ଓଡିଶା

odisha

By ETV Bharat Odisha Team

Published : Jun 6, 2024, 1:01 PM IST

ETV Bharat / videos

ସ୍ୱାମୀର ଦୀର୍ଘାୟୁ କାମନା କାରି ସାବିତ୍ରୀ ବ୍ରତ ପାଳିଲେ ସ୍ତ୍ରୀ - SAVITRI BRATA RITUALS

ଖୋର୍ଦ୍ଧା: ଆଜି ପବିତ୍ର ସାବିତ୍ରୀ ବ୍ରତ । ଚଳ ଚଞ୍ଚଳ ଗାଁଠୁ ସହର ।  ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି ସ୍ତ୍ରୀ । ସକାଳୁ ସକାଳୁ ସ୍ବାମୀଙ୍କ ପାଇଁ ପୂଜାର୍ଚ୍ଚନା କରିବାକୁ ମନ୍ଦିରରେ ଲମ୍ବା ଧାଡି ଲାଗିଛି । ମଥାରେ ସିନ୍ଦୁର ହାତରେ ଚୁଡି ଓ ରଙ୍ଗ ବେରଙ୍ଗର ଶାଢୀ ପିନ୍ଧି ସତ୍ୟବାନଙ୍କ ପାଇଁ ପୂଜା କରୁଛନ୍ତି ପ୍ରତିବତା ନାରୀ ।  ଖୋର୍ଦ୍ଧା ବାଘମାରିର ପ୍ରସିଦ୍ଧ ଶୈବ ପୀଠ ଏକାଦଶ ରୁଦ୍ର ବାବା ହାତକେଶ୍ବଙ୍କ ପୀଠରେ ବିରାଜମାନ ହୋଇଥିବା ମା ପାର୍ବତୀଙ୍କ ନିକଟରେ ମହିଳା ଶ୍ରଦ୍ଧାଳୁ ମାନେ ଭିଡ଼ ଲଗାଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । ପ୍ରତି ବର୍ଷ  ଜୈଷ୍ଠ ଅମାବାସ୍ୟା କୁ ସାବିତ୍ରୀ ଅମାବାସ୍ୟା ଭାବେ  ପାଳନ କରନ୍ତି ସଧବା  ନାରୀ । ପୂରାଣ ବର୍ଣ୍ଣନା ଅନୁଯାଇ ଆଜିର ଦିନରେ ମହାସତୀ ସାବିତ୍ରୀ ଯମଙ୍କ ନିକଟରୁ ନିଜ ନିଷ୍ଠା ଓ ସେବା ବଳରେ ସ୍ୱାମୀଙ୍କୁ ଫେରାଇ ଆଣିବାରେ ସଫଳ ହୋଇଥିଲେ ।  

ଏହା ମଧ୍ୟ ପଢନ୍ତୁ-ସଧବାଙ୍କ ସାବିତ୍ରୀ ବ୍ରତ, ସ୍ବାମୀଙ୍କ ମଙ୍ଗଳ ମନାସି ମନ୍ଦିରରେ ସ୍ତ୍ରୀଙ୍କ ପୂଜାର୍ଚ୍ଚନା

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details