ବାଇକକୁ ଧକ୍କା ଦେଇ 1 କିମି ଘୋଷାଡି ନେଲା ଚଳନ୍ତା କାର - ଭୁବନେଶ୍ୱରରେ ଦୁର୍ଘଟଣା
Published : Feb 1, 2024, 8:44 AM IST
Car drags bike: ଭୁବନେଶ୍ବର: ରାଜଧାନୀରେ ସଡକ ଦୁର୍ଘଟଣା । ବାଇକକୁ ଧକ୍କା ଦେବା ପରେ ଘୋଷାଡି ନେଲା ଚଳନ୍ତା କାର । ବାଇକ ଆରୋହି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ପଟିଆ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ପ୍ରଥମେ ବାଇକଟିକୁ ଚଳନ୍ତା କାର ଧକ୍କା ଦେବା ପରେ ଚାଳକ ଜଣଙ୍କ ତଳେ ପଡିଯାଇଥିଲେ । ଏହାପରେ ବାଇକଟିକୁ ଏକ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା କାର । ସେହି ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ଏନେଇ ଖବର ପାଇ ପିସିଆର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୁଧବାର ରାତିରେ ଏହି ଘଟଣା ଘଟିଥିଲା । ଆହତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ବେଳେ କାର ଚାଳକଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି ।
ଏହା ମଧ୍ୟ ପଢନ୍ତୁ-Delhi: ଯୁବକଙ୍କୁ କାର ଘୋଷାଡି ନେଉଥିବା ଭିଡିଓ ଭାଇରାଲ, ଜାତୀୟ ରାଜପଥ କଡରୁ ମୃତଦେହ ଠାବ
ଇଟିଭି ଭାରତ, ଭୁବନେଶ୍ବର