ହାଇଦ୍ରାବାଦ: ଭାରତରେ ଆଜିଠୁ (ଡିସେମ୍ବର 13) ରେଡମି ନୋଟ 14 5ଜି ସିରିଜ ସେଲ୍ ଆରମ୍ଭ ହୋଇଛି । ଏହି ସିରିଜ ଭିତରେ ଗ୍ରାହକ Redmi Note 14, Redmi Note 14 Pro ଓ Redmi Note 14 Pro + 5ଜି ସ୍ମାର୍ଟଫୋନ କିଣିପାରିବେ । ଆମାଜନରେ କେବଳ Redmi Note 14 ଫୋନ ଉପଲବ୍ଧ ଥିବା ବେଳେ ଏହାର ପ୍ରୋ ଓ ପ୍ରୋ + ଭାରିଏଣ୍ଟ ଫ୍ଲିପକାର୍ଟରେ ଉପଲବ୍ଧ ଅଛି । ଏଥିରେ ଗ୍ରାହକଙ୍କୁ ବଡ଼ ଡିସକାଉଣ୍ଟ ମଧ୍ୟ ମିଳୁଛି । କମ୍ପାନୀ ଏହି ସିରିଜ ସ୍ମାର୍ଟଫୋନକୁ ଡିସେମ୍ବର 9 ତାରିଖରେ ଭାରତୀୟ ବଜାରରେ ଲଞ୍ଚ କରିଥିଲା ।
Redmi Note 14 5G: ରେଡମି ନୋଟ୍ 14 ସ୍ମାର୍ଟଫୋନରେ 120Hz ରିଫ୍ରେସ ରେଟ୍ ସହିତ ଏକ AMOLED ଡିସପ୍ଲେ ଅଛି, ଯାହାର ଆକାର 6.67 ଇଞ୍ଚ । ଏହି ଫୋନରେ ମିଡିଆ ଟେକ୍ ଡାଇମେନସିଟି 7025 ଅଲଟ୍ରା ଚିପ୍ ଏବଂ 256GB ଷ୍ଟୋରେଜ୍ ମିଳୁଛି । ଏହି ଡିଭାଇସରେ 50MP ଡୁଆଲ୍ ରିଅର କ୍ୟାମେରା ସେଟଅପ୍ ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ 16MP କ୍ୟାମେରା ଯୋଗାଇ ଦିଆଯାଇଛି । ଏହି ଫୋନ୍ ଆଣ୍ଡ୍ରଏଡ୍ 14 OSରେ କାମ କରେ । ଫୋନରେ 5,110mAhର ଏକ ଶକ୍ତିଶାଳୀ ବ୍ୟାଟେରୀ ରହିଛି, ଯାହାକି 45W ଫାଷ୍ଟ ଚାର୍ଜିଂକୁ ସମର୍ଥନ କରେ । ସୁରକ୍ଷା ପାଇଁ ଫୋନରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ଏବଂ ଫେସ୍ ଅନଲକ୍ ଫିଚର ଅଛି ।
Redmi Note 14 Pro 5G:ରେଡମି ନୋଟ୍ 14 ପ୍ରୋ 5Gରେ 6.67-ଇଞ୍ଚ AMOLED ଡିସପ୍ଲେ ରହିଛି । ଏହାର ରିଜୋଲ୍ୟୁସନ 1.5K ଏବଂ ରିଫ୍ରେସ ରେଟ୍ ହେଉଛି 120Hz । ଏହାର ସୁରକ୍ଷା ପାଇଁ କର୍ନିଙ୍ଗ ଗରିଲା ଗ୍ଲାସ 2 ଅଛି । ଫଟୋଗ୍ରାଫି ପାଇଁ ହ୍ୟାଣ୍ଡସେଟରେ 50MP ପ୍ରାଥମିକ ଲେନ୍ସ, 8MP ଅଲ୍ଟ୍ରା-ୱାଇଡ୍ ଏବଂ 2MP ମାକ୍ରୋ ଲେନ୍ସ ଥିବାବେଳେ ଡିଭାଇସର ସାମ୍ନାରେ 50MP ସେଲଫି କ୍ୟାମେରା ଉପଲବ୍ଧ ।
Redmi Note 14 Pro + 5G:ରେଡମି ନୋଟ୍ 14 ପ୍ରୋ + ଆଣ୍ଡ୍ରଏଡ୍ 14-ଆଧାରିତ HyperOS ଅପରେଟିଂ ସିଷ୍ଟମରେ ଚାଲିଥାଏ । ଏହି ସ୍ମାର୍ଟଫୋନରେ 6.67-ଇଞ୍ଚ 1.5K AMOLED ଡିସପ୍ଲେ ଅଛି । ଶକ୍ତି ପାଇଁ ମୋବାଇଲ୍ ଫୋନ୍ କ୍ବାଲକମ୍ର ସ୍ନାପଡ୍ରାଗନ୍ 7s ଜେନ 3 ପ୍ରୋସେସର୍ ଦ୍ବାରା ଚାଳିତ । ଏହି ହ୍ୟାଣ୍ଡସେଟରେ 12GB RAM ଏବଂ 256GB ଷ୍ଟୋରେଜ୍ ଅଛି । ରେଡମି ନୋଟ୍ 14 ପ୍ରୋ ପ୍ଲସରେ 6200mAh ବ୍ୟାଟେରୀ ଅଛି । ଏହି ଫୋନ୍ 90W ଫାଷ୍ଟ ଚାର୍ଜିଂକୁ ସମର୍ଥନ କରେ । ଏହା ବ୍ୟତୀତ ଫୋନରେ ତଥ୍ୟ ସୁରକ୍ଷିତ ରଖିବା ପାଇଁ ଅନଲକ୍ ଏବଂ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଛି । ସଂଯୋଗ ପାଇଁ, ହ୍ୟାଣ୍ଡସେଟରେ ୱାଇଫାଇ, ଜିପିଏସ୍, ବ୍ଲୁଟୁଥ୍, ଏକ ଅଡିଓ ଜ୍ୟାକ୍, ଡୁଆଲ୍ ସିମ୍ ସ୍ଲଟ୍, 5A ଜି ଏବଂ ବି ଟାଇପ୍-ସି ପୋର୍ଟ ଅଛି ।