ଓଡିଶା

odisha

ETV Bharat / videos

ଗୁରୁ ପଙ୍କଜ ଉତ୍ସବ ଉଦଯାପିତ, ଓଡିଶୀ ନୃତ୍ୟର ଛନ୍ଦରେ ବିଭୋର ଦର୍ଶକ - Guru Pankaj Utsav

By ETV Bharat Odisha Team

Published : Mar 20, 2024, 8:37 AM IST

Guru Pankaj Utsav: ଭୁବନେଶ୍ବର: ଓଡିଶୀ ନୃତ୍ୟର ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ୧୦୫ ତମ ଜନ୍ମ ଜୟନ୍ତୀକୁ ନେଇ ଆୟୋଜିତ ହୋଇଯାଇଛି ଗୁରୁ ପଙ୍କଜ ଉତ୍ସବ । ତିନିଦିନ ଧରି ଏହି ଉତ୍ସବ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେଉଥିବା ବେଳେ ଗତକାଲି(ମଙ୍ଗଳବାର) ଏହାର ଉଦ୍‌ଯାପନୀ ହୋଇଛି । ସବୁ ବର୍ଗର ନୃତ୍ୟଶିଳ୍ପୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ଓଡ଼ିଶାର ପ୍ରଚାର ପ୍ରସାରକୁ ନେଇ ଏହି ଉତ୍ସବ ପାଳନ କରାଯାଏ । ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର ଓଡିଶୀ ନୃତ୍ୟାଙ୍ଗନା ମାନେ ଯୋଗ ଦେଇଥାନ୍ତି । ଆଉ ଓଡିଶୀ ନୃତ୍ୟର ତାଳେ ତାଳେ ଦର୍ଶକଙ୍କୁ ବିଭୋର କରନ୍ତି । ବିଶେଷ କରି ଏହି ନୃତ୍ୟ ଉତ୍ସବରେ ଏକକ ଓଡିଶୀ ନୃତ୍ୟ ପରିବେଷିତ ହୋଇଥାଏ । ଜଣେ କଳାକାର ବା ନୃତ୍ୟ ଶିଳ୍ପୀଟିଏ ତା ନିଜସ୍ୱ ଛନ୍ଦରେ ଓ ତାଳରେ ନୃତ୍ୟ ପରିବେଷଣ କରିଥାଏ । ଏକକ ନୃତ୍ୟର ମହତ୍ତ୍ବକୁ ପ୍ରତିପାଦିତ କରିଥାଏ ଆଉ ଦର୍ଶକଙ୍କ ମନୋରଞ୍ଜନ କରିଥାଏ । ତେବେ ମାର୍ଚ୍ଚ ୧୭ରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ରାଜ୍ୟ, ଦେଶ ବିଦେଶର ନୃତ୍ୟଶିଳ୍ପୀ ଏଠାରେ ନୃତ୍ୟ ପରିବେଷଣ କରିଛନ୍ତି । 

ଏହାସହ ପ୍ରଥମ ଥର ପାଇଁ ଓଡିଶୀ ନୃତ୍ୟଶିଳ୍ପୀକୁ ପ୍ରୋତ୍ସାହିତ କରିବା ପାଇଁ ମାହାରି ସମ୍ମାନ ଦିଆଯାଇଛି । ତେବେ ଏହି ଉତ୍ସବ ୩୦ ଵର୍ଷ ହେବ ହୋଇଆସୁଛି । ଗୁରୁ ପଙ୍କଜ ଉତ୍ସବ ମଞ୍ଚରେ ଦେଶ ଓ ଦେଶ ବାହାରର ୪୦୦ରୁ ଊର୍ଦ୍ଧ୍ବ ଏକକ ନୃତ୍ୟଶିଳ୍ପୀ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ତିନିଦିନରେ ୧୫ ନୃତ୍ୟଶିଳ୍ପୀ ନୃତ୍ୟ କରିଛନ୍ତି । ତେବେ ଏହି ନୃତ୍ୟ ଉତ୍ସବରେ କେବଳ ଓଡିଶୀ ନୁହେଁ ଶାସ୍ତ୍ରୀୟ, କଥକ ଭାରତନାଟ୍ୟମ ପରି ଅନେକ ନୃତ୍ୟ ଶୈଳୀର ଖ୍ୟାତନାମା ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିଚାରଣ, ଗୁରୁ ଦର୍ଶନ ଦିବସ ପାଳିଲେ ସାନ୍ତାଳୀ ସମ୍ପ୍ରଦାୟ

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details