ଓଡିଶା

odisha

By ETV Bharat Odisha Team

Published : Jun 12, 2024, 11:00 PM IST

ETV Bharat / videos

ଖୋଲିବ ଶ୍ରୀମନ୍ଦିର ଚାରି ଦ୍ୱାର, ସରକାରଙ୍କୁ ନିଷ୍ପତ୍ତିକୁ ସ୍ଵାଗତ କଲେ ଭକ୍ତ - All four Gates of Puri Srimandir

All Gates To Repoen: ପୁରୀ: ଆସନ୍ତାକାଲି (ଗୁରୁବାର)ଠାରୁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବ । ଏନେଇ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ଆଜି ରାଜ୍ୟରେ ବିଜେପି ସରକାରର ପ୍ରଥମ ବୈଠକ ବସିଥିଲା । ବୈଠକ ପରେ ସମସ୍ତ ମନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ଏହା ବି ପଢନ୍ତୁ...ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ: ୪ ପ୍ରସ୍ତାବରେ ବାଜିଲା ମୋହର, କାଲିଠୁ ଖୋଲିବ ଶ୍ରୀମନ୍ଦିର ୪ ଦ୍ବାର

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଶୁଣିବା ପରେ ଭକ୍ତଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି । ଚାରି ଦ୍ବାର ଭକ୍ତଙ୍କ ପାଇଁ ଖୋଲିବା ନିଷ୍ପତ୍ତିକୁ ସମସ୍ତେ ସ୍ଵାଗତ କରିଛନ୍ତି । ଦୀର୍ଘ ଦିନ ଧରି ଏହି ଦାବି ହୋଇଆସୁଥିଲେ ମଧ୍ୟ ତାହା ପୂରଣ ହୋଇପାରିନଥିଲା । ଭକ୍ତଙ୍କ ଗହଳି ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ନୂଆ ସରକାର । ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିର ଖୋଲା ଯିବାକୁ ଥିବାବେଳେ ଆଜି ରାଜିରେ ମନ୍ତ୍ରୀମାନେ ପୁରୀ ଗସ୍ତ କରିବେ ବୋଲି ସୂଚନା ରହିଛି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details