ଶେଷ ହେଲା ଦିତ୍ବୀୟ ପର୍ଯ୍ୟାୟ ମତଦାନ, ପୋଲିଂ ବୁଥ ବୁଲିଲେ ବିଜେଡି ସାଂସଦ ପ୍ରାର୍ଥିନୀ ରଞ୍ଜିତା - Voting In Bargarh ASKA - VOTING IN BARGARH ASKA
Published : May 20, 2024, 9:52 PM IST
ଗଞ୍ଜାମ/ଆସିକା: ଶେଷ ହେଲା ରାଜ୍ୟରେ ଦିତ୍ବୀୟ ପର୍ଯ୍ୟାୟ ନିର୍ବାଚନ । EVMରେ ବନ୍ଦ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଆଜି ରାଜ୍ୟର 5 ଲୋକସଭା ସହ 35ଟି ବିଧାନସଭା ଆସନରେ ଆଜି ଭୋଟ ଗ୍ରହଣ ଶେଷ ହୋଇଛି । ଏହି ଅବସରରେ ଆସିକା ସଂସଦୀୟ କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ବିଭିନ୍ନ ମତଦାନ କେନ୍ଦ୍ରକୁ ବୁଲି ଅନୁଧ୍ୟାନ କରୁଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ବିଜେଡି ଉପରେ ଲୋକଙ୍କର ଆସ୍ଥା ରହିଛି । ବିଜେଡି ଘରେ ଘରେ ପରିଚିତ । ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା ସବୁ ଲୋକଙ୍କୁ ପସନ୍ଦ ଆସିଛି । ନିଶ୍ଚିତ ବିଜୟୀ ହେବୁ ।
ଏହା ମଧ୍ୟ ପଢନ୍ତୁ .....ଗଣତନ୍ତ୍ରର ଅପୂର୍ବ ଦୃଶ୍ୟ; ଭୋଟ ଦେଲେ ଦୁଇ ଭାଇ, ଜଣକୁ 120 ବର୍ଷ ତ ଅନ୍ୟ ଜଣକୁ 90
5 ଲୋକସଭା: ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା ଆସନ ପାଇଁ ମତଦାନ ଶେଷ ହୋଇଛି । 35 ବିଧାନସଭା: ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳିରେ ଶେଷ ହେଲା ମତଦାନ ।
ଇଟିଭି ଭାରତ, ଭୁବନେଶ୍ବର