ETV Bharat / state

ଓଡି଼ଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା - JUSTICE ARINDAM SINHA

ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା । ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ତୁଲାଇବେ ଦାୟିତ୍ବ ।

Justice Arindam Sinha
Justice Arindam Sinha (ETV Bharat Odisha)
author img

By ETV Bharat Odisha Team

Published : Jan 17, 2025, 10:08 PM IST

କଟକ: ଜଷ୍ଟିସ ଅରିନ୍ଦମ ସିହ୍ନା ହେଲେ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି । ଓଡିଶା ହାଇକୋର୍ଟରେ ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା । ୧୯ ତାରିଖରେ ଅଵସର ନେଉଛନ୍ତି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ୨୦ ତାରିଖରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ ଜଷ୍ଟିସ ସିହ୍ନା। ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Justice Arindam Sinha
Justice Arindam Sinha (Govt Of India)

କିଏ ଜଷ୍ଟିସ ଅରିନ୍ଦମ ସିହ୍ନା:

ଜଷ୍ଟିସ ଅରିନ୍ଦମ ସିହ୍ନା ୧୯୬୫ ସେପ୍ଟେମ୍ବର ୨୨ ତାରିଖରେ ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ । ଆଇନ ଶିକ୍ଷା ଶେଷ କରିବା ପରେ ୧୯୯୧ ମାର୍ଚ୍ଚ ୧୧ ତାରିଖରେ ଆଇନଜୀବୀ ଭାବେ ନାମ ପଞ୍ଜିକରଣ କରିଥିଲେ । ଦୀର୍ଘ ୨୨ ବର୍ଷ ଧରି କଲିକତା ହାଇକୋର୍ଟରେ ଦେୱାନୀ, ବାଣିଜ୍ୟିକ, ସାମ୍ବିଧାନିକ ମାମଲାର ଜଣେ ଦକ୍ଷ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ସେ ଦେୱାନୀ ମାମଲା ପରିଚାଳନାରେ ବେଶ ସୁନାମ ଆଣିଥିଲେ । ୨୦୧୩ ଅକ୍ଟୋବର ୩୦ ରେ କଲିକତା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୧୬ ମାର୍ଚ୍ଚ ୧୪ ରେ କୋଲକତା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ । ଏହାପରେ ୨୦୨୧ରେ ତାଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଥିଲା । ୨୦୨୧ ଅକ୍ଟୋବର ୮ରେ ଓଡି଼ଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରି କାର୍ଯ୍ୟ କରି ଆସୁଛନ୍ତି । ଇତି ମଧ୍ୟରେ ଓଡିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା ।

ଏହା ମଧ୍ୟ ପଢ଼ନ୍ତୁ...ଶକ୍ତିକାନ୍ତଙ୍କ ପରେ ସଞ୍ଜୟ, RBIର ନୂଆ ଗଭର୍ଣ୍ଣର

ଏହା ମଧ୍ୟ ପଢ଼ନ୍ତୁ...ବର୍ଷେ ବଢିଲା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ

କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି:

କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛି, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରି ଶରଣ ସିଂହ ୧୯.୦୧.୨୦୨୫ରେ ଅବସର ନେବେ । ଭାରତୀୟ ସମ୍ବିଧାନ ଧାରା ୨୨୩ ଦ୍ବାରା ପ୍ରଦତ୍ତ କ୍ଷମତାର ବ୍ୟବହାର କରି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି । ଜଷ୍ଟିସ ଅରିନ୍ଦମ ସିହ୍ନା ୨୦.୦୧.୨୦୨୫ରୁ କାର୍ଯ୍ୟଭାର ସମ୍ଭାଳିବେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.