା କାର୍ଯ୍ୟକ୍ରମ ରହିଛି । ଏହାର ଗୁରୁ ଦାୟିତ୍ୱ ହେମନ୍ତଙ୍କ କାନ୍ଧରେ ରହିବ । ତେଣୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱରୁ ହେମନ୍ତ ଶର୍ମାଙ୍କୁ ମୋହନ ସରକାର ମୁକ୍ତ କରିଛନ୍ତି । ସେହିପରି ବାତ୍ୟା ଦାନା ଦ୍ୱାରା ଶକ୍ତି ବିଭାଗ ଅଧିକ ପ୍ରଭାବିତ ହୋଇଛି । ଶକ୍ତି ବିଭାଗର ସୁଦୃଢ ଭିତ୍ତିଭୂମି ନିର୍ମାଣ ସହ ଲଗାତାର କାର୍ଯ୍ୟ ଲାଗି ବିଶାଳଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର ।

ସଞ୍ଜୟ ସିଂଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦାୟିତ୍ବ:

ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ ବଦଳିଛନ୍ତି ବୀର ବିକ୍ରମ ଯାଦବ । ଦୀର୍ଘ ବର୍ଷ ହେଲା ଉକ୍ତ ପଦରେ ରହି ଆସିଛନ୍ତି ବୀର ବିକ୍ରମ । ରାଜ୍ୟରେ ଆଳୁ ସମସ୍ୟା ଓ ବର୍ତ୍ତମାନ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ନେଇ ବିବାଦୀୟ ହୋଇଛି ଯୋଗାଣ ବିଭାଗ । ଉଭୟ ଘଟଣାରେ ବୀର ବିକ୍ରମଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଉଭୟ ଘଟଣାରେ ସରକାର ବଦନାମ ହୋଇଛି । ତେବେ ବୀର ବିକ୍ରମଙ୍କୁ ହଟେଇ ସଞ୍ଜୟ କୁମାର ସିଂହଙ୍କୁ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ୧୯୯୭ ବ୍ୟାଚର ସଞ୍ଜୟ ସୂଚନା ଏବଂ ଲୋକ ସମ୍ପର୍କ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଯୋଗାଣ ବିଭାଗ ଦାୟିତ୍ୱ ତୁଲାଇବେ ।

ଗିରିଶ ଏସ.ଏନଙ୍କୁ ପଞ୍ଚାୟତିରାଜ ଓ ପାନୀୟ ବିଭାଗ:

କ୍ରୀଡା ବିଭାଗର ପ୍ରମୁଖ ଶାସନ ସଚିବ ଥିବା ୧୯୯୯ ବ୍ୟାଚର ଭାସ୍କର ଜ୍ୟୋତି ଶର୍ମା ଓପିଟିସିଏଲ ସିଏମଡି ଭାବେ ଅତିରିକ୍ତ ନିଯୁକ୍ତ ମିଳିଛି । କେନ୍ଦ୍ରୀୟ ନିଯୁକ୍ତିରୁ ଫେରିଥିବା ୨୦୦୨ ବ୍ୟାଚର ଗିରିଶ ଏସ.ଏନଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତ ମିଳିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ସୁଶୀଲ କୁମାର ଲୋହାନୀ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଏହି ପଦ ଫାଙ୍କା ପଡିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...OAS ସ୍ତରରେ ବଡ଼ଧରଣର ଅଦଳବଦଳ - OAS Reshuffle

ଏହା ମଧ୍ୟ ପଢ଼ନ୍ତୁ...IPS ସ୍ତରରେ ବଡ଼ ଅଦଳବଦଳ: ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ, ପ୍ରତୀକଙ୍କ ସ୍ଥାନ ନେଲେ ପିନାକ - Odisha IPS Reshuffle

ଗୁହା ପୁନମ ତାପସ କୁମାରଙ୍କୁ ଆଉ ୨ଟି ବିଭାଗର ଅତିରିକ୍ତ ଦାୟିତ୍ୱ:

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ଗୁହା ପୁନମ ତାପସ କୁମାରଙ୍କୁ ଆଉ ୨ଟି ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ହସ୍ତତନ୍ତ ଓ ବୟନଶିଳ୍ପ ଓ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ସୁଶୀଲ କୁମାର ଲୋହାନୀ ଡେପୁଟେସନରେ ଯିବା ପରେ ଅବକାରୀ ବିଭାଗ ସଚିବ ମୁକ୍ତ ଥିଲା । ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିଲେ ବରିଷ୍ଠ ପ୍ରଶାସକ ଅରବିନ୍ଦ ପାଢ଼ୀ । ଅରବିନ୍ଦ କୃଷି ବିଭାଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି । ଉଭୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସହ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଦାୟିତ୍ୱ ଅତିରିକ୍ତ ଚାପ ସୃଷ୍ଟି କରୁଥିଲା । ତେଣୁ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.