ଓଡିଶା

odisha

ETV Bharat / videos

ବଡ଼ସିଂହାର ବେଶରେ ବାବା ଧବଳେଶ୍ବର, କାର୍ତ୍ତିକ ମାସରେ କରନ୍ତୁ ଦର୍ଶନ

By ETV Bharat Odisha Team

Published : 6 hours ago

କଟକ: ଆଜି ହେଉଛି ଧର୍ମ ମାସ କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର । ଚଳଚଞ୍ଚଳ‌ ହୋଇଯାଇଛି କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠ । ଧାର୍ମିକ ବିଶ୍ବାସ ରହିଛି ଯେ, ଏହି ଦିନରେ ଦେବଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ । ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । 
 

ଏହା ମଧ୍ୟ ପଢ଼ନ୍ତୁ...ନଭେମ୍ବରରୁ ୪ ରାଶିଙ୍କ ଆରମ୍ଭ ହେବ ନୂଆ ଜୀବନ, ଶନିଦେବ ଚମକାଇବେ ଭାଗ୍ୟ

ଏହା ମଧ୍ୟ ପଢ଼ନ୍ତୁ...ପୂରା କରିପାରିଲେନି ବ୍ରତ, କାଳିଆ ଦୁଆରେ ଉଡିଗଲା ହବିଷ୍ୟାଳୀଙ୍କ ପ୍ରାଣବାୟୁ

କାର୍ତ୍ତିକ ସୋମବାରରେ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବା ସହିତ ପୀଠରେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ବ୍ରତଧାରୀ ଓ ଶ୍ରଦ୍ଧାଳୁ । ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ମନ୍ଦିରର ପହଡ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳାଆଳତୀ, ମଇଲମ, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି । କଂକ୍ରିଟ ସେତୁ ଦେଇ ଶ୍ରଦ୍ଧାଳମାନେ ପୀଠକୁ ଯାଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । 

ଇଟିଭି ଭାରତ, କଟକ 

ABOUT THE AUTHOR

...view details