ପ୍ରଭାତରେ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - Mangala Alati
Published : Apr 20, 2024, 7:05 AM IST
Mangala Alati: ପୁରୀ: ଅନାଥର ନାଥ ଦୁଃଖୀର ଦିନବନ୍ଧୁ ମହାପ୍ରଭୁ ଶ୍ରୀଜଗନ୍ନାଥ । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । ଭାବ ବିନୋଦିଆ କାଳିଆ ଠାକୁରକୁ ଦେଖିବାକୁ ବ୍ୟାକୁଳ ଭକ୍ତର ମନ । ତାଙ୍କର ଚକାଆଖିକୁ ଦେଖି ଦେଲେ ଭାବ ବିହ୍ବଳ ହୋଇପଡେ ଭକ୍ତ । ସେଥିପାଇଁ ତ ନୀଳାଚଳିଆ କାଳିଆ ଠାକୁରଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମେ ବଡ ଦେଉଳରେ । କାହିଁ କେତେ ଦୂରରୁ କାଳିଆ ସାଆନ୍ତେଙ୍କ ଦର୍ଶନ ପାଇଁ ଧାଇଁ ଆସନ୍ତି ଭକ୍ତ । ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ହୋଇଥାଏ । ପ୍ରତ୍ୟେକ ଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ପତିତପାବନଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ବଡି ଭୋରରୁ ପୂଜାପଣ୍ଡା ଓ ସେବାୟତ ଶ୍ରୀମନ୍ଦିର ଦ୍ବାରା ଫିଟା ନୀତି ସହ ଆଳତୀ କରିଛନ୍ତି । ଜୟ ଜଗନ୍ନାଥ, ହରିବୋଲ ଧ୍ବନିରେ ପ୍ରକମ୍ପିତ ହୋଇଛି ବଡଦେଉଳ । ଏହି ଦିବ୍ୟ ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ ।
ଇଟିଭି ଭାରତ, ପୁରୀ