ଓଡିଶା

odisha

ରଥାରୂଢ ହେବେ ମହାବାହୁ, ନୀଳଗିରି ଜଗନ୍ନାଥ ମନ୍ଦିରରେ ଆଗେଇ ଚାଲିଛି ରଥ କାର୍ଯ୍ୟ - Ratha Yatra 2024

By ETV Bharat Odisha Team

Published : Jul 2, 2024, 9:00 PM IST

ନୀଳଗିରି ଜଗନ୍ନାଥ ମନ୍ଦିର (ETV Bharat Odisha)

Nilagiri Jagannath Temple: ବାଲେଶ୍ବର: ଭକ୍ତ ଭାବରେ ବନ୍ଧା କାଳିଆ ସାଆନ୍ତ । ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେବାପାଇଁ ଶ୍ରୀମନ୍ଦିରରୁ ଓହ୍ଲାଇ ଆସି ରଥରେ ବସି ମାଉସୀ ମା' ମନ୍ଦିର ଯିବ କୋଟି ଓଡ଼ିଆଙ୍କ ମଉଡ଼ମଣି । ସେଥିପାଇଁ ତ, ରଥଖଳା ଏବେ ଚଳଚଞ୍ଚଳ ହୋଇ ଉଠିଛି । ସାଆନ୍ତଙ୍କୁ ରଥରେ ବସାଇ ଭକ୍ତ ଭିଡ଼ିନେବେ ମାଉସୀ ମା' ମନ୍ଦିର । ଏନେଇ ରଥ ପ୍ରସ୍ତୁତି ବେଶ ଜୋରସୋରରେ ଆଗେଇ ଚାଲିଛି । ଭକ୍ତ ଦେଖିବ ତା' ପ୍ରିୟର ଠାକୁରଙ୍କୁ, ଅଜାଡ଼ି ଦେବ ଭକ୍ତି ନୈବେଦ୍ୟ । ବାଲେଶ୍ୱର ଜିଲ୍ଲା ନୀଳଗିରି ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ଏବେ ରଥ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ମହାରଣା ଓ ଅନ୍ୟ କାରିଗର । 

ଏହା ମଧ୍ୟ ପଢ଼ନ୍ତୁ...ପ୍ରସ୍ତୁତି ପଥେ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ, ସ୍କନ୍ଧ ପୁରାଣ ଅନୁସାରେ ବ୍ରହ୍ମକ୍ଷେତ୍ରରୁ ବ୍ରହ୍ମ ତାଳଧ୍ଵଜ

ମହାପ୍ରଭୁ ଏବେ ଅଣସର ଘରେ ରହିଥିବା ବେଳେ ନବଯୌବନ ରୂପ ଦର୍ଶନ ଦେଇ ବାହାରି ଆସିବେ ବଡ଼ ଦେଉଳରୁ କେବଳ ତାଙ୍କ ଭକ୍ତଙ୍କ ପାଇଁ । ଦିନରାତି ଏକ କରି ଖରାକୁ ଖାତିର ନକରି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ମହାରଣା ଓ ଭୋଇ ସେବାୟତ । ରଥଯାତ୍ରା ଯେତେ ନିକଟତର ହେଉଛି କାରିଗରମାନଙ୍କ ହାତ ସେତେ ଫୁର୍ତ୍ତି ହୋଇଯାଉଛି । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୂଢ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ । ରଥ, ପଥ ହେବ ଏକାକାର । ନୀଳଗିରି ଜଗନ୍ନାଥ ମନ୍ଦିରରେ ହୁଏ ନିଆରା ରଥଯାତ୍ରା । ପ୍ରଥମ ଦିନରେ ପହଣ୍ଡି ହେବାକୁ ଥିବା ବେଳେ ଦ୍ଵିତୀୟ ଦିନରେ ରଥ ଛେରା ପହଁରା ହୋଇ ଅଧାବାଟ ରଥ ଟଣା ଯାଇଥାଏ ଏବଂ ତୃତୀୟ ଦିନରେ ରଥ ଯାଇ ପହଁଚି ଥାଏ ମାଉସୀ ମା'ଙ୍କ ପାଖରେ । ସେହିପରି ବାହୁଡ଼ା ମଧ୍ୟ ତିନି ଦିନ ଧରି ହୋଇଥାଏ । 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details