କରଞ୍ଜିଆ ବନଖଣ୍ଡରେ ମାତିଲେ ୨୮ ଟିକିଆ ହାତୀପଲ - ELEPHANT TERROR
Published : Nov 9, 2024, 3:28 PM IST
ରାଇରଙ୍ଗପୁର: ପୁଣି ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ୨୮ ଟିକିଆ ଝାରଖଣ୍ଡୀ ହାତୀପଲ । ଗତକାଲି ସକାଳୁ ସକାଳୁ କେନ୍ଦୁଝର ବନଖଣ୍ଡର ପାଟଣା ଅଞ୍ଚଳରୁ ବୈତରଣୀ ନଦୀ ପାର ହୋଇ ମୟtରଭଞ୍ଜ ଜିଲ୍ଲାର ବଡ଼ଦେଉଳି ଗ୍ରାମ ଜଙ୍ଗଲରେ ବୁଲୁଛନ୍ତି । ଆସିବା ବାଟରେ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି । ହାତୀପଲ ଆସିବା ଦ୍ଵାରା ଆଖପାଖ ୧୫ ରୁ ୨୦ଟି ଗାଁ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏବେ ଧାନ ଅମଳର ସମୟ ହୋଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ହାତୀପଲ ଚାଷ ଜମିରେ ପଶି ଧାନ ଖାଇବା ସହ ନଷ୍ଟ କରୁଛନ୍ତି । କରଞ୍ଜିଆ ବନଖଣ୍ଡ ଅଞ୍ଚଳରୁ ତୁରନ୍ତ ହାତୀ ମାନଙ୍କୁ ଘୋଉଡାଇବା ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ବନବିଭାଗ ନିକଟରେ ଦାବି କରିଛନ୍ତି ଚାଷୀ। ଅପର ପକ୍ଷରେ ସନ୍ଧ୍ୟା ହେଲେ ହାତୀପଲ ନିକଟସ୍ଥ ଜଙ୍ଗଲରୁ ଗ୍ରାମକୁ ପଳାଇ ଆସିବାର ଭୟ ରହିଥିବାରୁ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ରାଇରଙ୍ଗପୁର