ଓଡିଶା

odisha

‘ସୁଭଦ୍ରା ଯୋଜନାରେ ଟଙ୍କା ନୁହେଁ ରୋଜଗାର ଦରକାର’ - Subhadra Yojana

By ETV Bharat Odisha Team

Published : Jun 28, 2024, 3:11 PM IST

Published : Jun 28, 2024, 3:11 PM IST

Khordha Bikash Manch: ଖୋର୍ଦ୍ଧା: ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଜେଟ ପୂର୍ବରୁ ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ପାଇଁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ସରକାର ମହିଳାମାନଙ୍କୁ ଆହୁରି ସଶକ୍ତ କରିବା ପାଇଁ ଶୁଭଦ୍ରା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ହେଲେ ଏହି ଯୋଜନାରେ ପ୍ରତି ମହିଳାଙ୍କୁ ପଚାଶ ହଜାର ଟଙ୍କା ବଦଳରେ ରୋଜଗାର ଯୋଗାଇ ଦେବାକୁ ଦାବି କରିଛି ଖୋର୍ଦ୍ଧା ବିକାଶ ମଞ୍ଚ । ସରକାରଙ୍କ ଏହି ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ କହିବା ସହ ଏଥିରେ କିଛି ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି ଖୋର୍ଦ୍ଧା ବିକାଶ ମଞ୍ଚର ସଭାପତି ଓ ବୁଦ୍ଧିଜୀବୀ । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ.. ଛାତ୍ର ସଂସଦ ନିର୍ବାଚନ ପାଇଁ ଫିଟିଲା ବାଟ ! ଏମିତି ସଙ୍କେତ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ - ODISHA Student Union Election

ମଞ୍ଚ ସଭାପତି ତଥା ଆଇନଜୀବୀ ନରେନ୍ଦ୍ର କୁମାର ପୃଷ୍ଟିଙ୍କ କହିବା ଅନୁଯାୟା, ବିଗତ ସରକାରରେ ମହିଳାମାନେ କେବଳ ଟଙ୍କା ସୁଧ କାରବାର କରୁଥିଲା ବେଳେ ସେମାନଙ୍କୁ ରୋଜଗାର ପାଇଁ କୌଣସି ବ୍ୟବସ୍ଥା ନଥିଲା । ନୂଆ ସରକାରରେ ଅନେକ ମହିଳା କେବଳ ରୋଜଗାର ପାଇବା ପାଇଁ ଆଶା କରିଛନ୍ତି । ବର୍ତ୍ତମାନର ସରକାର ତାଙ୍କ ନିର୍ବାଚନ ସଂକଳ୍ପ ପତ୍ରରେ ଘୋଷଣା କରିଛନ୍ତି ଯେ ମହିଳାମାନଙ୍କୁ ପଚାଶ ହଜାର ଟଙ୍କା ଦୁଇ ବର୍ଷ ମଧ୍ୟରେ ଦେବେ । କିନ୍ତୁ ଏହା ପରିବର୍ତ୍ତନ କରି ସରକାର ମହିଳାମାନଙ୍କ ପାଇଁ ଏକ ଦୀର୍ଘ ମିଆଦି ଯୋଜନା ସ୍ଵରୂପ ରାଜ୍ୟରେ ଏକ ମହିଳା ଉଦ୍ୟୋଗ ସମବାୟ ସଂସ୍ଥା କରି ତା ମାଧ୍ୟମରେ ରାଜ୍ୟ ସରକାର ବିଭିନ୍ନ ଲାଭ ଜନକ ଶିଳ୍ପ, ଡ଼ାଇରୀ ଓ ଅମୁଲ୍ ଫାର୍ମ, ସୁତା କମ୍ପାନୀ ଇତ୍ୟାଦି କରିପାରିବେ । ଏହି ସବୁ ସଂସ୍ଥାକୁ ରାଜ୍ୟ ସରକାରଙ୍କର ଦକ୍ଷ ଅଧିକାରୀମାନେ ପରିଚାଳନା କରିବେ । ଏହାର ଲାଭାଂଶକୁ ସବୁ ମହିଳାମାନଙ୍କର ବ୍ୟାଙ୍କ ଜମାଖାତା ମାଧ୍ୟମରେ ପ୍ରଦାନ କରାଯିବ । ସେହିପରି ଏହି ଦାବିକୁ ଯଥାର୍ଥ ଦର୍ଶାଇଛନ୍ତି ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ନିକୁଞ୍ଜ ପଟ୍ଟନାୟକ । ସରକାର ଏହା ଉପରେ ବିଚାର କରି ନିଷ୍ପତ୍ତି ନେବାକୁ ସେ କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details