ETV Bharat / sports

ଭାରତ-ଇଂଲଣ୍ଡ ବାରବାଟୀ ଲଢ଼େଇ: କାଲିଠୁ କାଉଣ୍ଟର ଟିକେଟ - INDIA ENGLAND ODI

ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଅନୁବନ୍ଧିତ ସଂସ୍ଥାମାନଙ୍କୁ ଟିକେଟ ବିକ୍ରି । ଆସନ୍ତାକାଲିଠାରୁ ଦୁଇ ଦିନ କାଉଣ୍ଟରର ମିଳିବ ଅଫଲାଇନ୍‌ ଟିକେଟ୍ ।

ବାରବାଟୀ ଲଢେଇ, କାଲିଠୁ କାଉଣ୍ଟରରେ ଅଫଲାଇନ୍‌ ଟିକଟ ବିକ୍ରି
ବାରବାଟୀ ଲଢେଇ, କାଲିଠୁ କାଉଣ୍ଟରରେ ଅଫଲାଇନ୍‌ ଟିକଟ ବିକ୍ରି (ETV Bharat Odisha)
author img

By ETV Bharat Odisha Team

Published : Feb 4, 2025, 11:48 AM IST

କଟକ: ଆସନ୍ତା ୯ ତାରିଖ (ରବିବାର)ରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ବହୁପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ୍ ପାଇଁ ଆରମ୍ଭ ହୋଇଛି ଟିକେଟ ବିକ୍ରି ପ୍ରକ୍ରିୟା । ପ୍ରଥମେ ଅନ୍‌ଲାଇନ ଟିକେଟ ବିକ୍ରି ସରିବା ପରେ ଗତକାଲି ଓ ଆଜି ଅର୍ଥାତ 3 ଓ 4 ତାରିଖ ଓଡିଶା କ୍ରିକେଟ୍‌ ଆସୋସିଏସନ (ଓସିଏ) ସିହିତ ଅନୁବନ୍ଧିତ ସଂଗଠନଗୁଡ଼ିକୁ ଟିକେଟ ବିକ୍ରି ଜାରି ରହିଛି । 71ଟି ସଂଗଠନକୁ ଟିକେଟ ବିକ୍ରି କରାଯିବ ।

  • ଟିକେଟ ଗ୍ରହଣ କଲା ବିଭିନ୍ନ ଜିଲ୍ଲା କ୍ରୀଡ଼ା ସଂଘ

ଏଥିପାଇଁ OCA ସମିଳନୀ କକ୍ଷରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଜିଲ୍ଲା କ୍ରୀଡା ସଂଘର କାର୍ଯ୍ୟକର୍ତ୍ତା ଓ ପ୍ରତିନିଧିମାନେ ପହଞ୍ଚି ସେମାନଙ୍କର ଟିକେଟ ପାଇଁ ନିର୍ଦ୍ଧାରିତ ଟିକେଟ ସଂଗ୍ରହ କରିଛନ୍ତି । ଏହାପରେ ଆସନ୍ତାକାଲି (5 ତାରିଖ) ଓ ପରଦିନ (6 ତାରିଖ)ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ । ଏଥିପାଇଁ କାଉଣ୍ଟରରୁ ଅଫଲାଇନରେ ଟିକଟ୍‌ କିଣି ପାରିବେ ଦର୍ଶକ । ଏଥିପାଇଁ ସମସ୍ତ ବ୍ୟବସ୍ଥା ସରିଛି ।

ବାରବାଟୀ ଲଢେଇ, କାଲିଠୁ କାଉଣ୍ଟରରେ ଅଫଲାଇନ୍‌ ଟିକଟ ବିକ୍ରି (ETV Bharat Odisha)

Exclusive: ହାଇସ୍କୋରିଂ ମ୍ୟାଚ ନା ବୋଲର କରିବେ କମାଲ ? କାହିଁକି ଚେସବୋର୍ଡ ଡିଜାଇନ୍ - INDIA ENGLAND ODI MATCH

  • 71 ଅନୁବନ୍ଧିତ ସଂଗଠନକୁ ବିକ୍ରି ହେବ 8 ହଜାର ଟିକେଟ

ଆଉ ଦିନ କେଇଟା ପରେ ବାରବାଟୀ ହେବ ବିଗ-ଫାଇଟ୍‌ । ମୁଁହାମୁହିଁ ହେବେ ଭାରତ-ଇଂଲଣ୍ଡ । ଏହି ଏକଦିବସୀୟ ଲଢେଇ ପୂର୍ବରୁ ଗତକାଲି ‘OCA’ ସହିତ ଅନୁବନ୍ଧିତ ହୋଇ ଥିବା ଜିଲ୍ଲା କ୍ରୀଡା ସଙ୍ଘ ତଥା ସ୍କୁଲ , କଲେଜ ଓ କ୍ଳବ ଇତ୍ୟାଦିଙ୍କୁ ସେମାନଙ୍କ ଧାର୍ଯ୍ୟ କୋଟା ମୁତାବକ ଟିକେଟ ବିକ୍ରି କରାଯାଇଛି । ସୋମବାର ଏବଂ ମଙ୍ଗଳବାର OCA ସହିତ ଅନୁବନ୍ଧିତ ମୋଟ 71ଟି ସଂଗଠନକୁ ମୋଟ ୮ ହଜାର ଟିକେଟ ବିକ୍ରି କରାଯିବ । ତେବେ ଏହି କ୍ରିକେଟ ମ୍ୟାଚ ପାଇଁ ଦର୍ଶକଙ୍କ ଭିତରେ ନାହିଁ ନଥିବା କ୍ରେଜ୍‌ ଥିବା ବେଳେ କୋଟାରେ ମିଳୁଥିବା ଏହି ଟିକେଟ ସମୁଦ୍ରକୁ ଶଙ୍ଖେ ବୋଲି ବୋଲି କହିଛନ୍ତି ଟିକେଟ ନେଇଥିବା ସଂଗଠନର କର୍ମକର୍ତ୍ତା ।

ବାରବାଟୀ ଲଢେଇ, କାଲିଠୁ କାଉଣ୍ଟରରେ ଅଫଲାଇନ୍‌ ଟିକଟ ବିକ୍ରି
ବାରବାଟୀ ଲଢେଇ, କାଲିଠୁ କାଉଣ୍ଟରରେ ଅଫଲାଇନ୍‌ ଟିକଟ ବିକ୍ରି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ବାରବାଟୀ ଲଢେଇ: ଅଧ ଘଣ୍ଟାରେ ସରିଗଲା ଟିକେଟ, ବୁକିଂକୁ ନେଇ ନିରାଶ ଦର୍ଶକ - INDIA VS ENGLAND ODI

  • କାଲିଠୁ ଦୁଇଦିନ କାଉଣ୍ଟରରେ ମିଳିବ ଅଫଲାଇନ ଟିକେଟ

ଆସନ୍ତା ଦୁଇଦିନ 5 ଓ 6 ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍‌ ବିକ୍ରି କରାଯିବ । ଏଥିପାଇଁ ଷ୍ଟାଡିୟମ ପରିସରରେ ଥିବା 5ଟି କାଉଣ୍ଟରର ବ୍ୟବସ୍ଥା କରାଯାଇଛି । ଟିକେଟ୍‌ ବିକ୍ରି ପ୍ରକ୍ରିୟା ସକାଳ 9ଟାରୁ ଆରମ୍ଭ ହୋଇ ସଂଧ୍ୟା 6ଟା ପର୍ଯ୍ୟନ୍ତ ଜାରି ରହିବ । ସାଧାରଣ ଦର୍ଶକଙ୍କ ପାଇଁ ପ୍ରାୟ 12 ହାଜର ଟିକେଟ୍‌ ବିକ୍ରି କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ଥର ଲାଗି ବାରବାଟୀ ଷ୍ଟାଡିୟମର ପଛପଟେ କାଉଣ୍ଟର କରାଯାଇ ଟିକେଟ ବିକ୍ରି କରିବା ପାଇଁ ବ୍ୟବସ୍ଥା ହୋଇଛି । ଶୃଙ୍ଖଳିତ ପ୍ରକ୍ରିୟା ପାଇଁ ‘ଓସିଏ’ ଓ କଟକ ପୋଲିସ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.