ବୌଦ୍ଧରେ ଶେଷ ହେଲା 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ - ଆମ ଓଡ଼ିଶା ନବୀନ ଓଡ଼ିଶା
Published : Feb 15, 2024, 9:58 PM IST
Amo Odisha Nabin Odisha: ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟରେ ଚାଲିଥିବା 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ଆଜି ସମାପ୍ତ ହୋଇଛି । ଆଜି ସଦର ବ୍ଲକର ମୁରୁଶୁଣ୍ଢି ପଞ୍ଚାୟତ ପଞ୍ଚାୟତରେ ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ପଞ୍ଚାୟତ ସ୍ତରରେ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହେଲେ ଏହି କାର୍ଯ୍ୟକ୍ରମରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ।
ଗତ ଜାନୁଆରୀ ୩୧ ତାରିଖ ଠାରୁ ଜିଲ୍ଲାରେ 'ମୋ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଆଉ ଆଜି ସଦର ବ୍ଲକ ଅନ୍ତର୍ଗତ ମୁରୁଶୁଣ୍ଢି ପଞ୍ଚାୟତଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସମାପନ ହୋଇଛି । ତେବେ ପ୍ରଶାସନର ବେପରୁଆ କାର୍ଯ୍ୟ ଯୋଗୁଁ ଶେଷ ଦିନରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ପ୍ରବଳ ଖରା ଓ ଗରମରେ ସାଧାରଣ ଲୋକଙ୍କୁ ସଭା କାର୍ଯ୍ୟ ପାଇଁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା । ଖରାରେ ଲୋକମାନେ ମଧ୍ୟାହ୍ନ ଭୋଜନ କରିଥିଲେ । ପ୍ରବଳ ଖରା ସହ୍ୟ କରିନପାରି ବଘିଆପଡା ପଞ୍ଚାୟତର ଜଣେ ମହିଳା ସିଆରପି ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ଶେଷରେ ଆମ୍ବୁଲାନ୍ସରେ ଗୁରୁତର ମହିଳା ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।
ଏହା ମଧ୍ୟ ପଢନ୍ତୁ.....କାକଟପୁର ବିଜେଡିରେ କଳି! ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାରକାନ୍ତି ହଟହଟା
ସେହିପରି ଆଜି ପୁରୁଣା କଟକ ଠାରେ ନୂତନ ତଥା ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ଜରିଆରେ ଉଦଘାଟନ କରିଥିଲେ ।ଏଥିରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଜେ ସୋନାଲ ଯୋଗ ଦେଇଥିଲେ । ସେହିପରି ବୌଦ୍ଧ ଗଡ଼ ଏନଏସି ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଇଟିଭି ଭାରତ, ବୌଦ୍ଧ