ଓଡିଶା

odisha

ETV Bharat / videos

ଲିଜ୍ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା - କନ୍ଧମାଳ ଜିଲ୍ଲାପାଳ ଅଫିସ ଆଗରେ ଧାରଣା

By ETV Bharat Odisha Team

Published : Feb 4, 2024, 8:16 AM IST

Protest over remove illegal encroachment ଫୁଲବାଣୀ: ଲିଜ୍ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଧାରଣା । କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲିଜ୍ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଧାରଣା ଦେଇଛନ୍ତି ଭୂମିହୀନ ବିଜୟ ନାୟକ ଓ ତାଙ୍କ ସପରିବାର । ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ଅଞ୍ଚଳରେ ଘର ଖଣ୍ଡିଏ ନିର୍ମାଣ କରିବାପାଇଁ ଭୂମିହୀନ ବିଜୟ ନାୟକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ 16 ଆର୍ ବିଶିଷ୍ଟ ଏକ ଜମି ଯୋଗାଇ ଦିଆଯାଇଥିଲା l ଏହାର ଲିଜ ପଟ୍ଟା ମଧ୍ୟ ବିଜୟଙ୍କୁ ପ୍ରଦାନ କରାଯାଇଥିଲା । ଜମି ପଟ୍ଟା ଆକାରରେ ବିଜୟଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇ ଉକ୍ତ ଜମି ଉପରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି l କିନ୍ତୁ ଜବରଦଖଲ କରି ଅନ୍ୟାୟ ଭାବରେ ଏହାକୁ ଜଣେ ଜବରଦଖଲକାରୀ ମାଡି ବସିଥିବା ନେଇ ଅଭିଯୋଗ କରିଛନ୍ତି ବିଜୟ  ା

ଏହାମଧ୍ୟ ପଢନ୍ତୁ.. ଜବରଦଖଲକୁ ନେଇ ବିବାଦ: ଦୁଇ ଦିନର ଅନଶନ ପରେ ନରମିଲା ପ୍ରଶାସନ

ଏନେଇ ବିଜୟ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ବାଲିଗୁଡ଼ା ଉପଜିଲ୍ଲାପାଳ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ଦାରିଙ୍ଗବାଡ଼ି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ତହସିଲଦାର ଉକ୍ତ ଜବରଦଖଲକାରୀଙ୍କ ବିରୋଧରେ ଏବେସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଜୟ ତାଙ୍କ ସପରିବାର ସହ ଆସି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି l

ବିଜୟଙ୍କ ଅଭିଯୋଗ ମୁତାବକ କିଛି ରାଜନୈତିକ ପ୍ରଭାବଶାଳୀ ଲୋକ ସରକାର ତାଙ୍କୁ ଦେଇଥିବା ଜାଗାକୁ ମାଡି ବସିଛନ୍ତି । ତେଣୁ ତହସିଲଦାର କାର୍ଯ୍ୟାନୁଷ୍ଠାନ ନେବାରେ ଅହେତୁକ ବିଳମ୍ବ କରୁଛନ୍ତି । ଏଣେ ଘରଦ୍ଵାର ନଥିବାରୁ ବିଜୟ ସପରିବାର ପର ଦାଣ୍ଡରେ ଦିନ କାଟୁଛନ୍ତି । ଅନ୍ୟପଟେ ବିଜୟଙ୍କ ଅଭିଯୋଗ ଶୁଣିବା ପରେ ଏନେଇ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ଯାହାପରେ ବିଜୟ ଓ ତାଙ୍କ ସପରିବାର ଧାରଣାରୁ ଉଠିଥିବା ସୂଚନା ରହିଛି ।

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details