ଓଡିଶା

odisha

ETV Bharat / videos

ଶ୍ରୀମନ୍ଦିର ଆସି ପଟି ଦିଅଁଙ୍କୁ ଦର୍ଶନ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା - Manoj Ahuja Visits Puri

By ETV Bharat Odisha Team

Published : Jun 30, 2024, 10:13 PM IST

Manoj Ahuja Visits Puri: ପୁରୀ: ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ଵ ନେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରଥମେ ପୁରୀ ଶ୍ରୀମନ୍ଦିର ଆସି ପଟି ଦିଅଁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ନୁଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପହଞ୍ଚିବା ପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ପିନାକ ମିଶ୍ର ଓ ସେବାୟତମାନେ ସ୍ୱାଗତ କରିଥିଲେ । ପ୍ରଥମେ ମୁଖ୍ୟ ଶାସନ ସଚିବ ପ୍ରଭୁ ପତିତପାବନଙ୍କ ସ୍ଥାନରେ ଥିବା ପଟି ଦିଅଁଙ୍କୁ ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିର ଯାଇ ପଟିଦିଅଁଙ୍କୁ ଦର୍ଶନ କରିଥିଲେ । ପରେ ମିଡ଼ିଆକୁ ପ୍ରତିକ୍ରିୟା ଦେଇ ନୂତନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ସେ ପ୍ରଭୁଙ୍କ ଦର୍ଶନ କରି ବେଶ ଆନନ୍ଦିତ । ନୂଆ ଦାୟିତ୍ଵ ନେଇ ଥିବାରୁ ସେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚୋନା କରି ପରବର୍ତ୍ତୀ ପଦକ୍ଷେପ ନେବେ । ଆଗାମୀ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ଶେଷ ହେବ, ରାଷ୍ଟ୍ରପତିଙ୍କ ଗସ୍ତ କିଭଳି ସଫଳ ହେବ ସେ ନେଇ ଖୁବଶୀଘ୍ର ବୈଠକ କରିବେ । 

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ଆହୁଜା - Manoj Ahuja Takes Charge

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details