ଓଡିଶା

odisha

ETV Bharat / videos

ବିଭିନ୍ନ ଦାବିରେ 3 ପଞ୍ଚାୟତର ଶତାଧିକ ଗ୍ରାମବାସୀଙ୍କ ଧାରଣା - Locals Stage Protest

By ETV Bharat Odisha Team

Published : Mar 11, 2024, 5:15 PM IST

Locals Stage Protest In Khordha: ଖୋର୍ଦ୍ଧା: ବିଭିନ୍ନ ଦାବିରେ ରାସ୍ତା ଉପରେ ଧାରଣା ଦେଲେ 3 ପଞ୍ଚାୟତର ଶତାଧିକ ଗ୍ରାମବାସୀ । ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଏଖରାଜାତ ମାହାଲର ନରଣଗଡ଼, ତାପଙ୍ଗ ଓ ଧଉଳିମୁହଁ ପଞ୍ଚାୟତର ୧୫ଟି ରାଜସ୍ବ ଗ୍ରାମର ଶତାଧିକ ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି । ଜମିଜମାର ସ୍ବତ୍ତ୍ବାଧିକାର ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ପରିଚାଳନା କମିଟି, ପୁରୀ ପରିବର୍ତ୍ତେ ଓଡ଼ିଶା ସରକାର ଲେଖାଯିବାକୁ ଦାବି କରିଆସୁଛନ୍ତି । ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ । ଫଳରେ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜମିଜମା ରେକର୍ଡ ସଂଶୋଧନ ଦାବିରେ ଆଞ୍ଚଳିକ 'ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି' ଆନୁକୂଲ୍ୟରେ ପଞ୍ଚାୟତର ଶତାଧିକ ଗ୍ରାମବାସୀ ଗଣଧାରଣାରେ ବସିଛନ୍ତି । 

ଏହା ମଧ୍ୟ ପଢନ୍ତୁ...ରାଜଧାନୀରେ ସୈନିକ ପ୍ରତିବାଦ ସମାବେଶ, ୧୦ ଦଫା ଦାବି ନେଇ ଆନ୍ଦୋଳନ

ଅକ୍ଟୋବର ୨୦୨୧ ମସିହା ବିବରଣୀରେ ଆଇନ ବିଭାଗ ଓ ୭ ଜଣିଆ କମିଟି ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା, ଦୀର୍ଘ ୬୦ବର୍ଷ ଧରି ବନ୍ଦୋବସ୍ତ ହୋଇନଥିବା ଏଖରାଯାତ ମାହାଲର ବନ୍ଦୋବସ୍ତ କରାଯାଇ ଚୂଡାନ୍ତ ସତ୍ଵଲିପି ପ୍ରଦାନ କରିବା ଭଳି ଦାବି ରହିଛି । ଜମିର କିଣାବିକା ଦାଖଲ ଖାରଜ ଉପରେ ଲାଗିଥିବା କଟକଣା ପ୍ରତ୍ୟାହାର କରାଯିବା ନେଇ ଦାବି ହୋଇଛି । ସରକାରଙ୍କ ଯୋଜନା ଅନ୍ତର୍ଭୁକ୍ତ ବିଜୁ ପକ୍କାଘର, ଇନ୍ଦିରା ଆବାସ, ଅର୍ଥନୈତିକ ଅନଗ୍ରସର ପ୍ରମାଣପତ୍ର, ଋଣ ଆଦି ସମସ୍ତ ସୁବିଧା ପ୍ରଦାନ କରାଯିବା ସହ ଭିକେ ପାଣ୍ଡିଆନ ଦେଇଥିବା ପ୍ରତିଶୃତିକୁ ତୁରନ୍ତ ପାଳନ କରିବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details