ETV Bharat / technology

ଭାରତୀୟ ବଜାରରେ ଲଞ୍ଚ ହେଲା ଅପଡେଟେଡ୍‌ Hero Destini 125 ସ୍କୁଟି; ଦାମ ଏତିକି - 2025 HERO DESTINI 125 LAUNCHED

Hero MotoCorp ଭାରତୀୟ ବଜାରରେ ଏହାର 2025 Hero Destini 125 ସ୍କୁଟିକୁ ଲଞ୍ଚ କରିଛି । ଯାହାକି ସୁଲଭ ମୂଲ୍ୟ ସହିତ ଭଲ କଲର ଅପସନ ସହ ଆସିଛି ।

2025 Hero Destini 125 launched in India
2025 Hero Destini 125 launched in India (Photo Credit- Hero MotoCorp)
author img

By ETV Bharat Tech Team

Published : Jan 17, 2025, 4:13 PM IST

ହାଇଦ୍ରାବାଦ: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ Hero MotoCorp ନିଜର 2025 Hero Destini 125 ସ୍କୁଟରକୁ ଲଞ୍ଚ କରିଛି । କମ୍ପାନୀ ସେକେଣ୍ଡ ଜେନେରେସନ Destiniକୁ ସେପ୍ଟେମ୍ବର 2024ରେ ଲଞ୍ଚ କରିଥିଲା, କିନ୍ତୁ ଏହାର ଦାମର ଖୁଲାସା ଏବେ କରିଛି । ହିରୋ ଏହି ସ୍କୁଟରକୁ ତିନୋଟି ଭାରିଏଣ୍ଟ VX, ZX ଓ ZX+ ସହ ଉପଲବ୍ଧ କରାଇଛି । ଏହି ସ୍କୁଟିରେ ପିଙ୍କ୍‌ ସହିତ ବ୍ଲାକ୍‌ ଓ ହ୍ବାଇଟ୍‌ କଲର ଅପସନ ମଧ୍ୟ ରହିଛି ।

କହି ରଖୁଛୁ କି, ଭାରତୀୟ ବଜାରରେ Hero Destini 125କୁ 6ବର୍ଷ ପୂର୍ବେ ଲଞ୍ଚ କରାଯାଇଥିଲା । କିନ୍ତୁ ଏହାକୁ ସ୍ପେଶାଲ ଏଡିସନ ଓ ନୂଆ ଭାରିଏଣ୍ଟ ଭାବେ ସମୟ ସମୟରେ ଅପଡେଟ କରାଯାଇଥିଲା । କିନ୍ତୁ କମ୍ପାନୀ ଗତ 6 ବର୍ଷ ଧରି ଏହି ସ୍କୁଟରରେ ସେପରି କୌଣସି ବଡ଼ ଅପଡେଟ କରିନଥିଲା । 2025 Hero Destini 125 ସ୍କୁଟରରେ କମ୍ପାନୀ ବଡ଼ ଅପଡେଟ ପ୍ରଦାନ କରିଛି ।

Hero Destini 125ର ଡିଜାଇନ

ନୂଆ ଡେଷ୍ଟିନି 125 ସ୍କୁଟରରେ ସିଗ୍ନେଚର ଏଚ-ଆକାରର LED DRLs ଓ ଟେଲ୍‌ ଲ୍ୟାମ୍ପ୍‌ ପ୍ରଦାନ କରାଯାଇଛି । ସେପଟେ ଇଣ୍ଡିକେଟର ଫ୍ରଣ୍ଟ ଆପ୍ରନରେ ଟିକେ ତଳକୁ ରହିଛି । ଏହି ସ୍କୁଟରରେ 5-ଲିଟର ତେଲ ଟ୍ୟାଙ୍କ ସିଟ୍‌ର ତଳେ ରହିଛି । ଏଥିଲାଗି ଫିଲିଙ୍ଗ ନୋଜଲ ଟେଲ ଲ୍ୟାମ୍ପକୁ ଏହାର ଉପରେ ଲଗାଯାଇଛି । କମ୍ପାନୀ ସ୍କୁଟରର ଆକାରକୁ ବଡ଼ କରିଛି । ଏବେ ଏହି ସ୍କୁଟିର ସିଟ୍‌ ସେଗମେଣ୍ଟର ସବୁଠୁ ଲମ୍ବା ସିଟ୍‌ ରହିଛି, ଯାହାକି 785ମିମି । ଏହାର ହ୍ବିଲବେସ୍‌କୁ ବି 57ମିମି ବଢାଇ 1302 ମିମି କରାଯାଇଛି । ଏହାବ୍ୟତୀତ ଅଣ୍ଡରସିଟ୍‌ ଷ୍ଟୋରେଜ 19 ଲିଟର ରହିଛି ।

Hero Destini 125ର ଫିଚର

ଏହି ସ୍କୁଟିର ବେସ୍‌ ଭାରିଏଣ୍ଟରେ ପ୍ରୋଜେକ୍ଟର ଏଲଇଡି ହେଡଲ୍ୟାମ୍ପ୍‌, ଡିଆରଏଲ, ଟାଇପ-ଏ ଚାର୍ଜିଂ ପୋର୍ଟ, ଆନାଲଗ୍‌ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଓ ବୁଟ୍‌ ଲ୍ୟାମ୍ପ ସାମିଲ । ଖାସ କଥା ହେଉଛି ସ୍କୁଟରର ବେସ୍‌ ଭାରିଏଣ୍ଟରେ ରିଅର ବ୍ରେକ୍‌ ଲିଭରରେ ପାର୍କିଂ ବ୍ରେକ୍‌ ଲକ୍‌ ସାମିଲ, କିନ୍ତୁ ଏହି ଫିଚର ହାୟର ଭାରିଏଣ୍ଟରେ ଉପଲବ୍ଧ ନାହିଁ । ହାୟର ଭାରିଏଣ୍ଟର ସମ୍ପର୍କରେ କହିଲେ ଏହାର ZX ଓ ZX+ ଭାରିଏଣ୍ଟରେ ଫ୍ରଣ୍ଟ ଡିସ୍କ ବ୍ରେକ୍‌, ବ୍ଲୁଟୁଥ୍‌ କନେକ୍ଟିଭିଟି ସହିତ ଡିଜିଟାଲ ସ୍ପିଡୋମିଟର, ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ, ଡିସପ୍ଲେ ପାଇଁ 5-ଷ୍ଟେପ ବ୍ରାଇଟନେସ୍‌ କଣ୍ଟ୍ରୋଲ, X-Tec ବ୍ରାଣ୍ଡିଂ, ଅଟୋ-କ୍ୟାନ୍ସେଲିଂ ଇଣ୍ଡିକେଟର ଭଳି ଫିଚର ରହିଛି ।

Hero Destini 125ର କଲର ଅପସନ

ରଙ୍ଗ ବିକଳ୍ପ ସମ୍ପର୍କରେ କହିଲେ, ଏହାର ବେସ୍‌ ଭାରିଏଣ୍ଟରେ ତିନୋଟି କଲର ଅପସନ ଦିଆଯାଇଛି, ଯେଉଁଥିରେ Eternal White, Regal Black ଓ Groovy Red ରଙ୍ଗ ରହିଛି । ଏହାବ୍ୟତୀତ ହାୟର ଭାରିଏଣ୍ଟ ZX ଓ ZX+ ଭାରିଏଣ୍ଟରେ ଅତିରିକ୍ତି କଲର ଅପସନ ପ୍ରଦାନ କରାଯାଇଛି । ଯେଉଁଥିରେ Mystique Magenta(ପିଙ୍କ୍‌), Cosmic Blue, Eternal White ଓ Regal Black ରଙ୍ଗ ରହିଛି । ଏହାର ZX ଓ ZX+ ସ୍କୁଟରର ଅନେକ ଭାଗରେ କପର-ଟୋନଡ୍‌ କ୍ରୋମ ହାଇଲାଇଟ୍ସର ବ୍ୟବହାର କରାୟାଇଛି ।

Hero Destini 125ର ଦାମ

  • ଏହି ସ୍କୁଟରର ତିନୋଟି ଭାରିଏଣ୍ଟ VX, ZX ଓ ZX+ ଅଛି ।
  • VX ବେସ୍‌ ଭାରିଏଣ୍ଟ ଲାଗି ସ୍କୁଟରର ଦାମ 80,450 ଟଙ୍କା (ଏକ୍ସ-ଶୋ'ରୁମ) ରହିଛି ।
  • ଏହାର ମିଡ୍‌-ସ୍ପେକ୍‌ ZX ଭାରିଏଣ୍ଟ ଲାଗି ଦାମ 89,300 ଟଙ୍କା (ଏକ୍ସ-ଶୋ'ରୁମ) ରହିଛି ।
  • ସେହିପରି ଏହାର ଟପ୍‌-ସ୍ପେକ୍‌ ZX+ ଭାରିଏଣ୍ଟ ଲାଗି ଦାମ 90,300 ଟଙ୍କା (ଏକ୍ସ-ଶୋ'ରୁମ) ରହିଛି ।
  • ଯଦି ଆମେ ଭୁବନେଶ୍ବର ସହରରେ ଦାମ କଥା କହିବା DESTINI 125 VXର ଦାମ ₹84,964 (ଏକ୍ସ-ଶୋ'ରୁମ) ।
  • DESTINI 125 ZXର ଦାମ ₹93,814 (ଏକ୍ସ-ଶୋ'ରୁମ)
  • DESTINI 125 ZX+ର ଦାମ ₹94,814 (ଏକ୍ସ-ଶୋ'ରୁମ)

Hero Destini 125ର ପାୱାରଟ୍ରେନ୍‌

2025 Hero Destini 125 ମଡେଲରେ ସମାନ 124.6cc, ଏୟାର-କୁଲ୍ଡ ଇଞ୍ଜିନର ବ୍ୟବହାର କରାଯାଇଛି, ଯାହାକି 9bhp ପାୱାର ଓ 10.4nm ଟର୍କ ପ୍ରଦାନ କରିଥାଏ । କମ୍ପାନୀ ଦାବି କରିଛି ଯେ Hero Destini 125ର ଅପଡେଟେଡ୍‌ ମଡେଲ 59kmpl ମାଇଲେଜ ପ୍ରଦାନ କରିଥାଏ । ଭାରତୀୟ ବଜାରରେ 2025 Hero Destini 125ର ପ୍ରତିଦ୍ବନ୍ଦ୍ବିତା Honda Activa 125, TVS Jupiter 125 ଓ Suzuki Access 125 ସହିତ ହେବ ।

ଏହା ବି ପଢନ୍ତୁ
  1. TFT ଡିସପ୍ଲେ ସହ ଲଞ୍ଚ ହେଲା ଅପଡେଟଡ Honda Activa 125, ଜାଣନ୍ତୁ ଦାମ
  2. ବଡ଼ ଉପଲବ୍ଧି; 60ଲକ୍ଷ ୟୁନିଟ ପ୍ରଡକ୍ସନ ପୂରା କଲା Suzuki Access 125

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.