ଓଡିଶା

odisha

ETV Bharat / technology

ତାରିଖର ଖୁଲାସା; ଜାନୁଆରୀରେ ଲଞ୍ଚ ହେବ OnePlus 13 ସିରିଜ - ONEPLUS 13 SERIES LAUNCH

ବହୁ ପ୍ରତୀକ୍ଷା ପରେ ଶେଷରେ ଭାରତରେ ଲଞ୍ଚ ହେବାକୁ ଯାଉଛି ୱାନପ୍ଲସ 13 ସିରିଜ । ଏଥିରେ 2ଟି ଫୋନ ଲଞ୍ଚ ହେବ । ଫିଚର କଣ ଓ ଦାମ କେତେ ରହିବ ଜାଣନ୍ତୁ...

OnePlus 13 series launching globally on January 7
OnePlus 13 series launching globally on January 7 (Credit- X/@OnePlusClub)

By ETV Bharat Tech Team

Published : Dec 17, 2024, 1:44 PM IST

ହାଇଦ୍ରାବାଦ: ଗତ ଅକ୍ଟୋବର 13 ତାରିଖରେ ଚୀନ ବଜାରରେ OnePlus 13 ନୂଆ ଡିଜାଇନ ଓ ଫିଚର ସହିତ ଡେବ୍ୟୁ କରିଥିଲା । ଏବେ ନୂଆବର୍ଷର ପ୍ରଥମ ମାସରେ ଏହି ଫୋନ ଭାରତରେ ଲଞ୍ଚ ହେବାକୁ ଯାଉଛି । ୱାନପ୍ଲସ 12ଠାରୁ ବିଶ୍ବବ୍ୟାପୀ ଗ୍ରାହକଙ୍କୁ ଫ୍ଲାଗସିପ ଫୋନ ପରି ଅଭିଜ୍ଞତା ପ୍ରଦାନ କରିବା ଲାଗି କମ୍ପାନୀ ୱାନପ୍ଲସ 13 ସିରିଜ ସହିତ ଯୋଜନା କରିଛି । 2025 ଜାନୁଆରୀ 7 ତାରିଖରେ ଭାରତରେ ଏହି ଫୋନ ଲଞ୍ଚ ହେବାକୁ ଯାଉଛି ।

ଲିକ୍‌ ତଥ୍ୟ ଅନୁସାରେ, ୱାନପ୍ଲସ 13ରେ କମ୍ପାନୀ ଗ୍ରାହକଙ୍କୁ ଅପଗ୍ରେଡେଡ କ୍ୟାମେରା, ପାୱାରଫୁଲ ପରଫର୍ମାନ୍ସ ଓ ନୂଆ ଅଭିଜ୍ଞତା ପ୍ରଦାନ କରିବ । ଏହି ଫୋନରେ ଡିଜାଇନ, ଫିଚର, କ୍ୟାମେରା ସେଟଅପ ଓ ଦାମ କେତେ ରହିବ ଆସନ୍ତୁ ଜାଣିବା । କମ୍ପାନୀ ୱାନପ୍ଲସ 13 ସିରିଜ ଲଞ୍ଚ କରିବ । ଏଥିରେ OnePlus 13 ସହିତ OnePlus 13R ଦୁଇଟି ସ୍ମାର୍ଟଫୋନ ଲଞ୍ଚ କରାଯିବ ।

OnePlus 13 ଓ OnePlus 13R: କଣ ସୁବିଧା ମିଳିବ ?

ଡିଜାଇନ:-

  • ୱାନପ୍ଲସ 13ରେ ଚାଇନିଜ ଭାରିଏଣ୍ଟ ପରି ସମାନ ଡିଜାଇନ ରହିବ । ଏହାର ପୂର୍ବ ମଡେଲ ପରି ଏଥିରେ ମଧ୍ୟ ଗୋଲାକାର କ୍ୟାମେର ମଡ୍ୟୁଲ ରହିବ । ଏଥିରେ ଏକ ମେଟାଲିକ ରିଙ୍ଗ ରହିବ ଯାହାକି ଡିଭାଇସକୁ ସମ୍ପୂର୍ଣ୍ଣ ନୂଆ ଲୁକ୍‌ ପ୍ରଦାନ କରିବ । ଚୀନରେ ୱାନପ୍ଲସ 13 ତିନୋଟି ରଙ୍ଗ Obsidian Black, Moment Blue ଓ Dew Morning Light ଉପଲବ୍ଧ । ଏଥିରେ IP69 ରେଟିଂ ମଧ୍ୟ ମିଳିପାରେ ।
  • ୱାନପ୍ଲସ 13Rରେ ମଡର୍ଣ୍ଣ ଏସ୍ଥେଟିକ୍‌ ଫ୍ଲାଟ ସାଇଡ ଓ ଫ୍ଲାଟ ଡିସପ୍ଲେ ଆସିପାରେ । ଏହି ଫୋନଟି ସେରାମିକ ବଡି ସହ ଆସିପାରେ ଯାହାକି ବ୍ୟବହାରକାରୀଙ୍କୁ ଏକ ପ୍ରିମିୟମ ଅଭିଜ୍ଞତା ପ୍ରଦାନ କରିବ ।

ଡିସପ୍ଲେ:-

  • ୱାନପ୍ଲସ 13 ସ୍ମାର୍ଟଫୋନ 6.8-ଇଞ୍ଚ 2K 8T LTPO ମାଇକ୍ରୋ କର୍ଭଡ ଡିସପ୍ଲେ ସହିତ ଆସିପାରେ । ଏହି ଡିସପ୍ଲେରେ HDR10+, Dolby Vision, ହାଇ ଫ୍ରିକ୍ବେନ୍ସି PWM ଡିମିଂ ଓ Rain Touch 2.0 ମିଳିପାରେ ।
  • ୱାନପ୍ଲସ 13R 6.78-ଇଞ୍ଚ LTPO OLED ପ୍ୟାନେଲ ସହିତ 1.5K ରିଜୋଲ୍ୟୁସନ ମିଳିବ । ଯାହାକି Full HD ଓ Quad HD ରିଜୋଲ୍ୟୁସନ ମଧ୍ୟରେ ସନ୍ତୁଳନ ରକ୍ଷା କରିବ । ଏହାସହିତ ଡିସପ୍ଲେରେ 120Hz ରିଫ୍ରେସ ରେଟ୍‌ ସହିତ ଆସିପାରେ ।

କ୍ୟାମେରା:-

  • ୱାନପ୍ଲସ 13 ଟ୍ରିପଲ କ୍ୟାମେରା ସେଟଅପ ସହିତ ଆସିପାରେ । ଏଥିରେ 1/1.4 ଇଞ୍ଚ Sony LYT808 ସେନ୍ସର ସହିତ 50MP ମେନ୍‌ କ୍ୟାମେରା, 50MP ଅଲଟ୍ରାୱାଇଡ କ୍ୟାମେରା ଓ 50MP ପେରିସ୍କୋପ ଲେନ୍ସ କ୍ୟାମେରା ଆସିପାରେ । ଏହା Hasselblad ସହିତ ପାର୍ଟନରସିପ କରିଛି, ଯାହାଦ୍ବାରା ବ୍ୟବହାରକାରୀ ଏକ ପ୍ରଫେସନାଲ ଫଟୋଗ୍ରାଫିର ସୁବିଧା ପାଇପାରିବେ ।
  • ୱାନପ୍ଲସ 13R ଟ୍ରିପଲ କ୍ୟାମେରା ସେଟଅପର ସହିତ ଆସିପାରେ । ସାର୍ପ ଓ ସ୍ଥିର ଫଟୋ ଉଠାଇବା ଲାଗି ଏଥିରେ 50MPର ପ୍ରାଇମେରି ସେନ୍ସର ରହିଛି । ଏହାବାଦ ଏଥିରେ 8MPର ଅଲଟ୍ରାୱାଇଡ ଲେନ୍ସ ଓ ଅତିରିକ୍ତ 2MP ସେନ୍ସର ରହିବ । ଯାହାକି ଛୋଟ ଜିନିଷକୁ କ୍ୟାପଚର କରିବାରେ ସହାୟକ ହେବ ।

ବ୍ୟାଟେରୀ ଓ ଚାର୍ଜିଂ:-

  • ୱାନପ୍ଲସ 13ରେ 6000mAh ବ୍ୟାଟେରୀ ଯାହାକି 100W ଫାଷ୍ଟ ଚାର୍ଜଂକୁ ସପୋର୍ଟ କରିବ । ଏହା 50W ୱେୟାରଲେସ ଚାର୍ଜିଂକୁ ମଧ୍ୟ ସପୋର୍ଟ କରିପାରେ ।
  • ୱାନପ୍ଲସ 13Rରେ 6500mAh ବ୍ୟାଟେରୀ ରହିପାରେ । ଯାହାକି 80W ୱେୟାର୍ଡ ଚାର୍ଜିଂକୁ ସପୋର୍ଟ କରିବ ।

ପ୍ରୋସେସର:-

  • ୱାନପ୍ଲସ 13 କ୍ବାଲକମ୍‌ର ସ୍ନାପଡ୍ରାଗନ 8 ଏଲିଟ୍‌ ପ୍ରୋସେସର ସହିତ ଆସିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ତେବେ ଲିକ୍‌ ତଥ୍ୟ ଦେଖିଲେ ଏଥିରେ 16GB RAM ଓ 1TB ଷ୍ଟୋରେଜ ଅପସନ ମିଳିପାରେ ।
  • ସେପଟେ ୱାନପ୍ଲସ 13Rରେ ସ୍ନାପଡ୍ରାଗନ 8 ଜେନ 3 ଚିପସେଟ ସହ ଆସିପାରେ । ଏଥିରେ 12GBରୁ 16GB ପର୍ଯ୍ୟନ୍ତ LPDDR5x RAM ଓ 256BGରୁ 1TB ପର୍ଯ୍ୟନ୍ତ ଷ୍ଟୋରେଜ ଅପସନ ମିଳିପାରେ ।
ଏହା ବି ପଢନ୍ତୁ
  1. ନୂଆବର୍ଷରେ ଲଞ୍ଚ ହେବ OnePlus 13 ସ୍ମାର୍ଟଫୋନ; ମିଳିପାରେ ଏହି ଫିଚର
  2. ଡିସେମ୍ବରରେ ଲଞ୍ଚ ହେବ OnePlus Ace 5 ସିରିଜ; ଲିକ୍‌ ହେଲା ତଥ୍ୟ
  3. ଆସୁଛି ନୂଆବର୍ଷ 2025; ମାର୍କେଟରେ ଉପଲବ୍ଧ ହେବ ଏହି ଟପ୍‌-5 ସ୍ମାର୍ଟଫୋନ

OnePlus 13 ଓ OnePlus 13R: ଭାରତରେ ଦାମ (ସମ୍ଭବତଃ) କେତେ ରହିବ ?

  • ୱାନପ୍ଲସ 13ର ଦାମ ଭାରତରେ ପ୍ରାୟତଃ RS. 70,000 ଟଙ୍କା ରହିପାରେ ।
  • ୱାନପ୍ଲସ 13Rର ଦାମ ଭାରତରେ Rs. 45,000 ଟଙ୍କା ରହିପାରେ ।
  • ଏବେ ଭାରତୀୟ ମାର୍କେଟରେ ଉପଲବ୍ଧ ଥିବା OnePlus 12R Rs. 39,999 ସହିତ ଡେବ୍ୟୁ କରିଥିଲା ।

ABOUT THE AUTHOR

...view details