ETV Bharat / technology

2032ରେ ପୃଥିବୀକୁ ଧକ୍କା ଦେବ ଗ୍ରହାଣୁ ! 1.5%କୁ ହ୍ରାସ ପାଇଲା ବିପଦ ସମ୍ଭାବନା - ASTEROID HITTING EARTH

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଗ୍ରହାଣୁ 2024 YR4 । 2032ରେ ଏହା ପୃଥିବୀକୁ ଧକ୍କା ଦେବାର ସମ୍ଭାବନା ଏବେ 3.1%ରୁ 1.5%କୁ ହ୍ରାସ ପାଇଛି । ସୁରକ୍ଷିତ କି ପୃଥିବୀ ?

ASTEROID HITTING EARTH
ASTEROID HITTING EARTH (File Photo)
author img

By ETV Bharat Tech Team

Published : Feb 20, 2025, 3:19 PM IST

ହାଇଦ୍ରାବାଦ: 2032ରେ ପୃଥିବୀକୁ ଧକ୍କା ଦେବାକୁ ଥିବା ଆଷ୍ଟେରଏଡ୍‌ ବା ଗ୍ରହାଣୁ '2024 YR4'ର ବିପଦ ସମ୍ଭାବନା 3.1%ରୁ 1.5%କୁ ହ୍ରାସ ପାଇଛି । ଏ ନେଇ ଆମେରିକୀୟ ସ୍ପେଶ ଏଜେନ୍ସି ନାସା ସୂଚନା ଦେଇଛି । ଏହା ସେତେବେଳେ ଜଣାପଡ଼ିଲା ଯେତେବେଳେ ନୂଆ ସନ୍ଧାନ ବୈଜ୍ଞାନିକମାନଙ୍କୁ ଗ୍ରହାଣୁର ମାର୍ଗ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବାରେ ସହାୟକ ହୋଇଥିଲା ।

  • ଗ୍ରହାଣୁ ଆକାର 130-330 ଫୁଟ

ଗତ ଡିସେମ୍ବରରେ ଚିହ୍ନଟ କରାଯାଇଥିବା ଆଷ୍ଟେରଏଡ୍‌ର ଚଉଡ଼ା 130ରୁ 330 ଫୁଟ ବା ଏକ ବିମାନ ଭଳି ବୋଲି ଅନୁମାନ କରାଯାଉଛି । କିନ୍ତୁ ଏହା ପୃଥିବୀକୁ ଧକ୍କା ଦେବାକୁ ନେଇ ପ୍ରାରମ୍ଭରୁ ଚିନ୍ତାର ବିଷୟ ପାଲଟିଥିଲା । ହେଲେ ଏବେ ଅଧିକ ତଥ୍ୟ ସଂଗ୍ରହ କରିବା ପରେ ପୃଥିବୀ ପ୍ରତି ବିପଦ ସମ୍ଭାବନା ହ୍ରାସ ପାଇବାରେ ଲାଗିଛି । ଗୋଟିଏ ପଟେ ନାସା ବିପଦ ସମ୍ଭାବନା 1.5% କହୁଥିବାବେଳେ ୟୁରୋପୀୟ ସ୍ପେଶ ଏଜେନ୍ସି (ESA) 2.8% ଅନୁମାନ କରୁଛି ।

  • ତୀକ୍ଷ୍ଣ ନଜର ରଖି ନାସା

କାଲିଫର୍ଣ୍ଣିଆରେ ନାସାର ଜେଟ୍‌ ପ୍ରପଲସନ୍‌ ପ୍ରୟୋଗଶାଳା ଏହି କ୍ଷୁଦ୍ରଗ୍ରହ ଉପରେ ତୀକ୍ଷ୍ଣ ନଜର ରଖିଛି, ଯାହାକି ପ୍ରତି 4ବର୍ଷରେ ପୃଥିବୀ ନିକଟ ଦେଇ ଗତି କରିଥାଏ । ନିକଟରେ ଆସିଥିବା ତଥ୍ୟ ଅନୁସାରେ ପୃଥିବୀ ପ୍ରତି ବିପଦ ସମ୍ଭାବନା 3.1% ପ୍ରତି ବୋଲି କୁହାଯାଉଥିଲା, କିନ୍ତୁ ଏହାପରେ ପୁନଃ ବିଶ୍ଳେଷଣ କରିବା ପରେ ଏହି ସଂଖ୍ୟା ହ୍ରାସ ପାଇ ଏବେ 1.5%ରେ ପହଞ୍ଚିଛି । ନାସାର ସେଣ୍ଟର ଫର୍‌ ନିଅର-ଆର୍ଥ ଅବଜେକ୍ଟ ଷ୍ଟଡିଜ୍‌ ଏହି ଆଷ୍ଟେରଏଡ ଉପରେ ନଜର ରଖିବା ଜାରି ରଖିବ । ଏବେ ଅଧିକ ଗବେଷଣା ପରେ ଏହାର ବିପଦ ସମ୍ଭାବନା ପୁଣି ବଦଳିପାରେ ।

  • ପୃଥିବୀକୁ ଧକ୍କା ଦେଲେ କଣ ହେବ ?

ଯଦି ଏହି ଗ୍ରହାଣୁ ବା କ୍ଷୁଦ୍ରଗ୍ରହ ପୃଥିବୀକୁ ଧକ୍କା ଦେଉଛି, ବିଶେଷ କରି ଯଦି ଏହା ଜନସଂଖ୍ୟାପୂର୍ଣ୍ଣ ଅଞ୍ଚଳ ହୋଇଥିବ ତେବେ ଏଥିରୁ ବହୁତ କ୍ଷତି ପହଞ୍ଚିପାରେ । କିନ୍ତୁ ବିଶେଷଜ୍ଞଙ୍କ କହିବାନୁସାରେ, ଏହାଦ୍ବାରା ବିଶ୍ବବ୍ୟାପୀ ପ୍ରଳୟ ହେବ ନାହିଁ । ଯେପରି ଲକ୍ଷ ବର୍ଷ ପୂର୍ବରୁ ଡାୟନସୋରର ମୂଳପୋଛ କରିବାରେ ଗ୍ରହାଣୁର ଭୂମିକା ଥିଲା ।

Asteroid 2024 YR4
Asteroid 2024 YR4 (Image Credit: NASA)
  • କେଉଁ ଅଞ୍ଚଳକୁ ବେଶୀ ବିପଦ ?

ଯଦି 2032ରେ ଆଷ୍ଟେରଏଡ୍‌ '2024 YR4' ପୃଥିବୀ ଆଡ଼କୁ ଆସେ ତେବେ ସବୁଠୁ ବିପଦପୂର୍ଣ୍ଣ ସ୍ଥାନ ପୂର୍ବ ପ୍ରଶାନ୍ତ ମହାସାଗର, ଉତ୍ତର ଦକ୍ଷିଣ ଆମେରିକା, ଆଫ୍ରିକା ଓ ଦକ୍ଷିଣ ଏସିଆ ସାମିଲ । କିନ୍ତୁ ଧ୍ୟାନ ଦେବା କଥା ହେଉଛି ଏପରି ହେବାର ସମ୍ଭାବନା ବହୁତ କମ୍‌ ।

  • ନାସାର ଭବିଷ୍ୟତ ପାଇଁ ପ୍ରସ୍ତୁତି

ନାସା ଦ୍ବାରା ଟ୍ରାକ୍‌ କରାଯାଇଥିବା 1.3 ମିଲିୟନରୁ ଅଧିକ ଗ୍ରହାଣୁପୁଞ୍ଜ ମଧ୍ୟରୁ ଏହା ଗୋଟିଏ, ଯାହାକି ଏବେ ଏକମାତ୍ର ଗ୍ରହାଣୁ ଭାବେ ପୃଥିବୀକୁ ଧକ୍କା ଦେବାର 1% ସମ୍ଭାବନା ରହିଛି । ସମ୍ପ୍ରତି ବିଶେଷଜ୍ଞ ଆଶା କରୁଛନ୍ତି ଯେ ଗ୍ରହାଣୁ ପୃଥିବୀକୁ ଧକ୍କା ଦେବ ନାହିଁ, କାରଣ ଅଧିକ ଗବେଷଣା ପରେ ଏହି ସମ୍ଭାବନା ହ୍ରାସ ପାଇପାରେ । ନାସା 2027ରେ ଏକ ମିଶନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି, ଯାହାକି ଭବିଷ୍ୟରେ ଆଉ ଅଧିକ ଗ୍ରହାଣୁଙ୍କୁ ଖୋଜିବା ଓ ସମ୍ଭାବିତ ପ୍ରଭାବରୁ ପୃଥିବୀକୁ ରକ୍ଷା କରିବାରେ ସହାୟକ ହେବ । ଆଶା କରାଯାଉଛି ଏହି ଗ୍ରହାଣୁ 2028ରେ ପୁଣିଥରେ ପୃଥିବୀର ଅତି ନିକଟରୁ ସୁରକ୍ଷିତ ଭାବେ ଅତିକ୍ରମ କରିବ ।

ଏହା ବି ପଢନ୍ତୁ
  1. ନାସା ପାଖରେ ମହାକାଶର କ୍ଷୁଦ୍ର ଗ୍ରହାଣୁ, ଖୋଲିବ ସୌରମଣ୍ଡଳର ରହସ୍ୟ !
  2. NASA DART Mission: ମହାକାଶରେ ସଫଳତାର ସହ ଗ୍ରହାଣୁର ସ୍ଥାନ ପରିବର୍ତ୍ତନ କଲା ନାସା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.