ଓଡିଶା

odisha

ରଥଖଳା: 3 ରଥର 2ଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ଶେଷ - Ratha yatra 2024

By ETV Bharat Odisha Team

Published : Jun 28, 2024, 3:43 PM IST

RATHA YATRA 2024 (ETV Bharat Odisha)

Ratha Yatra 2024: ପୁରୀ: ଜୁଲାଇ 7 ତାରିଖରେ ବଡ଼ଦିଅଁଙ୍କ ରଥଯାତ୍ରା । ଏଥି ପାଇଁ ରଥ ନିର୍ମାଣ କାର୍ଯ୍ୟକୁ ଜୋରସୋର୍ରେ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକ । ଗତକାଲି ତିନି ରଥର ପ୍ରଥମ ଭୂଇଁରେ କଇଁଚି ପଡ଼ିବା ସହ ମଝି ଭୂଇଁରେ ଅନ୍ଧାରିତାଗ ବସି, ଅଗ ଭୂଇଁରେ କଇଁଚି ସହ ଅନ୍ଧାରୀତାଗ ବାଡିଆ ଶେଷ ହୋଇଥିଲା । ଆଜି ତିନି ରଥ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ସହଯୋଗୀ ମହାରଣା ସେବକ ଏବଂ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକଙ୍କ ସହଯୋଗରେ ତିନି ରଥରେ ଖପୁରୀ ସମେତ ପାରାଭାଡ଼ିକୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଂ ସମ୍ପୂର୍ଣ୍ଣ ହୋଇଅଛି । ଏଥିସହ 3 ରଥର 2ଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ଶେଷ ହୋଇଅଛି । 3 ରଥ ୫ଟି ଲେଖାଏଁ ଗୁଣ୍ଠି ନିର୍ମାଣ ଶେଷ ହୋଇଛି । ରଥର ବେଦୀ ପଛ ଭାଗ ତାଗରେ ପାରୁସ ପଟା ବଢିଆ ଶେଷ ହୋଇ ରଥ ପାର୍ଶ୍ଵଭାଗରେ ପଟା ପଡ଼ିବା ଜାରି ରହିଛି ।

3 ରଥ କଳସରେ ପାଖୁଡ଼ା ସଂଯୋଗ ଶେଷ ହୋଇଛି । କଳସରେ ସିଲଭର ପାତ ଫିଟିଂ ବାକି ଅଛି । ରୂପକାର ସେବକ ଖୋଦେଇ ଶେଷ କରିଥିବା ନାଟ ଗୋଡ଼ରେ ରଙ୍ଗ ପାଇଁ ଚିତ୍ରକାର ସେବକଙ୍କୁ ଯୋଗାଇବା ସହ ଶେଷ 2ଟି ନାଟ ଗୋଡ଼ରେ ଖୋଦେଇ ରୂପର ପଲିସ କାର୍ଯ୍ୟ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଜାରି ରଖିଛନ୍ତି । ଚିତ୍ରକାର ସେବକମାନେ 3 ରଥର କୋଣ ଗୁଜ, ପଟା ଗୁଜରେ ରଙ୍ଗ ସହ ନାଟ ଗୋଡ଼ରେ ପ୍ରାଇମର ଦେବା ପରେ ରୂପ ଗୁଡ଼ିକର ରଙ୍ଗ କାର୍ଯ୍ୟ କରୁଛନ୍ତି । ଏଥିସହ ରଥ ପାର୍ଶ୍ଵ ଦେବାଦେବୀ, ନର୍ତ୍ତକୀ ଓ ଶିଖର ଡମ୍ବରୁ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ଦରଜୀ ସେବକମାନେ ତିନି ରଥର ବତା କନାରେ ଲେସ ଫିଟିଂ ସହ ଦ୍ଵାର ବେଢ଼ା ଏବଂ ଚନ୍ଦ୍ରଶାଳୀ ପାଇଁ କନା କଟିଂ ଶେଷ କରି ସେଥିରେ ସିଲଭର ଲେସ ଷ୍ଟିଚିଂ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ କଳସ କଣ୍ଟା, ଦୁଆର ବେଢ଼ା ପାଇଁ କଣ୍ଟା ନିର୍ମାଣ ସହ 3 ରଥର ୧୦ଟି ଲେଖାଏଁ ଗଣ୍ଠି କଣ୍ଟା ନିର୍ମାଣ ଜାରି ରଖିଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...ଅଣସର ଘରେ ମହାପ୍ରଭୁ, ସୁସ୍ଥତା ପାଇଁ ଆଜିଠୁ ଓଷଲାଗି - Osalagi rituals of Lord Jagannth

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details