ETV Bharat / state

ରାଜଧାନୀରୁ ଠାବ ହେଲା ନକଲି ସିମେଣ୍ଟ ଗୋଦାମ - DUPLICATES CEMENT FACTORY

ଏକ ନାମିଦାମି ବ୍ରାଣ୍ଡରେ ନାମରେ ନଷ୍ଟ ହୋଇଯାଇଥିବା ସିମେଣ୍ଟ ଅପମିଶ୍ରଣ ସହ ରିପ୍ୟାକିଂ କରି ବିକୁଥିଲେ । ଗୋଦାମ ସିଲ୍‌, ପୋଲିସ ହେପାଜତରେ ବ୍ୟବସାୟୀ ।

ରାଜଧାନୀରୁ ଠାବ ହେଲା ନକଲି ସିମେଣ୍ଟ କାରଖାନା
ରାଜଧାନୀରୁ ଠାବ ହେଲା ନକଲି ସିମେଣ୍ଟ କାରଖାନା (ETV Bharat odisha)
author img

By ETV Bharat Odisha Team

Published : Jan 2, 2025, 10:09 PM IST

ଭୁବନେଶ୍ବର: ରାଜଧାନୀରୁ ଠାବ ହେଲା ଅପମିଶ୍ରଣ କରାଯାଉଥିବା ଏକ ସିମେଣ୍ଟ ଗୋଦାମ । ଦୀର୍ଘ ମାସ ହେବ ଏକ ପ୍ରମୁଖ ସିମେଣ୍ଟ କମ୍ପାନୀର ବ୍ୟାଗ୍ ବ୍ୟବହାର କରି ଅପମିଶ୍ରିତ ସିମେଣ୍ଟ ବିକ୍ରି କରୁଥଲେ ସମ୍ପୃକ୍ତ ମାଲିକ୍‌ । ଅଭିଯୋଗ ଓ ସୂଚନା ଆଧାରରେ ଆଜି ବଡଗଡ ଥାନା ପୋଲିସର ଏକ ଟିମ୍‌ ବଡଗଡ଼-ଟଙ୍କପାଣି ରାସ୍ତାରେ ଥିବା ଉକ୍ତ ଗୋଦାମରେ ଚଢାଉ କରିଛି । ବହୁମାତ୍ରାରେ ନଷ୍ଟ ହୋଇଯାଇଥିବା ସିମେଣ୍ଟ ଓ ଅପମିଶ୍ରିତ କରାଯାଇ ସପ୍ଲାଇ ଉଦ୍ଦେଶ୍ୟରେ ଗଚ୍ଛିତ ରଖାଯାଇଥିବା ସିମେଣ୍ଟ ପ୍ୟାକେଟ୍‌ ଜବତ କରିଛି ପୋଲିସ । ସମ୍ପୃକ୍ତ ଗୋଦାନକୁ ସିଲ୍‌ କରି ମାଲିକଙ୍କୁ ଅଟକ ରଖି ପୋଲିସ୍‌ ଜେରା କରୁଛି ।

  • ବିପୁଳ ପରିମାଣରେ ଅପମିଶ୍ରିତ ସିମେଣ୍ଟ ଜବତ:-

ଚଢାଉରେ କୋଟି କୋଟି ଟଙ୍କାର ସିମେଣ୍ଟ ପ୍ରସ୍ତୁତି ପାଇଁ ରହିଥିବା ପାଉଡର, ନିଷ୍ଟ ହୋଇଯାଇଥିବା ସିମେଣ୍ଟ, ବାଲି ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ବଡଗଡ଼ ଟଙ୍କପାଣି ରାସ୍ତାରେ ମା’ କନକ ଦୁର୍ଗ ସିମେଣ୍ଟ ଷ୍ଟୋରରେ ପ୍ରସ୍ତୁତି ହେଉଥିଲା ଏହି ସିମେଣ୍ଟ । ସିମେଣ୍ଟ କାରଖାନାର ମାଲିକ ଦୁର୍ଗା ଚରଣ ସାମଲ ଅଟକ ରହିଛନ୍ତି । ଦୁର୍ଗା ଚରଣଙ୍କ ପାହାଳ ସ୍ଥିତ ଆଉ ଗୋଟେ ଗୋଡାଉନରେ ମଧ୍ୟ ବଡଗଡ଼ ପୋଲିସ ରେଡ କରି ସିଲ କରିଛି ।

ରାଜଧାନୀରୁ ଠାବ ହେଲା ନକଲି ସିମେଣ୍ଟ କାରଖାନା (ETV Bharat odisha)

ଏହା ମଧ୍ୟ ପଢନ୍ତୁ:-
କ୍ଷୀର ପିଉଥିଲେ ସାବଧାନ ! ଅପମିଶ୍ରିତ ନକଲି କ୍ଷୀର ଜବତ - Fake Milk Products Factory Busted

ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ‘ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ’, ତେଜିଲା ରାଜନୀତି

  • କଣ କହିଲେ ଥାନାଧିକାରୀ:-

ବଡଗଡ ଥାନାଧିକାରୀ କହିଛନ୍ତି, ଦୁର୍ଗା ଚରଣ ନିଜେ ଜଣେ ସିମେଣ୍ଟ ବ୍ୟବସାୟୀ ହେଇଥିବାରୁ ସହଜରେ ଅସଲି ସିମେଣ୍ଟ ସହ ନଷ୍ଟ ହୋଇଯାଇଥିବା ସିମେଣ୍ଟକୁ ଅପମିଶ୍ରିତ କରି ବିକ୍ରି କରୁଥିଲେ । ଏନେଇ ଅଭିଯୋଗ ହେବା ପରେ ପୋଲିସ ଆଜି ଚଢାଉ କରିଥିଲା । ଏଥିରେ ବହୁମାତ୍ରାରେ ଅପମିଶ୍ରିତ ସାମଗ୍ରୀ ସହ ବିକ୍ରି ଉଦ୍ଦେଶ୍ୟରେ ପ୍ୟାକିଂ ହୋଇସାରିଥିବା ସିମେଣ୍ଟ ବସ୍ତା ମଧ୍ୟ ଜବତ ହୋଇଛି । ସମ୍ପୃକ୍ତ ମାଲିକଙ୍କୁ ଜେରା କରାଯାଉଛି । ପାହାଳରେ ତାଙ୍କର ଆଉ ଗୋଟିଏ ଗୋଦାମ ମଧ୍ୟ ରହିଛି । ତାହା ମଧ୍ୟ ସିଲ୍‌ ହୋଇଛି । ତଦନ୍ତ ଜାରି ରହିଛି, ସେହି ଆଧାରରେ ତାଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରାଜଧାନୀରୁ ଠାବ ହେଲା ନକଲି ସିମେଣ୍ଟ କାରଖାନା
ରାଜଧାନୀରୁ ଠାବ ହେଲା ନକଲି ସିମେଣ୍ଟ କାରଖାନା (ETV Bharat odisha)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.