ଓଡିଶା

odisha

ETV Bharat / videos

ବାବା ଧବଳେଶ୍ବରଙ୍କ ପୀଠରେ 'ବଡ଼ ଓଷା', ପ୍ରସ୍ତୁତ ପ୍ରଶାସନ - preparation for badaosa festival

By ETV Bharat Odisha Team

Published : 4 hours ago

କଟକ: ଆଠଗଡ ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପବିତ୍ର 'ପଞ୍ଚୁକ ଓ ବଡଓଷା'ପାଇଁ ବସିଲା ପ୍ରସ୍ତୁତି ବୈଠକ । ବାବା ଧବଳେଶ୍ୱରଙ୍କ ପୀଠରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତାମାସ ୧୨ ତାରିଖ ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ 'ପଞ୍ଚୁକ ଓ ବଡଓଷା' ଯାତ୍ରା ପାଳନ କରାଯିବ । ପ୍ରଥମ ପଞ୍ଚକ ଦିନ ବାବା ଧବଳେଶ୍ୱର ମହାପ୍ରଭୁ ଚନ୍ଦ୍ରଚୂଡ଼ ବେଶ,ଦ୍ଵିତୀୟ ଦିବସରେ ବଡ଼ସିଂହାର ବେଶ, ତୃତୀୟ ଦିବସ ଦିନ ହରିହର ବେଶ ଏବଂ ଚତୁର୍ଥ ଦିବସ ଦିନ ଯୋଗୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ତେବେ 13ରେ ବଡଓଷା ପାଳନ କରାଯିବ । ଶ୍ରଦ୍ଧାଳୁଙ୍କର ଭିଡ଼କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯିବ ।  

ଏହି ବୈଠକରେ ଜିଲ୍ଲାପାଳ କହିଛନ୍ତି," ଧବଳେଶ୍ବର ମହାପ୍ରଭୁଙ୍କ ନୀତିକ୍ରାନ୍ତି କିପରି ଭଲଭାବରେ କରାଯିବ, ସ୍ୱାସ୍ଥ୍ୟ ଏବଂ ପରିମଳ, ପଲିଥିନ ବ୍ୟବହାର ନିଷେଧ , ରାସ୍ତା ଘାଟ, ବୋଟ ଚଳାଚଳ, ଆଲୋକୀକରଣ, ପାନୀୟଜଳ, ପରିବହନ, ସୂଚନା କେନ୍ଦ୍ର ଓ ସୂଚନା ପ୍ରଶାରଣ, ନେଟୱାର୍କର ସୁବିଧା, ଗମାନାଗମନ ଆଦି ଉପରେ ସବିଶେଷ ଦିଗ ଉପରେ ଅଧିକ ଫୋକସ କରାଯିବ । "ଅନ୍ୟପଟେ ମନ୍ଦିର ପୂଜକ ସମିତି ସଭାପତି ବିଷ୍ଣୁ ଚରଣ ପତ୍ରୀ କହିଛନ୍ତି," 'ବଡ଼ ଓଷା' ପାଇଁ ପୂଜକ ସମିତି ପ୍ରସ୍ତୁତ ରହିଛନ୍ତି । ଭକ୍ତଙ୍କ ଭିଡ଼ ଅଧିକ ରହିବ । ଏହି ସମୟରେ ଠାକୁରଙ୍କ ନୀତିକାନ୍ତିକୁ ସୂଚାର ରୂପେ ପାଳନ କରାଯିବ ।" 

ଏହା ମଧ୍ୟ ପଢନ୍ତୁ....ବ୍ରହ୍ମପୁରରେ ଚାଲିଛି ନବରାତ୍ରୀ ପୂଜା, ରାତିରେ ଝଲସୁଛି ରେଶମ ସହର - Navratri  

ଇଟିଭି ଭାରତ,କଟକ 
 

ABOUT THE AUTHOR

...view details