ETV Bharat / technology

ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ; 100ରୁ ଅଧିକ ଲଞ୍ଚ ଆଶା - PM INAUGURATES BHARAT MOBILITY EXPO

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋର ଉଦଘାଟନ କରିଛନ୍ତି । ଏହି ଇଭେଣ୍ଟରେ 100ରୁ ଅଧିକ ପ୍ରଡକ୍ଟ ଲଞ୍ଚ ହେବ । ଅଧିକ ପଢନ୍ତୁ

PM Modi inaugurates Bharat Mobility Global Expo 2025
PM Modi inaugurates Bharat Mobility Global Expo 2025 (Photo Credit- ANI)
author img

By ETV Bharat Tech Team

Published : Jan 17, 2025, 5:17 PM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ପାଞ୍ଚ ଦିନିଆ ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (17 ଜାନୁଆରୀ) ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ର ଉଦ୍‌ଘାଟନ କରିଛନ୍ତି । ଏହି ଇଭେଣ୍ଟରେ ଦେଶ ଓ ବିଦେଶର ଯାନ ନିର୍ମାତା କମ୍ପାନୀ ନିଜର ଅତ୍ୟାଧୁନିକ ପ୍ରଡକ୍ଟକୁ ପ୍ରଦର୍ଶିତ କରିବେ । ଏହି ଇଭେଣ୍ଟରେ 100ରୁ ଅଧିକ ଲଞ୍ଚ ନେଇ ଆଶା କରାଯାଉଛି । ନୂଆ ଲଞ୍ଚରେ ଅଟୋମୋବାଇଲ, ଅତ୍ୟାଧୁନିକ ଟେକ୍ନୋଲୋଜି ସାମିଲ ।

ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2025ର ଉଦଘାଟନ କରିଛନ୍ତି । ଉଦଘାଟନ ସମୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଏଚ.ଡି କୁମାରସ୍ବାମୀ, ଜିତନ ରାମ ମାଞ୍ଝୀ, ମନୋହର ଲାଲ, ପୀୟୂଷ ଗୋୟଲ, ହରଦିପ ସିଂ ପୁରିଙ୍କ ସମେତ ଶିଳ୍ପପତି, ସରକାରୀ ଅଧିକାରୀ, ନୀତି ନିର୍ମାତା ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟା ଏବଂ ଓସାମୁ ସୁଜୁକିଙ୍କ ଅବଦାନକୁ ମନେ ପକାଇଥିବା ବେଳେ କହିଛନ୍ତି ଯେ ସେମାନଙ୍କ ଅତୁଳନୀୟ ଅବଦାନ ମୋବିଲିଟି କ୍ଷେତ୍ରକୁ ପ୍ରେରଣା ଯୋଗାଇବ ।

7C ମୋବିଲିଟି ମନ୍ତ୍ର ଦେଲେ ମୋଦି

ଉଦଘାଟନୀ ସମାରୋହରେ ମୋଦି 7C ମୋବିଲିଟି ମନ୍ତ୍ର ପ୍ରଦାନ କରିଛନ୍ତି । ସେ କହିଛନ୍ତି, "ଆମର ମୋବିଲିଟି ମନ୍ତ୍ର ଏପରି ହେବା ଉଚିତ ଯାହାକି କମନ୍ ହେବା ସହ କନେକ୍ଟେଡ, କନଭିନିଏଣ୍ଟ, କଞ୍ଜେସନ ଫ୍ରି, ଚାର୍ଜଡ୍‌, କ୍ଲିନ ଓ କଟିଂ ଏଜ୍‌ ହେବା ଆବଶ୍ୟକ । ଭାରତର ଅଟୋ ଶିଳ୍ପ ଗତ ବର୍ଷ ପ୍ରାୟ 12% ଅଭିବୃଦ୍ଧି ଘଟିଛି । ଭାରତରେ ପ୍ରତିବର୍ଷ ଯେତିକି ଗାଡ଼ି ବିକ୍ରି ହେଉଛି କିଛି ଦେଶରେ ସେତିକି ଜନସଂଖ୍ୟା ବି ନାହିଁ । ଭାରତର ଅଟୋମୋଟିଭ ଇଣ୍ଡଷ୍ଟ୍ରି ଜବରଦସ୍ତ ଥିବା ବେଳେ ଭବିଷ୍ୟତ ପାଇଁ ପ୍ରସ୍ତୁତ ମଧ୍ୟ ।" ମୋଦି ଆହୁରି କହିଛନ୍ତି, "ଭାରତର ଅର୍ଥବ୍ୟବସ୍ଥା ଆଜି ବିଶ୍ବର ପଞ୍ଚମ ସ୍ଥାନରେ ଅଛି । ଆପନ କଳ୍ପନା କରନ୍ତୁ ଯେତେବେଳେ ଭାରତ ବିଶ୍ବର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ପାଲଟିବ ସେତେବେଳେ ଭାରତର ଅଟୋ ମାର୍କେଟ କେଉଁଠି ପହଞ୍ଚିବ । ବିକଶିତ ଭାରତ ସହିତ ମୋବିଲିଟି ସେକ୍ଟରର ମଧ୍ୟ ଅଦ୍ଭୂତପୂର୍ବ ଅଭିବୃଦ୍ଧିର ଯାତ୍ରା ହେବାକୁ ଯାଉଛି ।"

ତିନୋଟି ସ୍ଥାନରେ ଆୟୋଜିତ ହେବ ଏକ୍ସପୋ

ଭାରତ ମୋବିଲିଟି ଏକ୍ସପୋ 2025 କେବଳ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ନୁହେଁ ଆଉ 2ଟି ସ୍ଥାନରେ ମଧ୍ୟ ଆୟୋଜି ହେବ । ପ୍ରଥମ ସ୍ଥାନ ଭାରତ ମଣ୍ଡପମ ପ୍ରଗତି ମୈଦାନ ବ୍ୟତୀତ, ଦ୍ବାରକାର ଯଶୋଭୂମି ଓ ତୃତୀୟ ସ୍ଥାନ ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ସେଣ୍ଟର ଆଣ୍ଡ ମାର୍ଟଠାରେ ଆୟୋଜିତ ହେବ । ପ୍ରାୟ 5100 ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀଙ୍କ ସମେତ ମୋଟ ଭାବେ 5ଲକ୍ଷ ଭ୍ରମଣକାରୀ ଏଥିରେ ସାମିଲ ହେବେ ।

ଭାରତ ମଣ୍ଡପମରେ କଣ ଲଞ୍ଚ ହେବ ?

  • ଯଦି ଆମେ ଅଟୋମୋଟିଭ ସେଗମେଣ୍ଟ କଥା କହିବା, ତେବେ ଭାରତ ମଣ୍ଡପମରେ ବିଶେଷ କରି ଇଲେକଟ୍ରିକ ଯାନ ଚର୍ଚ୍ଚାରେ ରହିବ ।
  • ପ୍ରମୁଖ ଯାନ ନିର୍ମାତା କମ୍ପାନୀ Maruti Suzuki ଏହାର ପ୍ରଥମ ଇଲେକଟ୍ରିକ କାର e VITARA ଲଞ୍ଚ କରିବାକୁ ଥିବା ବେଳେ ଏହାର ପ୍ରତିଦ୍ବନ୍ଦ୍ବୀ Hyundai Motor India Ltd କ୍ରେଟା ଇଭି (Crtea EV)କୁ ଲଞ୍ଚ କରିପାରେ ।
  • ଲକ୍ସରୀ ସେଗମେଣ୍ଟ ଦେଖିଲେ ଜର୍ମାନ କମ୍ପାନୀ ମର୍ସିଡିଜ-ବେଞ୍ଜ ଇଲେକଟ୍ରିକ୍‌ ଇକ୍ୟୁଏସ Maybach SUVକୁ ଲଞ୍ଚ କରିପାରେ । ଏହାସହିତ ଏହାର ଇଲେକଟ୍ରିକ କନସେପ୍ଟ CLA ଓ G Electric SUVକୁ ପ୍ରଦର୍ଶିତ କରିପାରେ । ସେପଟେ BMW ଏହାର ନୂଆ BMW X3 ବ୍ୟତୀତ ଅନ୍ୟ ସମସ୍ତ ଇଲେକଟ୍ରିକ୍‌ BMW i7କୁ ପ୍ରଦର୍ଶିତ କରିବ ।
  • ଏକ୍ସପୋର ମୁଖ୍ୟ ଆକର୍ଷଣୀୟ ସ୍ଥାନ ଭାରତ ମଣ୍ଡପମରେ 40ରୁ ଅଧିକ ନୂଆ ପ୍ରଡକ୍ଟ ଲଞ୍ଚ ହେବାର ସମ୍ଭାବନା ରହିଛି ।

ଦେଶର ଏହି ସର୍ବବୃହତ ମୋବିଲିଟି ଏକ୍ସପୋରେ କିପରି ସାମିଲ ହେବେ, ଟିକେଟ କରିବାକୁ ପଡ଼ିବ ନା ନାହିଁ, କେଉଁ ଯାନ ନିର୍ମାତା କମ୍ପାନୀ ସାମିଲ ହେବେ ସେ ସମ୍ପର୍କରେ ଜାଣିବା ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ।

ଏହା ବି ପଢନ୍ତୁ
  1. ଜାନୁଆରୀ 17ରୁ ଆରମ୍ଭ ହେବ Auto Expo 2025, କେଉଁଠୁ କରିବେ ଟିକେଟ୍‌
  2. ଅଟୋ ଏକ୍ସପୋ 2025 ତାରିଖର ଖୁଲାସା; ଏହି କମ୍ପାନୀ ହେବେ ସାମିଲ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.