ETV Bharat / state

ମନ ଜିଣିଲେ ରଞ୍ଜନ: ସୁନା ପାଇଲେ, ମାଲିକଙ୍କୁ ଫେରାଇଲେ ଏସପି କଲେ ପ୍ରଶଂସା - MAN RETURNS LOST GOLD

ସମାଜକୁ ମଣିଷପଣିଆର ବାର୍ତ୍ତାର ଦେଲେ ରଞ୍ଜନ । ପାଇଲେ ସୁନା । ମାଲିକକୁ ଫେରାଇଲେ । ବାଲେଶ୍ବର ଯୁବକଙ୍କୁ ପ୍ରଶଂସାରେ ପୋତିଲେ ଏସପି ।

ମନ ଜିଣିଲେ ରଞ୍ଜନ
ମନ ଜିଣିଲେ ରଞ୍ଜନ (ETV Bharat Odisha)
author img

By ETV Bharat Odisha Team

Published : Jan 2, 2025, 10:00 PM IST

ବାଲେଶ୍ବର: ବଦିଳୁଛି ସମାଜ । ମଣିଷ ଅନ୍ୟ ମଣିଷକୁ ବିଶ୍ବାସ କରୁନି । ବାଜିରେ ଲାଗୁଛି ବିଶ୍ବାସ । ହଜି ଯାଉଥିବା ମଣିଷ ପଣିଆ ଆଜି ବି କିଛି ଲୋକଙ୍କ ପାଇଁ ବଞ୍ଚି ରହିିଛି । ସମାଜ କେତେ ସୁନ୍ଦର...ମଣିଷ ପଣିଆ କେତେ ବଡ ତାହାର ଉଦାହରଣ ଦେଖାଇଛନ୍ତି ବାଲେଶ୍ବରର ଯୁବକ ରଞ୍ଜନ କୁମାର ସାମନ୍ତରାୟ । ତାଙ୍କ କାର୍ଯ୍ୟ ପାଇଁ ସେ ସମାଜକୁ ଏକ ସକରାତ୍ମକ ବାର୍ତ୍ତା ପ୍ରଦାନ କରିଛନ୍ତି । ଅନ୍ୟର ଧନ କିମ୍ବା ଜିନିଷ ଉପରେ ଲୋଭ ନକରି ହଜିଥିବା ଜିନିଷ ଫେରାଇ ନିଜର ମଣିଷ ପଣିଆକୁ ଜାହିର କରିଛନ୍ତି ବାଲେଶ୍ବରର ଜଣେ ଯୁବକ । ସୁନା ବ୍ୟବସାୟୀ ହଜିଯାଇଥିବା ସୁନା ଫେରି ପାଇଛନ୍ତି । ଯୁବକଙ୍କ ଏପରି ସୁନ୍ଦର କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି ବାଲେଶ୍ବର ଏସପି ।

ସମାଜକୁ ସୁନ୍ଦର ବାର୍ତ୍ତା ଦେଲେ ରଞ୍ଜନ:

ମନ ଜିଣିଲେ ରଞ୍ଜନ (ETV Bharat Odisha)

ଦିନକୁ ଦିନ ମଣିଷ ମଣିଷକୁ ବିଶ୍ବାସ କରୁନଥିବା ବେଳେ ହଜିଲା ସୁନା ଫେରାଇ ମଣିଷ ପଣିଆ ଦେଖାଇଛନ୍ତି ରଞ୍ଜନ । ଘଟଣାଟି ଘଟିଥିଲା ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ । ବାଲିଆପାଳ ଥାନା ଅଧିନ କାଉମାରି ବଜାରରେ ରହିଛି ଗୌତମ କାମିଳାଙ୍କ ସୁନା ଦୋକାନ । ସେ କାଳୀପଦା ଅଞ୍ଚଳରୁ ଗତକାଲି ଅର୍ଥାତ ଜାନୁଆରୀ 1 ତାରିଖରେ 45ଟି ସୁନା ଲକେଟ ତିଆରି କରି ଏକ ଡବା ଭିତରେ ପୁରାଇ ଚାନ୍ଦମଣି ଅଭିମୁଖେ ଆସୁଥିବା ବେଳେ ରାସ୍ତାରେ କେଉଁଠି ଖସି ପଡ଼ିଥିଲା । 45ଟି ସୁନା ଲକେଟ 24 ଗ୍ରାମର ହୋଇଥିବା ବେଳେ ଏହାର ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ହେବ । ଏତେ ଟଙ୍କାର ଜିନିଷ ଖସି ପଡିବା ପରେ ଗୌତମ ବହୁ ଖୋଜାଖୋଜି ପରେ ବି ପାଇ ନଥିଲେ । ଏହାକୁ ପାଇଥିବା ଯୁବକ ରଞ୍ଜନ କୁମାର ସାମନ୍ତ ରାୟ ବାଲିଆପାଳ ଥାନାରେ ଜଣାଇବା ପରେ ଗୌତମଙ୍କୁ ଖବର ଦିଆଯାଇଥିଲା ।

ସୁନା ପାଇଲେ ମାଲିକଙ୍କୁ ଫେରାଇଲେ
ସୁନା ପାଇଲେ ମାଲିକଙ୍କୁ ଫେରାଇଲେ (ETV Bharat Odisha)

ସୁନା ଫେରାଇଲେ ପ୍ରଶଂସା ପତ୍ର ପାଇଲେ:

ସୁନା ଅଳଙ୍କାର ପାଇବା ପରେ ବି ମନରେ କୌଣସି ଲୋଭ ନରଖି ତାର ଉପଯୁକ୍ତ ମାଲିକଙ୍କୁ ଫେରାଇବା ପାଇଁ ନିଷ୍ପତ୍ତି ନେଇଥିଲେ ସେ । ଯେଉଁଥିପାଇଁ ଥାନାର ଦ୍ୱାରସ୍ଥ ହୋଇ ପ୍ରକୃତ ମାଲିକଙ୍କୁ ସୁନା ଫେରାଇ ଆଜି ସେ ଦେଇଛନ୍ତି ମାନବିକତାର ପରିଚୟ । ଏଥିପାଇଁ ତାଙ୍କୁ ବାଲେଶ୍ୱର ଏସପି ରାଜପ୍ରସାଦ ସୁନା ପାଇ ଫେରାଇଥିବା ଯୁବକ ରଞ୍ଜନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ।

କଣ କହିଲେ ସୁନା ଫେରାଇଥିବା ରଞ୍ଜନ:

ମନ ଜିଣିଲେ ରଞ୍ଜନ
ମନ ଜିଣିଲେ ରଞ୍ଜନ (ETV Bharat Odisha)

ସୁନା ପାଇ ପୁଣି ଫେରାଇଥିବା ଯୁବକ ରଞ୍ଜନ କୁମାର ସାମନ୍ତରାୟ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ," କାଶୀପୁର ଠାରେ ଥିବା ମୁଁ ମୋ କ୍ଲିନିକରେ ବସିଥିବା ବେଳେ ଗୋଟେ 10ରୁ 12 ବର୍ଷର ପିଲା ମୋତେ ଗୋଟେ ଡବାଟେ ଦେଲେ, କହିଲେ ଏଥିରେ ସୁନା ଅଛି କିଏ ଭାଇଙ୍କର ଖସି ପଡିଛି ତାଙ୍କୁ ଦେଇଦେବେ । ମୁଁ ତାଙ୍କୁ ବିଶ୍ୱାସ କଲିନାହିଁ । ଅନ୍ୟମନସ୍କ ଭିତରେ ପିଲାଟା ପଳେଇଗଲା । ଯେତେବେଳେ ଦେଖିଲି ଏଇଟା ଅରିଜିନାଲ ସୁନା ଅଛି ମୁଁ ସଙ୍ଗେସଙ୍ଗେ ବାଲିଆପାଳ ଥାନାକୁ ଆସିଲି । ବାଲିଆପାଳ ଥାନାରେ ମୋତେ ବହୁତ ସହଯୋଗ କଲେ। ତା ପରେ ସେ ଭାଇ ଖୋଜିଖୋଜି ଆସିକି ମୋ ପାଖରେ ପହଁଚିଲେ ମୁଁ ଆଜି ତାଙ୍କୁ ତାଙ୍କ ସୁନା ଫେରାଇ ଦେଉଛି ।

ପରଧନ ଲୋଭ କେମିତି କରିବି...

ସେ ଆହୁରି କହିଛନ୍ତି, ‘ପରଧନ କେମିତି ଲୋଭ କରିବି, ସେ ଭାଇ ଖାଇ ନାହାନ୍ତି 4ଟା ଯାଏ ଘୁରୁଥିଲେ । ସେ ବହୁତ କଷ୍ଟରେ ବେପାର କରୁଛନ୍ତି, ମୁଁ ବି ଜଣେ ବେପାରୀ ତାଙ୍କ ଧନ କେମିତି ରଖିବି, ଲୋକଙ୍କ ଧନ ରଖିବା ବହୁତ ପାପ । ସେ ବହୁତ ଚିନ୍ତାରେ ଥିଲେ ତାଙ୍କର ପୁରା ଫ୍ୟାମିଲି ଆସିଥିଲେ ନେବାପାଇଁ । ତାଙ୍କୁ ଫେରାଇବା ପରେ ମୋତେ ବହୁତ ଖୁସି ଲାଗିଲା । ଏସପି ସାର କହିଲେ ଯେ ଏଇଟା ବହୁତ ଭଲ ପଦକ୍ଷେପ ନୂଆ ବର୍ଷରେ ଆପଣ ଯେଉଁ ପଦକ୍ଷେପ ନେଇଛନ୍ତି ସେଇଟା ବହୁତ ଭଲ ପଦକ୍ଷେପ ନେଇଛନ୍ତି । ସମସ୍ତଙ୍କୁ ମୁଁ ବାର୍ତ୍ତା ଦେବାକୁ ଚାହୁଁଛି ଯେ ସେମାନେ ବି ଏହି ଜିନିଷ କରନ୍ତୁ ଲୋକଙ୍କ ଧନ ରଖନ୍ତୁ ନାହିଁ।’

ଏହା ମଧ୍ୟ ପଢନ୍ତୁ:

ପର କଲା ପରିବାର, ବୃଦ୍ଧାଶ୍ରମ ହିଁ ଶେଷ ଠିକଣା, ଏମାନଙ୍କ ପାଇଁ ନୂଆବର୍ଷର ଅର୍ଥ କଣ ?

ମୁହଁ ଦେଖି ପେଟର ଭୋକ ବୁଝୁଛନ୍ତି, ଅସହାୟଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ମନୋରଞ୍ଜନ

ବାଲେଶ୍ବର ଦିବ୍ୟାଙ୍ଗ ଅଟୋ ଚାଳକ ଗୋପୀନାଥ, ସଂଘର୍ଷ ଭିତରେ ସାଉଁଟୁଛନ୍ତି ଖୁସି

ସୁନା ପାଇ ଖୁସି ବ୍ୟବସାୟୀ:

ମନ ଜିଣିଲେ ରଞ୍ଜନ
ମନ ଜିଣିଲେ ରଞ୍ଜନ (ETV Bharat Odisha)

ଅନ୍ୟପଟେ ସୁନା ହଜାଇ ମାନସିକ ସ୍ତରରେ ଭାଙ୍ଗି ପଡିଥିବା ବ୍ୟବସାୟୀ ଗୌତମ କାମିଳା ହଜିଲା ସୁନା ପାଇବା ପରେ ନିଜର ପ୍ରତିକ୍ରିୟାରେ କହିଛନ୍ତି, "ମୁଁ ସୁନା ଜିନିଷ ତିଆରି କରେ, ଛୋଟ ଦୋକାନିଟିଏ । ଜିନିଷ ତିଆରି କରି ବଜାରରୁ ଫେରିବା ସମୟରେ ମୋ ପକେଟରେ ଥିଲା ହେଲେ ଜିନିଷଟି କେଉଁଠି ଗଳି ପଡ଼ିଥିଲା । ଯେତେବେଳେ ଦେଖିଲି ମୋ ପକେଟରେ ଜିନିଷ ନାହିଁ ବହୁତ ଖୋଜାଖୋଜି କଲି ପାଇଲି ନାହିଁ । ତାପରେ ମୋ ଘର ଲୋକ ବି ଆସିଲେ ରାସ୍ତାରେ ଖୋଜାଖୋଜି କଲେ । ପରେ ଜଣା ପଡିଲା ଯେ ସେ ଭାଇ ଜଣେ ପାଇଛନ୍ତି, ସେ ସାଙ୍ଗେ ସାଙ୍ଗେ ଯାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯେ ଏଇ ଜିନିଷ ଟା ମୁଁ ପାଇଛି । ଯେତେବେଳେ ମୁଁ ଏକଥା ଜାଣିଲି ମୁଁ ମୋ ଭାଇଙ୍କୁ ନେଇକି ଥାନାରେ ପହଞ୍ଚିଥିଲି। ମୋତେ ତ ବହୁତ ଖୁସି ଲାଗିଲା ଯେ ତାଙ୍କ ପାଇଁ ମୁଁ ଆଜି ବଞ୍ଚି ଯାଇଛି । ନହେଲେ ମୋ ଜୀବନର ଆଜିଯାଏ ଯେତିକି ରୋଜଗାର କରିଥିଲି ସବୁ ସାରିଯାଇଥାନ୍ତା । ମୋର ତ ଆଶା ନଥିଲା ଆଜି ଭଳି ଦିନରେ ଜିନିଷ ପାଇବି ବୋଲି । ଭଗବାନଙ୍କ ଦୟା ଓ ସେ ଭାଇଙ୍କ ପାଇଁ ଆଜି ମୁଁ ଜିନିଷ ଫେରି ପାଇଲି । ମୁଁ ଏଇୟା କହିବି ଯେ କିଛି ମାତ୍ରାର ପଇସାର ଲୋଭ ନ ରଖି ଯାହା ଜିନିଷ ତାକୁ ଫେରାଇ ଦେବା ଉଚିତ ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.