ଓଡିଶା

odisha

ETV Bharat / technology

ବଜେଟରେ ପାଆନ୍ତୁ ଫୋଲଡେବଲ୍‌ ଫୋନ୍‌; ଲଞ୍ଚ ତାରିଖ ଖୁଲାସା କଲା Samsung

ବଜେଟ ଭିତରେ କୌଣସି ଫୋଲ୍ଡେବଲ ଫୋନ କିଣିବାକୁ ଚାହୁଁଥିଲେ ଟିକେ କରନ୍ତୁ ଅପେକ୍ଷା । ଖୁବଶୀଘ୍ର ସାମସଙ୍ଗ ଲଞ୍ଚ କରିବାକୁ ଯାଉଛି ଗାଲାକ୍ସି Z ଫ୍ଲିପ୍‌ FE । ଅଧିକ ପଢନ୍ତୁ

Samsung Galaxy Z Flip FE
Samsung Galaxy Z Flip FE (ETV Bharat)

By ETV Bharat Tech Team

Published : Nov 5, 2024, 3:01 PM IST

ହାଇଦ୍ରାବାଦ:ଏବେ ମାର୍କେଟରେ ଫୋଲ୍ଡେବଲ ଫୋନକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି । ଯାହାକି ଦେଖିବାକୁ ବେଶ ଷ୍ଟାଇଲିସ ଲାଗୁଛି । ଗ୍ରାହକଙ୍କ ମଧ୍ୟରେ ଏପରି ଚାହିଦା ଦେଖି ଦକ୍ଷିଣ କୋରିଆ ଇଲେକ୍ଟ୍ରୋନିକ କମ୍ପାନୀ ସାମସଙ୍ଗ ମାର୍କେଟକୁ ଏକ ବଜେଟ ଫୋଲ୍ଡେବଲ ଫୋନ ଆଣିବାକୁ ଯାଉଛି । ଯାହାକି ବଜାରରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ । ସାମସଙ୍ଗ ଫୋଲ୍ଡେବଲ ସ୍ମାର୍ଟଫୋନକୁ ବିସ୍ତାରିତ କରି ଗୋଟିଏ ପରେ ଆଉ ଏକ ଫୋଲ୍ଡେବଲ ଫୋନ ଲଞ୍ଚ କରିବାକୁ ଯାଉଛି ।

ଆସନ୍ତା ବର୍ଷ ଆସିବ ବଜେଟ ଫୋଲଡେବଲ ଫୋନ !

ରିପୋର୍ଟ ଅନୁସାରେ, ସାମସଙ୍ଗ ଆସନ୍ତା ବର୍ଷ ଆରମ୍ଭରେ ଏହାର ଗାଲାକ୍ସି ଜେଡ ଫ୍ଲିପ୍ ସିରିଜ୍ ସ୍ମାର୍ଟଫୋନର ଏକ ସୁଲଭ ମୂଲ୍ୟରେ ଲଞ୍ଚ କରିବ । ଏହାକୁ 'ସାମସଙ୍ଗ ଗାଲାକ୍ସି ଜେଡ ଫ୍ଲିପ୍ FE' (ଫ୍ୟାନ୍ ଏଡିସନ) ନାମରେ ଲଞ୍ଚ କରାଯିବ । ଯଦିଓ ଏହାର ରିଲିଜ୍ ତାରିଖ ଜଣା ପଡିନାହିଁ, ଲାଗୁଛି ଯେ ସାମସଙ୍ଗର ପରବର୍ତ୍ତୀ ଫୋଲଡେବଲ୍ ମୋବାଇଲ୍, ଗାଲାକ୍ସି ଜେଡ ଫୋଲ୍ଡ 7 (Galaxy Z Fold 7) ଏବଂ ଗାଲାକ୍ସି ଜେଡ ଫ୍ଲିପ୍ 7 (Galaxy Z Flip 7) ସହିତ ଆସନ୍ତା ବର୍ଷ ମଧ୍ୟଭାଗରେ ଅଣାଯାଇପାରେ ।

ଏହା ବି ପଢନ୍ତୁ
  1. ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି S24 FE; ମିଳିବ ଜବରଦସ୍ତ କ୍ୟାମରା ଓ ବ୍ୟାଟେରୀ
  2. Huawei ପରେ ଏବେ Samsung ଆଣୁଛି ଟ୍ରାଇ-ଫୋଲ୍ଡ ସ୍ମାର୍ଟଫୋନ; ଜାଣନ୍ତୁ କେବେ ଲଞ୍ଚ

କିଛି ସପ୍ତାହ ପୂର୍ବରୁ ସାମସଙ୍ଗ ବଜାରରେ ଏହାର ଟପ୍-ଅଫ୍-ଲାଇନ୍ ଗାଲାକ୍ସି ଜେଡ ଫୋଲ୍ଡ 6 ସ୍ପେଶାଲ ଏଡିସନ ମଡେଲକୁ ଲଞ୍ଚ କରିଥିଲା ​। କିନ୍ତୁ ଏହାର ମୂଲ୍ୟ ଷ୍ଟାଣ୍ଡାର୍ଡ ଭାରିଏଣ୍ଟ ଅପେକ୍ଷା ବହୁତ ଅଧିକ । ଦକ୍ଷିଣ କୋରିଆର ବ୍ଲଗିଂ ପ୍ଲାଟଫର୍ମ ନାଭର୍ (ଆଣ୍ଡ୍ରଏଡ୍ ଅଥୋରିଟି ) ଏକ ପୋଷ୍ଟ ଅନୁଯାୟୀ, ସାମସଙ୍ଗ ବର୍ତ୍ତମାନ ସୁଲଭ ମୂଲ୍ୟରେ ଗାଲାକ୍ସି ଜେଡ ଫ୍ଲିପ୍‌ର ବଜେଟ୍ ସ୍ମାର୍ଟଫୋନ ଆଣିବାକୁ ଯୋଜନା କରୁଛି ।

2025ରେ ସାମସଙ୍ଗ ଆଣିବ 2 ଫୋନ:-

ସାମସଙ୍ଗ କହିଛି ଯେ ଆସନ୍ତା ବର୍ଷ ଆଉ ଦୁଇଟି ମୋବାଇଲ୍ ରିଲିଜ ହୋଇପାରେ । ଗୋଟିଏ ହେଉଛି ସାମସଙ୍ଗ ଗାଲାକ୍ସି S25 ସ୍ଲିମ୍ ଏବଂ ଅନ୍ୟଟି ଗାଲାକ୍ସି ଜେଡ ଫୋଲ୍ଡ 7 ସିରିଜର ଏକ ଅତିରିକ୍ତ ମଡେଲ୍ । ଗାଲାକ୍ସି S25 ସ୍ଲିମ୍ ମୋବାଇଲ୍ ଏପ୍ରିଲ୍ 2025 ପୂର୍ବରୁ କିମ୍ବା ପରେ ରିଲିଜ ହେବାର ସମ୍ଭାବନା ଅଛି । ସରଳ ଭାଷାରେ କହିଲେ ଏକ ସମୟରେ 2ଟି ରିଲିଜ ହେବାର ସମ୍ଭାବନା ଅଛି । ଏହାର ଅର୍ଥ ଏହା ସାମସଙ୍ଗର ସପ୍ତମ ଜେନେରେସନର ଫୋଲଡେବଲ୍ ସହିତ ରିଲିଜ ହୋଇପାରେ । ଯଦି ଏହା ଘଟେ ତେବେ ସାମସଙ୍ଗରୁ ଚାରି ଫୋଲଡେବଲ୍ ସ୍ମାର୍ଟଫୋନ ଆସନ୍ତା ବର୍ଷ ବଜାରରେ ଉପଲବ୍ଧ ହେବାର ସମ୍ଭାବନା ଅଛି ।

ABOUT THE AUTHOR

...view details