ଓଡିଶା

odisha

ETV Bharat / videos

ବାଘମାରିରେ ରାବଣ ପୋଡି ଉତ୍ସବ, ହଜାର ହଜାର ଲୋକଙ୍କ ସମାଗମ - Ravan Podi Utsav 2024 - RAVAN PODI UTSAV 2024

By ETV Bharat Odisha Team

Published : Apr 26, 2024, 1:30 PM IST



Ravan Podi Utsav 2024 ଖୋର୍ଦ୍ଧା: ଜିଲ୍ଲାର ବାଘମାରି ଗ୍ରାମର ତଳସାହିସ୍ଥିତ ରଘୁନାଥ ଦେବ ନାଟ୍ୟ ସଂସଦ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ  ରାମଲୀଳା ନାଟ୍ୟାଭିନୟ ଅନୁଷ୍ଠିତ ହୋଇଯାଇଛି । ରାମ ନବମୀ ଠାରୁ ଏହା ଆରମ୍ଭ ହୋଇଥିବା ବେଳେ 9ଦିନ ବ୍ୟାପୀ ଏହା ଅନୁଷ୍ଠିତ ହୋଇଥିଲା  । ଏହାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା  । 

ଅନ୍ୟପଟେ କଳାକାରମାନେ ବୈଦିକ ରୀତିନୀତି ଅନୁସାରେ ହବିଷାନ୍ନ ଖାଇ ନିଷ୍ଠାର ସହ ରହି ଅଭିନୟ କରିଥିଲେ । 35ରୁ ଉର୍ଦ୍ଧ୍ବ କଳାକାର ଦଶରଥ, ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘନ, ହନୁମାନ, ରାବଣ ଆଦି ବେଶ ଧାରଣ କରି ଅଭିନୟ କରିଥିଲେ । ପୁରାଣରେ ବର୍ଣନା ଶ୍ରୀରାମ ଜନ୍ମ, ରାମ ବନବାସ, ସୀତା ବିବାହ, ସୀତାଚୋରି, ବାଳୀବଧ, ଲଙ୍କାପୋଡି, ମହୀରାବଣ ବଧ ଆଦି ଅନୁଷ୍ଠିତ ହୋଇଥିଲା  । 

ଏହାମଧ୍ୟ ପଢନ୍ତୁ.. ରାବଣ ପୋଡି ଉତ୍ସବରେ ହଟହଟା ସାଂସଦଙ୍କ ପତ୍ନୀ, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ଅରୁନ୍ଧତୀ

ରାବଣ ପୋଡି ଉତ୍ସବ ତଥା ଶେଷ ସନ୍ଧ୍ୟାରେ ଆୟୋଜିତ ସଭାରେ ରଘୁନାଥ ଦେବ ନାଟ୍ୟ ସଂସଦ ସଭାପତି ଦାଶରଥି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବକ୍ତା ଶରଣାବିନ୍ଦ ଓଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  । ଆଉମଧ୍ୟ ଗୋଦାବରୀ ବସନ୍ତିଆ, ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବ୍ଲକ ଅଧକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ସ୍ଥାନୀୟ ବିଜେଡି ନେତା ପ୍ରଦୀପ ସାହୁ, ବାଘମାରି ସରପଞ୍ଚ ମାନସ ରଞ୍ଜନ ବିଶ୍ଵାଳ ଓ ସମିତି ସଭ୍ୟ ନବନିତା ମହାନ୍ତି ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ  । 

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅତିଥିମାନଙ୍କ ଦ୍ୱାରା ବାଣ ପ୍ରୟୋଗ କରାଯାଇ ରାବଣକୁ ଵଧ କରାଯାଇଥିଲା । ରାବଣପୋଡି ଉତ୍ସବ ଦେଖିବାକୁ ଅଞ୍ଚଳରୁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା । 
 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details