ଓଡିଶା

odisha

ETV Bharat / videos

ଦିଆସିଲି କାଠିରେ କେଦାରନାଥ ମନ୍ଦିର, ମହଶିବରାତ୍ରିର ଶୁଭେଚ୍ଛା ଜଣାଇଲେ ଯୁବ ଚିତ୍ରଶିଳ୍ପୀ - MAHASHIVRATRI 2025

By ETV Bharat Odisha Team

Published : Feb 25, 2025, 2:46 PM IST

ପୁରୀ: ରାତି ପାହିଲେ ଦେବେ ଦେବ ମହାଦେବଙ୍କ ସବୁଠାରୁ ବଡ଼ ପର୍ବ ଜାଗର । ପବିତ୍ର ମହାଶିବରାତ୍ରି ଅବସରରେ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ । ଦିଆସିଲି କାଠିରେ ଏକ କ୍ଷୁଦ୍ର କେଦାରନାଥ ମନ୍ଦିରର ପ୍ରତିକୃତି କରି ଶିବରାତ୍ରିର ଶୁଭେଚ୍ଛା ଦେଇଛନ୍ତି ଶାଶ୍ବତ । ଏହି ପ୍ରତିକୃତି ନିର୍ମାଣରେ ସେ ୬୦୨ଟି ଦିଆସିଲି କାଠିର ବ୍ୟବହାର କରିଛନ୍ତି । ଅତି ନିଖୁଣ ଭାବରେ ଏକ କ୍ଷୁଦ୍ର କେଦାରନାଥ ମନ୍ଦିର ପ୍ରତିକୃତି କରିଛନ୍ତି ଶାଶ୍ବତ ।

ଏହି କ୍ଷୁଦ୍ର ମଡେଲଟିର ଉଚ୍ଚତା ୧୨ ସେମି ଓ ଲମ୍ବ ୮ ସେମି ରହିଛି । ଏହି ମଡେଲଟିକୁ ତିଆରି କରିବା ପାଇଁ ଶାଶ୍ବତଙ୍କୁ ୪ ଦିନ ସମୟ ଲାଗିଥିଲା । ତେବେ ମହାଶିବରାତ୍ରୀ ଅବସରରେ ପ୍ରତ୍ୟେକ ଭକ୍ତ ମହାଦେବଙ୍କ କୃପାଲାଭ କରନ୍ତୁ ଓ ମନହାଦେବଙ୍କ ଆଶୀର୍ବାଦରୁ ସମସ୍ତେ ଖୁସିରେ ରୁହନ୍ତୁ ବୋଲି ପ୍ରଭୁ ଶଙ୍ଗରଙ୍କୁ ପ୍ରାର୍ଥନା କରିଛନ୍ତି ଶାଶ୍ବତ ।

            ଏହା ମଧ୍ୟ ପଢ଼ନ୍ତୁ...

୧୫୨ ବର୍ଷ ପରେ ବିରଳ ସଂଯୋଗ: ଜାଗରରେ ମାଲବ୍ୟ ରାଜଯୋଗ, ଏହି ରାଶିଙ୍କ ଖୋଲିବ ଭାଗ୍ୟ

ଜାଗରରେ ଉପବାସର ଉଦ୍ଦେଶ୍ୟ, ମହାଶିବରାତ୍ରିରେ କ'ଣ କରିବେ ଓ କ'ଣ କରିବେ ନାହିଁ ?

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details