ଓଡିଶା

odisha

ETV Bharat / videos

ବିଜେପି ଛାଡି ବିଜେଡିରେ ମିଶିଲେ ଖଇରା ବ୍ଲକ ଅଧ୍ୟକ୍ଷା ଓ ସମର୍ଥକ - BJD Joining Program - BJD JOINING PROGRAM

By ETV Bharat Odisha Team

Published : May 18, 2024, 10:05 PM IST

ବାଲେଶ୍ବର: ନିର୍ବାଚନକୁ ନେଇ ଚାଲିଛି ଦଳଡିଆଁ ନୀତି । ଆଜି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ପଞ୍ଚାୟତ ନିର୍ବାଚନ ବେଳେ ବିଜେଡି ଛାଡି ବିଜେପିରେ ମିଶିଥିବା ବେଳେ ଏବେ ପୁଣି ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କର ସମର୍ଥକ, ସରପଞ୍ଚ ଏବଂ ସମିତିସଭ୍ୟମାନେ ମଧ୍ୟ ତାଙ୍କ ସହ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି ।

ଆଜି ଖଇରା ଦୁର୍ଗା ମଣ୍ଡପରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଅଭିଲିପ୍ସା ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଦୁଇ ଦୁଇ ଥର ବ୍ଲକ ଅଧ୍ୟକ୍ଷା ରହିଥିବା ଅଭିଲିପ୍ସା ସାହୁଙ୍କ ସମେତ ଖଇରା ବ୍ଲକର 37ଟି ପଞ୍ଚାୟତର 5 ଜଣ ସରପଞ୍ଚ, 5 ଜଣ ସମିତିସଭ୍ୟ, ବହୁ ପୂର୍ବତନ ସରପଞ୍ଚ ଓ ପୂର୍ବତନ ଜିଲ୍ଲା ପରିଷଦ ଶୁଶାନ୍ତ ମହାକୁଡ଼ ସମେତ ଶତାଧିକ ଲୋକ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେପି ଛାଡି ବିଜେଡିରେ ମିଶିବାର କାରଣ କଣ ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅଭିଲିପ୍ସା କହିଛନ୍ତି, "ବିଜେପିରେ ମୋତେ ଯେତିକି ସମ୍ମାନ ମିଳୁଥିଲା ମୁଁ ଖୁସିଥିଲି, ମାତ୍ର ମୋ ବ୍ୟତୀତ ମୋର ସମର୍ଥକ ଏବଂ ଯେଉଁ ସରପଞ୍ଚ ଓ ସମିତିସଭ୍ୟମାନଙ୍କ ସହଯୋଗ ପାଇଁ ଆଜି ମୁଁ ଅଧ୍ୟକ୍ଷା ପଦ ପାଇଛି ସେମାନଙ୍କୁ ଅଣଦେଖା କରାଯାଉଥିଲା । ଏହାସହ ସିମୁଳିଆ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ବିଧାୟିକା ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚୟନ କରିଥିବାରୁ ଖୁସି ହୋଇ ଦଳରେ ସାମିଲ ହୋଇଛି ।" ଏହି ମିଶ୍ରଣ ପର୍ବରେ ବିଜେଡିର ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟିକା ପ୍ରାର୍ଥୀ ସୁବାସିନୀ ସାହୁଙ୍କ ସମେତ ଖଇରା ବ୍ଲକର ଜିଲ୍ଲାପରିଷଦ ମାନସ ଦାସ ଓ ସୁଷମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିକୁ ବାହୁଡିଲେ ପୂର୍ବତନ ବିଧାୟକ ରବି ମଲ୍ଲିକ - BJD Mishran Parba
ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details