ଓଡିଶା

odisha

ETV Bharat / videos

ମାଲକାନଗିରିରେ ପ୍ରଚାର କଲେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି - Lok Sabha Election 2024

By ETV Bharat Odisha Team

Published : Mar 30, 2024, 2:18 PM IST

BJP MP candidate Balabhadra Majhi: ମାଲକାନଗିରି: ନବରଙ୍ଗପୁର ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବଳଭଦ୍ର ମାଝି । ଲୋକସଭା ନିର୍ବାଚନ ପୂର୍ବରୁ ଗତକାଲି (ଶୁକ୍ରବାର) ମାଲକାନଗିରି ଆସି କର୍ମୀଙ୍କ ସହ ବୁଲି ବୁଲି ପ୍ରଚାର ମଧ୍ୟ କରିଥିଲେ ବଳଭଦ୍ର ମାଝି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ,'' ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଆଜି ବି ଲୋକେ ଦୟନୀୟ ଜୀବନଯାପନ କରୁଛନ୍ତି । ଏହି କ୍ଷେତ୍ରରେ ବିକାଶ ଠପ ହୋଇଯାଇଛି । କେନ୍ଦ୍ର ସରକାର ଦେଉଥିବା ଅର୍ଥ ରାଶିକୁ ବିଜେଡି ସରକାର ଖର୍ଚ୍ଚ କରିପାରୁନାହିଁ । ଏଥର ବିଜେପି ଜିତିବା ପରେ ଏଟାରେ ବିକାଶ ହିଁ ବିକାଶ ହେବ। ରାଜ୍ୟର ୨୫ ବର୍ଷର ସରକାର ବିକାଶ କରୁଥିବା ନେଇ ଡିଣ୍ଡିମ ପିଟୁଛି ,କିନ୍ତୁ ବାସ୍ତବରେ ଲୋକେ କିପରି ରହୁଛନ୍ତି ତାହା ଦେଖୁନାହାନ୍ତି । ବିଜେପିର ଗ୍ୟାରେଣ୍ଟି କାର୍ଡ ମୋଦି ଯାହା କହିଛନ୍ତି ତାହା ପୂରଣ କରାଯିବ । ମାଲକାନଗିରି ଜିଲ୍ଲା ସବୁବେଳେ ବିଜେପି ସହ ରହିଛି ଏବଂ ରହିବ । ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ସହଜରେ ହାତେଇ ନେବ ବିଜେପି । ଖୁବଶୀଘ୍ର ପ୍ରାର୍ଥୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବ । ଡବଲ ଇଞ୍ଜିନ ସରକାର ଆଗକୁ ଆହୁରି ଲୋକାଭିମୁଖୀ କାର୍ଯ୍ୟ କରିବ ।'' ଆୟୋଜିତ କାର୍ଯ୍ୟକ୍ରମରେ  ଜିଲ୍ଲା ସଭାପତି ନିମାଇ ପାଲ, ସାଧାରଣ ସଂପାଦକ ଗଂଗା ସୋଡି, ନରସିଂହ ମାଡକାମୀ,ସୁବାଷ ପଡିଆମି,ଜଳନ୍ଧର ନାୟକ,ନିରଞ୍ଜଲ ହାଲଦାର,କୋଷାଧ୍ୟକ୍ଷ ସଂଜୟ ସରକାର ପ୍ରମୁଖ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢନ୍ତୁ-ବିଜେଡିକୁ ବାଏ ବାଏ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି - Anubhav Mohanty Quits BJD

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details