ETV Bharat / technology

SpaceX ଷ୍ଟାରସିପ 7ମ ପରୀକ୍ଷଣ; ବୁଷ୍ଟର କ୍ୟାଚ୍‌ ସଫଳ, ଫାଟିଲା ସ୍ପେଶକ୍ରାଫ୍ଟ - SPACEX STARSHIP 7TH TEST

ସ୍ପେଶଏକ୍ସ ସୁପର-ହେଭି ଲଞ୍ଚ ଭେଇକିଲ ଷ୍ଟାରସିପର 7ମ ପରୀକ୍ଷଣ। ବୁଷ୍ଟର କ୍ୟାଚ୍‌ ସଫଳ ହେଲା କିନ୍ତୁ ଅନ୍ୟପଟେ ନଷ୍ଟ ହୋଇଗଲା ରକେଟ୍‌ର ଉପରି ଭାଗ ବା ସ୍ପେଶକ୍ରାଫ୍ଟ । ଅଧିକ ପଢନ୍ତୁ

SpaceX Successfully Catches Super Heavy Rocket on 7th Test flight
SpaceX Successfully Catches Super Heavy Rocket on 7th Test flight (Photo Credit- SpaceX)
author img

By ETV Bharat Tech Team

Published : Jan 17, 2025, 2:22 PM IST

ହାଇଦ୍ରାବାଦ: ଆମେରିକୀୟ କୋଟିପତି ଏଲନ ମସ୍କଙ୍କ ରକେଟ ନିର୍ମାତା କମ୍ପାନୀ ସ୍ପେଶଏକ୍ସ ଏକାଧିକ ଥର ଷ୍ଟାରସିପ୍‌ର ସପ୍ତମ ପରୀକ୍ଷଣକୁ ସ୍ଥଗିତ ରଖିବା ପରେ ଆଜି (ଜାନୁଆରୀ 17) ଭାରତୀୟ ସମୟ ଭୋର 4: 07 ମିନିଟରେ ଦକ୍ଷିଣ ଟେକ୍ସାସର ଷ୍ଟାରବେସ୍‌ ସାଇଟ୍‌ରୁ ଉତକ୍ଷେପଣ କରିଛି । କିନ୍ତୁ କମ୍ପାନୀକୁ ସମ୍ପୂର୍ଣ୍ଣ ସଫଳତା ମିଳିପାରିନାହିଁ । କାରଣ ପୂର୍ବ ଥର ପରି କମ୍ପାନୀ ବୁଷ୍ଟରକୁ ସଫଳତାର ସହିତ କ୍ୟାଚ୍‌ କରିଛି ସତ, କିନ୍ତୁ ରକେଟ୍‌ର ଉପରି ଭାଗ ବା ସିପ୍‌ ନଷ୍ଟ ହୋଇଯାଇଛି ।

ପ୍ରଥମେ ଜାଣି ନିଅନ୍ତୁ, ଷ୍ଟାରସିପ ହେଉଛି ଆମେରିକୀୟ ଏରୋସ୍ପେସ୍ କମ୍ପାନୀ ସ୍ପେଶଏକ୍ସ ଦ୍ବାରା ବିକଶିତ ଦୁଇ ପର୍ଯ୍ୟାୟ ସଂପୂର୍ଣ୍ଣ ପୁନଃ ବ୍ୟବହାରଯୋଗ୍ୟ ସୁପର ହେଭି-ଲିଫ୍ଟ ଲଞ୍ଚ ଭେଇକିଲ୍‌ । ଷ୍ଟାରସିପ ଲଞ୍ଚ ସିଷ୍ଟମରେ ସୁପର ହେଭି ପ୍ରଥମ ପର୍ଯ୍ୟାୟ ହୋଇଥିବା ବେଳେ ଷ୍ଟାରସିପ ସ୍ପେଶକ୍ରାଫ୍ଟ ଦ୍ବିତୀୟ ପର୍ଯ୍ୟାୟ ହୋଇଥାଏ । ସୁପର ହେଭିକୁ ବୁଷ୍ଟର ମଧ୍ୟ କୁହାଯାଏ । ଦ୍ବିତୀୟ ପର୍ଯ୍ୟାୟ ଷ୍ଟାରସିପ ସ୍ପେଶକ୍ରାଫ୍ଟରେ 6ଟି ରେପ୍ଟର ଲାଗିଥିବା ବେଳେ ଏହା ମହାକାଶଚାରୀ, ସାଟେଲାଇଟଗୁଡ଼ିକୁ ଧାରଣ କରିବାରେ ସକ୍ଷମ । ସେହିପରି ସୁପର ହେଭିରେ 33 ରେପ୍ଟର ଇଞ୍ଜିନ ରହିଛି । ସୁପର ହେଭି ଓ ଷ୍ଟାରସିପକୁ ସମ୍ପୂର୍ଣ୍ଣ ପୁନଃବ୍ୟବହାର ଯୋଗ୍ୟ ରକେଟ କୁହାଯାଏ, କାରଣ ଏହାକୁ ଏକାଧିକ ଥର ଲଞ୍ଚ କରାଯାଇ ହେବ।

ସୁପର ହେଭି ବୁଷ୍ଟର କ୍ୟାଚ୍‌ ସଫଳ

ଏହି ସୁପର ହେଭି ବୁଷ୍ଟର ସପ୍ତମ ପରୀକ୍ଷଣ ସମୟରେ ସ୍ପେଶଏକ୍ସ ଷ୍ଟାରସିପ୍‌ର ବିଶାଳ ପ୍ରଥମ ପର୍ଯ୍ୟାୟ ବୁଷ୍ଟର, ଯାହାକୁ ଆମେ ସୁପର ହେଭି ବୋଲି କହିଥାଉ ତାହାକୁ କ୍ୟାଚ୍‌ କରିବାରେ ସକ୍ଷମ ହୋଇଛି । ଷ୍ଟାରବେସ୍‌ ସାଇଟରେ ଥିବା ଚପଷ୍ଟିକ୍‌ ସାହାଯ୍ୟରେ ଏହାକୁ କ୍ୟାଚ୍‌ କରାଯାଇଛି । ସୁପର ହେଭି ହେଉଛି ଏକ ପ୍ରଥମ ପର୍ଯ୍ୟାୟ ରକେଟ୍‌ । ଏହି ରକେଟ୍‌ ଷ୍ଟାରସିପ୍‌ ସ୍ପେଶକ୍ରାଫ୍ଟକୁ ନେଇ ମହାକାଶକୁ ଯାଇଥାଏ । ଉତକ୍ଷେପଣର କିଛି ମିନିଟ ପରେ ସୁପର ହେଭି ବୁଷ୍ଟର ଷ୍ଟାରସିପ୍‌ର ଉପରି ଭାଗ ବା ସ୍ପେଶକ୍ରାଫ୍ଟଠାରୁ ଅଲଗା ହୋଇଥାଏ । ଏହାପରେ ସେ ପୃଥିବୀକୁ ଫେରିଥାଏ । ଏହାର ଲଞ୍ଚ ସାଇଟ୍‌ରେ ଚପଷ୍ଟିକ୍‌ ସିଷ୍ଟମକୁ ବ୍ୟବହାର କରି 'Mechazilla' ମାଧ୍ୟମରୁ ଏହାକୁ କ୍ୟାଚ୍‌ କରାଯାଏ । ଅକ୍ଟୋବର ପରେ ଦ୍ବିତୀୟ ଥର ଲାଗି ସ୍ପେଶଏକ୍ସ ବୁଷ୍ଟରକୁ କ୍ୟାଚ୍‌ କରିବାରେ ସଫଳ ହୋଇଛି । ରେକଟ୍‌କୁ କ୍ୟାଚ୍‌ କରରିବାର ଅର୍ଥ ହେଉଛି କମ୍ପାନୀ ଏହାକୁ ପୁନଃ ବ୍ୟବହାରକ୍ଷମ କରିବ । ଯାହାଦ୍ବାରା ମହାକାଶ ଗବେଷଣା କ୍ଷେତ୍ରରେ ଖର୍ଚ୍ଚକୁ ହ୍ରାସ କରାଯାଇପାରିବ ।

ଜଳିଗଲା ଷ୍ଟାରସିପ୍‌ର ଉପରି ଭାଗ

ସ୍ପେଶଏକ୍ସ ବୁଷ୍ଟରକୁ କ୍ୟାଚ୍‌ କରିବାରେ ସଫଳ ହୋଇଛି ସତ, କିନ୍ତୁ ଷ୍ଟାରସିପ୍‌ର ଉପରି ଭାଗ ପୃଥିବୀକୁ ଫେରିପାରିନାହିଁ । ଉତକ୍ଷେପଣ ପ୍ରାୟ ସାଢେ 8 ମିନିଟ ପରେ ଷ୍ଟାରସିପ୍‌ ସହିତ ସ୍ପେଶଏକ୍ସର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସ୍ପେଶଏକ୍ସର କମ୍ୟୁନିକେସ ମ୍ୟନେଜର ଡାନ ହୁଟ୍‌ (Dan Huot) ସ୍ପଷ୍ଟ କରିଛନ୍ତି ଯେ 'ସ୍ପେଶକ୍ରାଫ୍ଟରୁ କୌଣସି ଡାଟା ମିଳିନାହିଁ । ଏଣୁ ସିପ୍‌ଟି ଜଳିଯାଇଛି ବୋଲି ଅନୁମାନ କରାଯାଉଛି ।' ସିପ୍‌ଟି ଜଳିଯାଇଛି ବୋଲି ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଛି । କାରଣ ଆକାଶରେ ନିଆଁ ହୁଳା ଦେଖିବାକୁ ମିଳିଥିଲା ।

କଣ କହିଲେ ଏଲନ ମସ୍କ ?

ଆକାଶର ଏହି ନିଆଁ ହୁଳା ପଡୁଥିବାର ଭିଡିଓ କମ୍ପାନୀର ମୁଖ୍ୟ ଏଲନ ମସ୍କ ସେୟାର କରିଛନ୍ତି । ଏହି 51 ସେକେଣ୍ଡର ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, "ସଫଳତା ଅନିଶ୍ଚିତ ଅଟେ, କିନ୍ତୁ ମନୋରଞ୍ଜନର ପୂରା ଗ୍ୟାରେଣ୍ଟି ଅଛି ।" ଏହା ଷ୍ଟାରସିପ୍‌ର ସପ୍ତମ ପରୀକ୍ଷଣ ଥିଲା । ଭବିଷ୍ୟତରେ ଏହାକୁ ଚନ୍ଦ୍ରରେ ମହାକାଶ ଯାତ୍ରୀଙ୍କ ଅବତରଣ ଲାଗି ବ୍ୟବହାର କରାଯିବ । ମସ୍କ ଏହା ମଧ୍ୟ ସ୍ବପ୍ନ ଦେଖିଛନ୍ତି ଯେ ଏହି ରକେଟ୍‌ ଦିନେ ସାଧାରଣ ଜନତାଙ୍କୁ ମଙ୍ଗଳ ଗ୍ରହରେ ପହଞ୍ଚାଇବ ।

ପ୍ରଭାବିତ ହେଲା ବିମାନ ସେବା

ସ୍ପେଶଏକ୍ସର ଷ୍ଟାରସିପ୍‌ ରକେଟ୍‌ ବିସ୍ଫୋରଣ ପରେ ଫ୍ଲୋରିଡାରେ ବିମାନ ଉଡାଣ ପ୍ରଭାବିତ ହୋଇଛି । ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନର କହିବାନୁସାରେ, ଆକାଶରେ ନିଆଁ ହୁଳା ଘୂରି ବୁଲିବା ଯୋଗୁଁ ପ୍ରାୟ 1 ଘଣ୍ଟା ପର୍ଯ୍ୟନ୍ତ ବିମାନ ଉଡ଼ାଣକୁ ବନ୍ଦ ରଖାଯାଇଥିଲା । ଖାଲି ସେତିକି ନୁହେଁ, କୌଣସି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ଲାଗି ଅନେକ ବିମାନଗୁଡ଼ିକ ସେମାନଙ୍କ ରାସ୍ତା ବଦଳାଇଥିବା ମଧ୍ୟ ଜଣାପଡ଼ିଛି ।

ଏହା ପଛରେ SpaceXର କଣ ରହିଛି ଲକ୍ଷ୍ୟ ?

ଷ୍ଟାରସିପ୍ ରକେଟ୍ ହେଉଛି ସ୍ପେଶଏକ୍ସର ଆକାଂକ୍ଷାର ମୂଳଦୁଆ । କାରଣ ଏହା ସମ୍ପୂର୍ଣ୍ଣ ପୁନଃ ବ୍ୟବହାରଯୋଗ୍ୟ ମହାକାଶଯାନ ଭାବରେ ପରିଗଣିତ ହୋଇଛି, ଯାହାକି ଭବିଷ୍ୟତରେ ମନୁଷ୍ୟ ସହିତ ଚନ୍ଦ୍ର, ମଙ୍ଗଳକୁ ମାଲ ପରିବହନ କରିବାରେ ବ୍ୟବହାର ହେବ । ଏହାସହ ପରବର୍ତ୍ତୀ ପିଢିର ଷ୍ଟାରଲିଙ୍କ ସାଟେଲାଇଟ୍‌ ଉତକ୍ଷେପଣରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଯାହାକି ବିଶ୍ବର ହାଇ-ସ୍ପିଡ୍ ଇଣ୍ଟରନେଟ୍ କଭରେଜ୍ ପ୍ରଦାନ କରିବା ଲାଗି ଉଦ୍ଦିଷ୍ଟ ।

ଏହା ବି ପଢନ୍ତୁ
  1. SpaceX ଷ୍ଟାରସିପର 6ଷ୍ଠ ସଫଳ ପରୀକ୍ଷଣ; କିନ୍ତୁ...
  2. ଜାନୁଆରୀ 11ରେ ଷ୍ଟାରସିପ୍‌ ସୁପର ହେଭି ରକେଟ୍‌ର ସପ୍ତମ ପରୀକ୍ଷଣ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.