ETV Bharat / technology

ଆସିଗଲା ଦେଶର ପ୍ରଥମ CNG ସ୍କୁଟି 'TVS Jupiter CNG '; ଭାରତ ମୋବିଲିଟି ଏକ୍ସପୋରେ ପ୍ରଦର୍ଶିତ - TVS JUPITER CNG DEBUTS AT AUTO EXPO

ଆଜିଠୁ ଦେଶର ସର୍ବବୃହତ ମୋବିଲିଟି ଏକ୍ସୋ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ପ୍ରଦର୍ଶିତ ହେଲା ଦେଶର ପ୍ରଥମ CNG ଆଧାରିତ ସ୍କୁଟର 'TVS Jupiter CNG' । ଅଧିକ ପଢନ୍ତୁ

CNG Powered TVS Jupiter Showcased At Bharat Mobility Expo 2025
CNG Powered TVS Jupiter Showcased At Bharat Mobility Expo 2025 (Image Credit: TVS Motors)
author img

By ETV Bharat Tech Team

Published : Jan 17, 2025, 7:32 PM IST

ହାଇଦ୍ରାବାଦ: ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋର ପ୍ରଥମ ଦିନରେ TVS Motor ସିଏନଜି ଇନ୍ଧନ ଚାଳିତ ଜୁପିଟର ସ୍କୁଟରକୁ ପ୍ରଦର୍ଶିତ କରିଛି । ଦେଶର ପ୍ରଥମ ସିଏନଜି ଇନ୍ଧନ ଚାଳିତ ସ୍କୁଟର ଭାବେ ଏହାକୁ ଲଞ୍ଚ କରାଯାଇଛି । ବଜାଜ ଫ୍ରିଡମ ବାଇକ୍‌ ପରି ଏହି ସ୍କୁଟର ମଧ୍ୟ ଉଭୟ ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲରେ ଚାଲିବ । କମ୍ପାନୀର ଦାବି ଅନୁସାରେ ଏହି ସିନଏଜି ଜୁପିଟର ସ୍କୁଟିର ସର୍ବାଧିକ ବେଗ ଘଣ୍ଟା ପ୍ରତି 80 କିଲୋମିଟର ରହିଛି ।

TVS Jupiter CNGର ଡିଜାଇନ

ନୂଆ ଜୁପିଟର ସିଏନଜିର ଡିଜାଇନ ସମ୍ପର୍କରେ କହିଲେ, ଜୁପିଟର ସିଏନଜିର ଡିଜାଇନ ପ୍ରାୟତଃ ଜୁପିଟର 125 ସହିତ ସମାନ । ଧ୍ୟାନ ଦେବା କଥା ହେଉଛି, ଏହି ସ୍କୁଟରର ଫ୍ରଣ୍ଟ ଆପ୍ରନରେ ଏକ CNG ଷ୍ଟିକର ରହିଛି । ଟିଭିଏସ ସିଟ୍‌ ତଳେ ଏକ ସିଏନଜି ସିଲିଣ୍ଡର ଲଗାୟାଇଛି, ଯାହାକି 1.4 କିଲୋଗ୍ରାମ (9.5ଲିଟର) ଗ୍ୟାସ ଟାଙ୍କି । Bajaj Freedom CNG ବାଇକ ପରି ଏହି ସ୍କୁଟରରେ ମଧ୍ୟ Vanaz ଦ୍ବାରା ପୂରଣ କରାଯାଇଥାଏ ।

TVS Jupiter CNGର ପାୱାରଟ୍ରେନ

  • ଏହି ସ୍କୁଟରରେ 124.8cc, ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଲଗାଯାଇଛି ଯାହାକି 6,000rpmରେ 7.1bhp ପାୱାର ଓ 5500rpmରେ 9.4nm ଟର୍କ ପ୍ରଦାନ କରିଥାଏ । ଏହା ପେଟ୍ରୋଲ ଚାଳିତ ଜୁପିଟର 125ଠାରୁ ସାମାନ୍ୟ କମ । ପେଟ୍ରୋଲ ଚାଳିତ ଇଞ୍ଜିନ 8.0bhp ପାୱାର ଓ 10.5Nm ଟର୍କ ପ୍ରଦାନ କରିଥାଏ । ଏହାର ପିକ୍‌ ଆଉଟପୁଟ୍‌ କମ ଫଳରେ ଜୁପିଟର ସିଏନଜିର କାର୍ଯ୍ୟଦକ୍ଷତା ମଧ୍ୟ କମ ରହିବ । କିନ୍ତୁ କମ୍ପାନୀ ଦାବି ଅନୁସାରେ ଏହି ସ୍କୁଟରର ଟପ୍‌-ସ୍ପିଡ୍‌ 80.5kph ରହିଛି ।
  • ଯେହେତୁ TVS Jupiter CNG ସ୍କୁଟରର ଗ୍ୟାସ୍‌ ଟାଙ୍କି ସିଟ ତଳେ ଅଛି, ଏଥିରେ ମିଳିବାକୁ ଥିବା ଷ୍ଟୋରେଜ ହ୍ରାସ ପାଇଛି । କିନ୍ତୁ ଜୁପିଟର 125ର ସବୁଠୁ ଖାସ ଫିଚର ହେଉଛି ଏହାର 33 ଲିଟରର ବୁଟ୍‌ ସ୍ପେଶ୍‌, ଯାହାକି ଏହି ସ୍କୁଟରରେ ମିଳିବ ନାହିଁ । ଫିଚର ସମ୍ପର୍କରେ କହିଲେ, ଏଥିରେ ମିଳିବାକୁ ଥିବା ଫିଚର ଜୁପିଟର 125 ସହ ସମାନ । ଏଥିରେ ଡିଜି-ଆନାଲଗ୍‌ ଡିସପ୍ଲେ, ୟୁଏସବି ଚାର୍ଜର ସହିତ ଫ୍ରଣ୍ଟ ଆପ୍ରନରେ ଏକ ଛୋଟ କ୍ୟୁବି (ସ୍କୁଟର ଆଗରେ ଥିବା ଷ୍ଟୋରେଜ ସ୍ପେଶ) ଓ ଷ୍ଟାର୍ଟ/ଷ୍ଟପ୍‌ ଟେକନିକ୍‌ ରହିଛି ।

TVS Jupiter CNGର ଦାମ

ନୂଆ ଜୁପିଟର 125 ସିଏନଜିର ଦାମ ସମ୍ପର୍କରେ କହିଲେ, ପେଟ୍ରୋଲ ଜୁପିଟର 125ର ଦାମ 79,540ଟଙ୍କାରୁ 90,721 ଟଙ୍କା (ଏକ୍ସ-ଶୋ'ରୁମ) ରହିଛି । ତେବେ ଜୁପିଟର ସିଏନଜିର ଦାମ ପାଖାପାଖି ସମାନ ଟଙ୍କା ରହିବ ନଚେତ ଏହି ମୂଲ୍ୟଠାରୁ ସମାନ୍ୟ ଅଧିକ ରହିପାରେ ।

ଏହା ବି ପଢନ୍ତୁ
  1. ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ; 100ରୁ ଅଧିକ ଲଞ୍ଚ ଆଶା
  2. ଭାରତୀୟ ବଜାରରେ ଲଞ୍ଚ ହେଲା ଅପଡେଟେଡ୍‌ Hero Destini 125 ସ୍କୁଟି; ଦାମ ଏତିକି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.