ETV Bharat / state

ନବ ଦାସ ହତ୍ୟା ମାମଲାରେ CBI ତଦନ୍ତ ଦାବି, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା - NABA DAS MURDER CASE

ନବ ଦାସ ହତ୍ୟା ମାମଲାରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜ୍ଜୁ । ସିବିଆଇ, ମୁଖ୍ୟ ସଚିବ, ଗୃହ ସଚିବ, ପୋଲିସ ଡ଼ିଜି ଓ କ୍ରାଇମବ୍ରାଞ୍ଚ ଡ଼ିଜିଙ୍କୁ ପକ୍ଷଭୁକ୍ତ ।

Naba Das Murder case
Naba Das Murder case (ETV Bharat Odisha)
author img

By ETV Bharat Odisha Team

Published : Jan 18, 2025, 7:21 AM IST

କଟକ: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ଦାବି । ଏନେଇ ହାଇକୋର୍ଟରେ ପୁଣି ମାମଲା ରୁଜ୍ଜୁ ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜ୍ଜୁ କରାଯାଇଛି । ପୂର୍ବରୁ ମଧ୍ୟ ଭାରତୀୟ ବିକାଶ ପରିଷଦ ପକ୍ଷରୁ ସମାନ ପ୍ରାର୍ଥନା ନେଇ ହାଇକୋର୍ଟରେ ଆବେଦନ ହୋଇଥିବା ବେଳେ ସେହି ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ ।

ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି:

୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ରୁଜ୍ଜୁ ହୋଇଥିଲା । ତେବେ ତଦନ୍ତ ପ୍ରାରମ୍ଭିକ ସ୍ଥିତିରେ ଥିବାରୁ ୨୦୨୩ ଫେବ୍ରୁଆରୀ ୯ ତାରିଖରେ ମାମଲାକୁ ଖାରଜ କରିଥିଲେ । ଏହି ମାମଲାର ତଦନ୍ତ ଭାର ନେଇଥିଲା ଓଡିଶା କ୍ରାଇମବ୍ରାଞ୍ଚ ।

ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜ୍ଜୁ:

ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ ପି ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାମଲାର ତଦନ୍ତ ଚାଲିଥିଲା । କ୍ରାଇମବ୍ରାଞ୍ଚ ଚାର୍ଜଫ୍ରେମ କରିଥିବା ବେଳେ ମାମଲାର ଶୁଣାଣି ଝାରୁସୁଗୁଡା ଜିଲ୍ଲା କୋର୍ଟରେ ଚାଲିଛି । ଇତିମଧ୍ୟରେ ଦୁଇ ବର୍ଷ ଅତିକ୍ରାନ୍ତ ହେବାକୁ ବସିଲାଣି । ଏଭଳି ସ୍ଥିତିରେ ତଦନ୍ତର ସଠିକ ଅଗ୍ରଗତି ହୋଇ ନଥିବା ଦର୍ଶାଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ପୁଣି ଏକ ଜନସ୍ୱାର୍ଥ ମାମଲା ରୁଜ୍ଜୁ ହୋଇଛି । ଏହି ମାମଲାରେ ସିବିଆଇ, ମୁଖ୍ୟ ସଚିବ, ଗୃହ ସଚିବ, ପୋଲିସ ଡ଼ିଜି ଓ କ୍ରାଇମବ୍ରାଞ୍ଚ ଡ଼ିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି।

Naba Das Murder case (ETV Bharat Odisha)

ଏନେଇ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି," ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟରେ ଏକ ଜନସତ୍ତ୍ୱ ମାମଲା ଦାୟର କରାଯାଇଛି । ମାମଲାରେ ସିବିଆଇ ତଦନ୍ତ କରିବା ନେଇ ମାମଲା ଦାୟର କରାଯାଇଛି । ପୋଲିସ ଅଫିସର ହତ୍ୟା କରିଥିଲେ ଯଦି ଏହି ମାମଲାରେ ଜଣେ ପୋଲିସ ଅଫିସର ତଦନ୍ତ କରିବେ ତେବେ ତଦନ୍ତ ବାଟମଣା ହେବ । ସେଥିପାଇଁ ସିବିଆଇ ତଦନ୍ତ କରିବା ପାଇଁ ଦାବି କରାଯାଇଛି । ତେବେ ଏଥିରେ ସିବିଆଇ, ମୁଖ୍ୟ ସଚିବ, ଗୃହ ସଚିବ, ପୋଲିସ ଡ଼ିଜି ଓ କ୍ରାଇମବ୍ରାଞ୍ଚ ଡ଼ିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି ।"

ଏହାମଧ୍ୟ ପଢନ୍ତୁ...

ନବ ଦାସ ହତ୍ୟା ମାମଲା:‘ ପରିବାର ଲିଖିତରେ ଦେଲେ CBI ତଦନ୍ତ କଥା ସରକାର ବିଚାର କରିବେ ’

ନବ ଦାସ ହତ୍ୟା: CBI ତଦନ୍ତ ଦାବି କଲେ ଝିଅ ଦୀପାଳି, ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ

ପୁଣି ତେଜିଲା ନବ ଦାସ ଓ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା, ସିବିଆଇ ତଦନ୍ତ ଦାବି କଲେ ଜୟନାରାୟଣ - MLA Jayanarayan Mishra Demands

ନବ ଦାସ ହତ୍ୟା ମାମଲା, ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦେବାକୁ ଡିଜିପିଙ୍କୁ NHRCର ନିର୍ଦ୍ଦେଶ - Naba Das Murder Case

ନବ ଦାସ ହତ୍ୟା ମାମଲା

୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା । ବ୍ୟକ୍ତିଗତ ଆକ୍ରୋଶରୁ ହତ୍ୟା କରିଥିବା ନେଇ ପୋଲିସ ପ୍ରମାଣ ଦେଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.