ଓଡିଶା

odisha

ETV Bharat / videos

ଆଜି ଶେଷ ଦିନରେ ପ୍ରାର୍ଥୀଙ୍କ ତୁଫାନି ପ୍ରଚାର, କୃଷ୍ଠ ଆଶ୍ରମରୁ ପ୍ରଚାର ଆରମ୍ଭ କଲେ ଆକାଶ - Akash Dasnayak Election campaign - AKASH DASNAYAK ELECTION CAMPAIGN

By ETV Bharat Odisha Team

Published : May 30, 2024, 12:27 PM IST

Updated : May 30, 2024, 1:25 PM IST

ପୁରୀ: ଅନ୍ତିମ ପର୍ଯ୍ୟୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ l ଏଥିପାଇଁ ସବୁ ଦଳର ପ୍ରାର୍ଥୀ ମାରାଥନ ପ୍ରଚାରରେ ଲାଗି ପଡିଛନ୍ତି  । ଏହି କ୍ରମରେ କୋରେଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଚଳିତ ଥରର ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ ଆଜି ସକାଳୁ ସକାଳୁ ବ୍ୟାସନଗର ସ୍ଥିତ ଗାନ୍ଧୀ କୃଷ୍ଠ ଆଶ୍ରମରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହିତ ନିଜ ପାଇଁ ପ୍ରଚାର କରିଛନ୍ତି l ଏହି ଅବସରରେ ଆକାଶ ଦୃଢୋକ୍ତି କରିଛନ୍ତି, ''ସାରା ଓଡ଼ିଶାରେ ପରିବର୍ତ୍ତନର ନାରା ଚାଲିଛି ।  ୨୫ ବର୍ଷର ଶାସନକୁ ବଦଳାଇବାକୁ ଓଡ଼ିଶାବାସୀ ମନ ସ୍ଥିର କରିସାରିଛନ୍ତି  ।  ଓଡ଼ିଶାରେ ବିଜେପି ନିଶ୍ଚିତ ସରକାର କରିବ । ଯାଜପୁରରେ କୋରେଇ ବିଧାନସଭା ସିଟ ସହିତ ଅନ୍ୟ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେପି ବହୁ ମାର୍ଜିନରେ ଜିତିବ  l'' କହିରଖୁଛୁ କି, କୋରେଇରେ ବିଜେଡି ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସଙ୍କ ସହ ଆକାଶଙ୍କ ଲଢେଇ ହେଉଛି ।

Last Updated : May 30, 2024, 1:25 PM IST

ABOUT THE AUTHOR

...view details