ହାଇଦ୍ରାବାଦ: ଇଲେକଟ୍ରିକ କାର ନିର୍ମାତା କମ୍ପାନୀ BYD ଭାରତରେ ଏହାର ବିଳାସପୂର୍ଣ୍ଣ କାର ପୋର୍ଟଫୋଲିଓକୁ ବିସ୍ତାର କରି ଲଞ୍ଚ କରିଛି ବିୱାଇଡି ସିଲାୟନ 7 ଏସୟୁଭି (BYD Sealion 7)କୁ ଲଞ୍ଚ କରିଛି । ଏହି 4-ଡୋର୍ ଇଲକେଟ୍ରିକ୍ ଏସୟୁଭିର କୁପ୍ ଭଳି ରୁଫଲାଇନ୍ ରହିଛି । ଏହାର କମ୍ପାନୀର ଓସେନ ସିରିଜ ଡିଜାଇନ ସହ ଆସିଛି । କମ୍ପାନୀ ଏହି କାରକୁ ପ୍ରଥମେ ଚଳିତ ବର୍ଷ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2025ରେ ପ୍ରଦର୍ଶିତ କରିଥିଲା । ବଜାରରେ ଏହାର ବୁକିଂ ଆରମ୍ଭ ହୋଇସାରିଥିବାବେଳେ ଡେଲିଭରି ମାର୍ଚ୍ଚ 7ରୁ ଆରମ୍ଭ ହେବ ।
BYD Sealion 7: ଭାରିଏଣ୍ଟ ଓ ଦାମ
ଏହା ବଜାରରେ ଦୁଇଟି ଭାରିଏଣ୍ଟ ପ୍ରିମିୟମ ଓ ପରଫର୍ମାନ୍ସରେ ଉପଲବ୍ଧ ହେବ । ଏହାର ବେସ୍ ପ୍ରିମିୟମ ଭାରିଏଣ୍ଟର ଏକ୍ସଶୋରୁମ ମୂଲ୍ୟ 48.90ଲକ୍ଷ ଟଙ୍କା ଥିବାବେଳେ ଏହାର ଟପ୍ ପରଫର୍ମାନ୍ସ ଭାରିଏଣ୍ଟର ଦାମ 54.90 ଲକ୍ଷ ଟଙ୍କା ରହିଛି । ଏବେ ଏହି କାର ଭାରତୀୟ ବଜାରରେ ବିକ୍ରି ହେଉଥିବା କମ୍ପାନୀର ଅନ୍ୟ ଇଲକେଟ୍ରିକ୍ କାର Atto 3, Seal ଓ eMax7 ସହିତ ସାମିଲ ହୋଇଛି । ଏହାର ଡେଲିଭରି ମାର୍ଚ୍ଚ 7ରୁ ଆରମ୍ଭ ହୋଇଥିବାବେଳେ ଏଯାବତ 1000ୟୁନିଟ ଅର୍ଡର ମିଳିସାରିଛି ।

BYD Sealion 7: ବାହାର ଡିଜାଇନ
କାରର ଏକ୍ସଟିରିଅର ବା ବାହାର ଡିଜାଇନ ସମ୍ପର୍କରେ କହିଲେ, ଏହା କମ୍ପାନୀର ଅନ୍ୟ ମଡେଲ ଯେପରିକି BYD Seal ପରି । ଏହାର ଫ୍ରଣ୍ଟ ପ୍ରୋଫାଇଲରେ DRL ସହିତ ଆଙ୍ଗୁଲାର ହେଡଲ୍ୟାମ୍ପର ବ୍ୟବହାର କରାଯାଇଛି । ଏହାର ସାଇଡ ପ୍ରୋଫାଇଲ ଉପରେ ନଜର ପକାଇଲେ ଏହା ଏକ ସନ୍ତୁଳିତ ଡିଜାଇନ ପରି ହୋଇଛି । ଏହାର ପଛ ଭାଗରେ ଏକ ଟେଲ୍ଲ୍ୟାମ୍ପ ରହିଛି ।
BYD Sealion 7: ଇଣ୍ଟିରିଅର
କାରର ଭିତର ଡିଜାଇନ ସମ୍ପର୍କରେ ଆଲୋଚନା କଲେ, ଏହାର ଡ୍ୟାସବୋର୍ଡରେ ଏକ ଫ୍ରିଷ୍ଟାଣ୍ଡିଂ 15.6 ଇଞ୍ଚର ରୋଟିଙ୍ଗ ଟଚସ୍କ୍ରିନ ଓ 10.25 ଇଞ୍ଚର ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଦିଆଯାଇଛି । ଏୟାର-କଣ୍ଡିସନିଙ୍ଗ ଭେଣ୍ଟ ଏହାର ଟଚସ୍କ୍ରିନର ତଳେ ଦିଆଯାଇଛି । ଫିଚର ସମ୍ପର୍କରେ କହିଲେ ଆଡଜଷ୍ଟେବଲ ଡ୍ରାଇଭର ସିଟ୍ ଦିଆଯାଇଛି । ଏହାବାଦ ଏଥିରେ ଡୁଆଲ ଜୋନ କ୍ଲାଇମେଟ କଣ୍ଟ୍ରୋଲ, ଆମ୍ବିଏଣ୍ଟ ଲାଇଟିଂ, ହେଡଅପ୍ ଡିସପ୍ଲେ, 6ୱେ ପାୱାର ଆଡଜଷ୍ଟେବଲ ପାସେଞ୍ଜର ସିଟ୍, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍, ପେନାରୋମିକ୍ ଗ୍ଲାସରୁଫ୍, ୱେୟାରଲେସ ଫୋନ ଚାର୍ଜର ଓ 12 ସ୍ପିକର ଅଡିଓ ସିଷ୍ଟମ ଦିଆଯାଇଛି ।
କଣ ରହିଛି ସୁରକ୍ଷା ସମ୍ବନ୍ଧୀୟ ଫିଚର ?
ଏହାର ସୁରକ୍ଷା ଫିଚର ସମ୍ପର୍କରେ ଆଲୋଚନା କଲେ ଏହି ଇଲେକଟ୍ରିକ କାରରେ ଆଡଭାନ୍ସଡ ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମ (ADAS) ସୁଟ୍ ଦିଆଯାଇଥିବାବେଳେ ଆଡପ୍ଟିଭ କ୍ରୁଜ କଣ୍ଟ୍ରୋଲ, ଫ୍ରଣ୍ଟ ଓ ରିଅର କୋଲିଜନ ୱାର୍ଣ୍ଣିଂ, ଅଟୋମେଟିକ୍ ବ୍ରେକିଂ ସହିତ ଆଗ ଓ ପଛରେ କ୍ରସ୍ ଟ୍ରାଫିକ୍ ଆଲର୍ଟ ଏବଂ ଲେନ୍ ଡିପାର୍ଚର ୱାର୍ଣ୍ଣିଂ ଭଳି ଫିଚର ରହିଛି ।
ପାୱାରଟ୍ରେନ ଓ ରେଞ୍ଜ
ଏଥିରେ ସିଙ୍ଗଲ୍ ମୋଟର ଓ ଡୁଆଲ ମୋଟର ଦୁଇଟି ବିକଳ୍ପ ରହିଛି । ଦୁଇଟି ପ୍ରିମିୟମ ଓ ପରଫର୍ମାନ୍ସ ଭାରିଏଣ୍ଟରେ 82.5 କିଲୋୱାଟ ବ୍ୟାଟେରୀ ପ୍ୟାକ୍ର ବ୍ୟବହାର କରାଯାଇଛି । କାରର ସିଙ୍ଗଲ୍ ମୋଟର ଭାରିଏଣ୍ଟ 308ବିଏଚପିରୁ ଅଧିକ ଶକ୍ତି ପ୍ରଦାନ କରୁଥିବାବେଳେ ଡୁଆଲ୍ ମୋଟର 523ବିଏଚପି ଶକ୍ତି ପ୍ରଦାନ କରେ । ଏହାର ସିଙ୍ଗଲ ମୋଟର ଭାରିଏଣ୍ଟରେ ଲାଗିଥିବା ବ୍ୟାଟେରୀ ଥରେ ଚାର୍ଜ କଲେ 587 କିଲୋମିଟର ଯାଇଥାଏ । ସେହିପରି ଟପ୍ ପରଫର୍ମାନ୍ସ ଭାରିଏଣ୍ଟ 542 କିଲୋମିଟର ରେଞ୍ଜ ପ୍ରଦାନ କରିଥାଏ ।
ଭାରତୀୟ ବଜାରରେ ଏହି କାରର ପ୍ରତିଦ୍ବନ୍ଦ୍ବିତା ସମ୍ପର୍କରେ ଆଲୋଚନା କଲେ, ଏହାର ମୁକାବିଲା BMW iX1 ସହିତ ହେବ ଯାହାକୁ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2025ରେ ଲଞ୍ଚ କରାଯାଇଥିଲା ।