ହାଇଦ୍ରାବାଦ:ମୋବାଇଲ ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ବଜାରକୁ ନୂଆ ନୂଆ ଡିଜାଇନ ସାଙ୍ଗକୁ ଅତ୍ୟାଧୁନିକ ସୁବିଧା ସହ ଏକାଧିକ ମୋବାଇଲ ଲଞ୍ଚ ହେଉଛି । ତେବେ ମୋବାଇଲର ଦିଲ୍ ହେଉଛି ପ୍ରୋସେସର । ଯାହାକି ମୋବାଇଲର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହ ଗେମିଂ, ମଲ୍ଟିଟାସ୍କିଂ ଓ କଣ୍ଟେଣ୍ଟ ନିର୍ମାଣ ପାଇଁ ସହାୟତା କରିଥାଏ । ସମୟ ବଢିବା ସହିତ ପକେଟକୁ ସୁହାଇବା ଭଳି ମୂଲ୍ୟରେ ମୋବାଇଲ ନିର୍ମାତା କମ୍ପାନୀ ଅତ୍ୟାଧୁନିକ ସୁବିଧା ସହିତ ସ୍ମାର୍ଟଫୋନ ଲଞ୍ଚ କରୁଛନ୍ତି । ଏହା ମଧ୍ୟରୁ ଗୋଟିଏ ହୋଇଛି Realmeର ଏହି ନୂଆ ସ୍ମାର୍ଟଫୋନ ।
ସବୁଠୁ ଆଗରେ Realmeର ନୂଆ NARZO 70 Turbo 5G:-
ଡାଇମେନସିଟି D7300 ଏନର୍ଜି ପ୍ରୋସେସର ବ୍ୟବହାର କରିବାରେ ଏହି ସ୍ମାର୍ଟଫୋନଟି ବିଶ୍ବରେ ପ୍ରଥମ ହେବାକୁ ଯାଉଛି । ଏଥିରେ ଟର୍ବୋ ଟେକ୍ନୋଲୋଜି ପ୍ରଦାନ କରାଯାଇଛି । ଯାହାକି ଫୋନକୁ ଆହୁରି ଆଡଭାନ୍ସଡ କରିପାରିଛି । ୟୁଜର୍ସଙ୍କୁ ଅଧିକ ଭଲ ଅନୁଭବ ପ୍ରଦାନ କରିବା ଲାଗି କନେକ୍ଟିଭିଟି ଓ ଡେଟା ଟ୍ରାନ୍ସଫର କ୍ଷେତ୍ରରେ ସୁଧାର ଆସିଛି । ଏହା Wifi ଓ 5G କ୍ଷମତାକୁ ସମର୍ଥନ କରିବା ସହ ଦ୍ରୁତ ଗତିରେ ଡାଉନଲୋଡ, ଅନଲାଇନ ଗେମିଂ ସୁବିଧା ପ୍ରଦାନ କରୁଛି ।
କେମିତି ରହିଛି ଡିଜାଇନ ?
Realme Narzo 70 Turbo ଫୋନ ଦେଖିବାକୁ ମଧ୍ୟ ଖୁବ ଆକର୍ଷଣୀୟ । ଏହାର ଚଉଡା ମାତ୍ର 7.6ମିମି, ଯାହାକି ଆପଣଙ୍କୁ ଏକ ଭଲ ଅନୁଭବ ଦେବ । ଏହାର ବାହାର ଡିଜାଇନ ସମ୍ପର୍କରେ ଆଲୋଚନା କଲେ ଏହା ହଳଦିଆ ଓ ବ୍ଲାକ୍ ରଙ୍ଗରେ ଉପଲବ୍ଧ । ଏହାସହିତ ଏହ ମୋବାଇଲରେ ସର୍କୁଲାର କ୍ୟାମରା ଡିଜାଇନ ରହିଛି । ଏଥିରେ ଟ୍ରିପଲ କ୍ୟାମେରା ସେନ୍ସର ମଧ୍ୟ ରହିଛି । ଏହାବ୍ୟତୀତ ଏଥିରେ 3.5ମିମି ଅଡିଓ ଜ୍ୟାକ୍ ଓ ସ୍ପିକର ରହିଛି ।