ETV Bharat / politics

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଶ୍ରେୟ ରାଜନୀତି, ପୂର୍ବ ସରକାର ଯୋଗୁ ସମ୍ଭବ କହିଲା ବିଜେଡି - BJD CRITICIZES BJP

ଓଡ଼ିଶାରେ ସିଙ୍ଗାପୁର ରାଷ୍ଟ୍ରପତି । ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁ ଏହା ସମ୍ଭବ କହିଲା ବିଜେଡି । ବିଜେପି ତରଫରୁ ବିଜ୍ଞାପନ ଅଧା କହି ଟାର୍ଗେଟ କଲା ଦଳ ।

BJD Criticizes BJP
BJD Criticizes BJP (ETV Bharat Odisha)
author img

By ETV Bharat Odisha Team

Published : Jan 17, 2025, 11:00 PM IST

ଭୁବନେଶ୍ବର : ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସନ୍ମୁଗରତ୍ନମଙ୍କ ଓଡିଶା ଗସ୍ତ ପରେ ତେଜିଲା ଶ୍ରେୟ ରାଜନୀତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁ ଏହା ସମ୍ଭବ ବୋଲି କହିଛି ବିଜେଡି ।

BJD Criticizes BJP (ETV Bharat Odisha)

ବିଜେପି ତରଫରୁ ବିଜ୍ଞାପନ ଅଧା: ବିଜେଡି

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ବିଜେଡି ସ୍ୱାଗତ କରିଛି । ତେବେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାମକୁ ନୂତନ ଅଧ୍ୟାୟର ଶୁଭାରମ୍ଭ ବୋଲି କୁହାଯାଉଛି । ସିଙ୍ଗାପୁର ସହ ସହଭାଗିତା ନବୀନଙ୍କ ସମୟରେ ଆରମ୍ଭ ହୋଇଥିଲା । ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଭାରତ ବାୟୋଟେକ ଭାକସିନ ନବୀନଙ୍କ ସମୟରେ ହୋଇଛି । 24 ବର୍ଷ ଶାସନରେ ଓଡ଼ିଶାରେ କିଛି ହୋଇନାହିଁ ବୋଲି କହୁଥିବା ବିଜେପି ନବୀନଙ୍କ କାମକୁ ରଙ୍ଗ ଦେଇ ନିଜର କହି ବାହାଦୁରr ନେବାକୁ ଚେଷ୍ଟା କରୁଛି । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ବିଜେପି ତରଫରୁ ବିଜ୍ଞାପନ ଦିଆଯାଇଛି । ଏହି ବିଜ୍ଞାପନ ଅଧା ଅଛି । ବିଜ୍ଞାପନରେ 'Embarking on a new journey' ବା ଏକ ନୂତନ ଯାତ୍ରାର ଆରମ୍ଭ ବୋଲି କୁହାଯାଇଛି । ବାସ୍ତବରେ ଏହା ନବୀନଙ୍କ ଦ୍ୱାରା ପ୍ରସ୍ତୁତ ରାସ୍ତାରେ ଏହି ନୂତନ ଯାତ୍ରାର ଆରମ୍ଭ । ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ଓଡିଶା ଓ ସିଙ୍ଗାପୁର ଭିତରେ ଦକ୍ଷତା ବିକାଶ ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି ।"

BJD Criticizes BJP
BJD Criticizes BJP (ETV Bharat Odisha)

ଏହା ବି ପଢନ୍ତୁ...ଓଡ଼ିଶା-ସିଙ୍ଗାପୁର 8 ଚୁକ୍ତିନାମା ସ୍ବାକ୍ଷର, ଆଗକୁ ଅନେକ ବିଭାଗରେ MOU ହେବ କହିଲେ ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ...ଏହା ମଧ୍ୟ ପଢନ୍ତୁ-ଓଡ଼ିଶାରେ ସିଙ୍ଗାପୁର ରାଷ୍ଟ୍ରପତି, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ, ସ୍ବାକ୍ଷରିତ ହେବ ଏମଓୟୁ - SINGAPORE PRESIDENT IN ODISHA

ବିଶ୍ୱ ଦକ୍ଷତା କେନ୍ଦ୍ର ନେଇ ବିଜେଡିର ଟାର୍ଗେଟ୍:
ସେ ଆହୁରି ମଧ୍ୟ କହିଛନ୍ତି, "ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ୧୨୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିଲା । କେନ୍ଦ୍ର ସରକାର ଏଥିପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିନାହାନ୍ତି । କେବଳ ସେତିକି ନୁହେଁ, ରାଜ୍ୟର ଆଇଟିଆଇ ଗୁଡିକର ଅଧ୍ୟକ୍ଷ ଓ ଅଧିକାରୀମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହା ଫଳରେ ବିଶ୍ୱର ଶ୍ରେଷ୍ଠ 10ଟି ଆଇଟିଆଇ ଭିତରେ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ଆଇଟିଆଇ ସ୍ଥାନ ପାଇସାରିଛି । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଭାରତ ବାୟୋଟେକ ଭାକସିନ ପ୍ରମୁଖ ସ୍ଥାନ ରହିଛି । ଏହି ଦୁଇଟି କୃତି ନବୀନଙ୍କ ଶାସନ କାଳରେ ହୋଇଥିଲା । ଡବଲ ଇଞ୍ଜିନ ଡବଲ ବିକାଶର ନାରା ଏବେ ଡବଲ ଧୋକାରେ ପରିଣତ ହୋଇଛି । ଡବଲ ଇଞ୍ଜିନ ସରକାରଙ୍କ ଦ୍ୱାରା ଏପର୍ଯ୍ୟନ୍ତ ଗୋଟିଏ କାର୍ଯ୍ୟ କରାଯାଇନାହିଁ । କେବଳ ନବୀନ ସରକାରଙ୍କ ସମୟର କାମକୁ ରଙ୍ଗ ବଦଳେଇ ନିଜର କାମ ବୋଲି କୁହାଯାଉଛି । ଡବଲ ଡେକର ବସ ପ୍ରଥମ ଦିନରୁ ହିଁ ଧୋକାରେ ପରିଣତ ହୋଇଛି । ଡବଲ ଇଞ୍ଜିନ ଫେଲ ହେଲା ପରି ଡବଲ ଡେକର ବସ ମଧ୍ୟ ମୁହଁମାଡି ପଡିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.